ମାର୍ଚ୍ଚ ୨୫ତାରିଖରୁ ଆରମ୍ଭ ହେଉଛି ନବବର୍ଷ : ଏଥର ବିଳମ୍ବରେ ଆସିବ ଦୀପାବଳି

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ ୧୯/୩: ମାର୍ଚ୍ଚ ୨୫ତାରିଖ ବୁଧବାର ୨୦୭୭ ପ୍ରମାଦୀ ନାମକ ନୂଆବର୍ଷ ଆରମ୍ଭ ହେବାକୁ ଯାଉଛି। ଏହି ହିନ୍ଦୁ ନବବର୍ଷର ରାଜା ବୁଧ ଏବଂ ମନ୍ତ୍ରୀ ଚନ୍ଦ୍ରମା ରହିବେ। ଏହି ଗ୍ରହଗୁଡ଼ିକରେ ଶତ୍ରୃତା ରହିବା କାରଣରୁ ବଡ଼ ପଦରେ ଥିବା ପ୍ରଶାସନିକ ଅଧିକାରୀ ଏବଂ ତାଙ୍କ ସହଯୋଗୀଙ୍କ ମଧ୍ୟରେ ମତଭେଦ ହୋଇପାରେ। ଏଥର ଦୀପାବଳି ଏବଂ ଅନ୍ୟ ବଡ଼ ପର୍ବ ମଧ୍ୟ କିଛି ଦିନ ବିଳମ୍ବରେ ପାଳନ କରାଯିବ। ଏହି ନବବର୍ଷରେ ୨ଥର ଗ୍ରହଣ ଲାଗିବ। ଯାହା ଫଳରେ ଭାରତ ପାଇଁ ଏହା ଶୁଭ ସମୟ ବୋଲି କୁହାଯାଇପାରିବ।

ଏବର୍ଷ ଆଶ୍ବିନ ମାସ ଅଧିକ ମାସ ହେବା ଯୋଗୁଁ ଅର୍ଥାତ୍ ଦୁଇ ଆଶ୍ବିନ ମାସ ହେବା କାରଣରୁ କାର୍ତ୍ତିକ ମାସର ବ୍ରତ ଏବଂ ପର୍ବ ୧୦ରୁ ୧୫ଦିନ କିମ୍ବା ଆହୁରି କିଛି ଦିନ ବିଳମ୍ବରେ ଆସିବ। ଏବର୍ଷ ଦୀପାବଳି ପର୍ବ ନଭେମ୍ବର ମାସର ଦ୍ବିତୀୟ ସପ୍ତାହରେ ପଡ଼ିବ। ଅର୍ଥାତ୍ ନଭେମ୍ବର ୧୪ତାରିଖରେ ଦୀପାବଳି ପାଳନ କରାଯିବ ଏବଂ ଦେବୋତ୍ଥାନ ଏକାଦଶୀ ପର୍ବ ନଭେମ୍ବର ୨୫ତାରିଖରେ ପାଳନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.