ଆସନ୍ତା କାଲି ଚୈତ୍ର ପୂର୍ଣ୍ଣିମା : ନିଜର ସମସ୍ତ ମନୋସ୍କାମନା ପୂର୍ଣ୍ଣ ପାଇଁ ଜାଣି ରଖନ୍ତୁ ଶୁଭ ମୁହୂର୍ତ୍ତ ଏବଂ ସଠିକ୍ ପୂଜାବିଧି

Published By : Prameya-News7 Bureau | April 07, 2020 IST

ହିନ୍ଦୁ ପଞ୍ଚାଙ୍ଗରେ ଚୈତ୍ର ମାସରେ ଆସୁଥିବା ପୂର୍ଣ୍ଣିମାର ବଡ଼ ମହତ୍ତ୍ବ ରହିଛି। ଏହି ଦିନ ଭଗବାନ ବିଷ୍ଣୁଙ୍କ ଉପାସକ ଭଗବାନ ସତ୍ୟ ନାରାୟଣଙ୍କ ପୂଜା କରି ତାଙ୍କ କୃପା ପାଇବା ପାଇଁ ପୂର୍ଣ୍ଣିମାରେ ଉପବାସ ରଖନ୍ତି। ଏବର୍ଷ ଚୈତ୍ର ପୂର୍ଣ୍ଣିମା ଅପ୍ରେଲ୍ ମାସରେ ଅର୍ଥାତ୍ ଆସନ୍ତା କାଲି ପଡ଼ୁଛି। ଏଥିପାଇଁ ଅପ୍ରେଲ୍ ୭ତାରିଖରୁ ଉପବାସ କରାଯାଉଛି।

ପୌରାଣିକ ବିଶ୍ବାସ ଅନୁସାରେ ଚୈତ୍ର ପୂର୍ଣ୍ଣିମା ଦିନ ଭଗବାନ ଶ୍ରୀକୃଷ୍ଣ ବ୍ରଜ ନଗରୀରେ ରାସ ଉତ୍ସବ କରିଥିଲେ। ଏହି ରାସ ଉତ୍ସବକୁ ମହାରାସ ନାମରେ ଜଣାଯାଏ। ଏପରି ମଧ୍ୟ କୁହାଯାଏ ଯେ ଏହି ଦିନ ପ୍ରଭୁ ଶ୍ରୀରାମଙ୍କ ଭକ୍ତ ହନୁମାନଙ୍କ ଜନ୍ମ ହୋଇଥିଲା। ଚୈତ୍ର ପୂର୍ଣ୍ଣିମା ସହ ବୈଶାଖ ମାସର ଆଗମନ ହୋଇଥାଏ।

ଏବର୍ଷ ଚୈତ୍ର ପୂର୍ଣ୍ଣିମାର ଉପବାସ ଆଜି। ଚୈତ୍ର ପୂର୍ଣ୍ଣିମାରେ ପୂଜାର ଶୁଭ ମୁହୂର୍ତ୍ତ ଦ୍ବିପ୍ରହର ୧୨ଟା ବାଜି ୨ମିନିଟରୁ ଆଗାମୀ ଦିନ ସକାଳ ୮ଟା ବାଜି ୬ମିନିଟ୍ ଯାଏଁ ରହିବ। ଏହି ଦିନ ସକାଳେ ସ୍ନାନ କରି ଭଗବାନ ବିଷ୍ଣୁଙ୍କ ଦର୍ଶନ ପାଇଁ ଭକ୍ତ ମନ୍ଦିର ଯାଆନ୍ତି। ଏବର୍ଷ କରୋନା ଭାଇରସ୍ ଯୋଗୁଁ ଲକଡାଉନ୍ ପାଇଁ ଘରେ ସ୍ମରଣ କରିବାକୁ ପଡ଼ିବ।

ପୂର୍ଣ୍ଣିମା ସକାଳେ ସ୍ନାନ-ଦାନ,ଯଜ୍ଞ,ତପସ୍ୟା ଏବଂ ବ୍ରତର ଅତ୍ୟନ୍ତ ମହତ୍ତ୍ବ ରହିଛି। ଏହି ଦିନ ହନୁମାନ ଜୟନ୍ତୀ ହେବା ଫଳରେ ପୂର୍ଣ୍ଣିମା ପୂଜା କରିବା ଅତ୍ୟନ୍ତ ଫଳଦାୟକ ଅଟେ। ଏହା ପରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବେ ଏବଂ ତାଙ୍କ ମନ୍ତ୍ର ଜପ କରିବେ। ରାତିରେ ଚନ୍ଦ୍ର ଦେବତାଙ୍କ ମଧ୍ୟ ବିଧି ପୂର୍ବକ ପୂଜା କରିବାର ବିଧାନ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.