୨୪୦୦ ବର୍ଷ ପୁରାତନ ଲକ୍ଷ୍ନୌର ଏହି ମନ୍ଦୀର, ୪୦ ଦିନରେ ପୁରଣ ହୋଇଥାଏ ମନୋକାମନା

Published By : Prameya-News7 Bureau | April 13, 2021 IST

ଲକ୍ଷ୍ନୌ ୧୩/୦୪: ଲକ୍ଷ୍ନୌର ଚୌକ ସ୍ଥିତ ବଡି କାଳୀ ଜୀ ମନ୍ଦିର ଏକ ପ୍ରାଚୀନ ମନ୍ଦିର । ଏଠାରେ ଲକ୍ଷ୍ମୀ ଏବଂ ନାରାୟଣଙ୍କ ରୂପରେ ବଡି କାଳୀଙ୍କୁ ପୂଜା କରାଯାଏ । ପ୍ରାୟ ୨୪୦୦ ବର୍ଷ ପୂର୍ବେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଏହି ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ଏହି ମନ୍ଦିର ମଠର ସଞ୍ଚାଳନ ବୌଦ୍ଧ ଗୟା ମଠରୁ ହୋଇଥାଏ । ବିଶ୍ୱାସ କରାଯାଏ ଯେଉଁ ଭକ୍ତ ୪୦ ଦିନ ଧରି ଆସି ମାଆଙ୍କୁ ଦର୍ଶନ କରନ୍ତି, ତାଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ ।

ମନ୍ଦିରର ପୁରୋହିତ ଶକ୍ତି ଦେନ୍ ଆୱସ୍ତି କହିଛନ୍ତି, ଏହି ମନ୍ଦିରରେ ଅତି ପ୍ରାଚୀନ ଅଷ୍ଟଧାତୁର ଲକ୍ଷ୍ମୀ ନାରାୟଣଙ୍କ ପ୍ରତିମା ରହିଛି । ଯାହା ନବରାତ୍ରୀ ରେ ଅଷ୍ଟମୀ ଏବଂ ନବମୀ ଦିନ ଭକ୍ତଙ୍କ ଦର୍ଶନ ପାଇଁ ବାହାରକୁ ଅଣାଯାଇଥାଏ । ଏହିପରି, ଭକ୍ତମାନେ ଏହି ପ୍ରତିମାକୁ ବର୍ଷରେ ମାତ୍ର ଚାରିଥର ଦେଖିପାରନ୍ତି । ଏହା ପରେ ମୂର୍ତ୍ତିକୁ ମନ୍ଦିରର ଗର୍ଭଗୃହରେ ରଖାଯାଏ । କିଛି ବର୍ଷ ପୂର୍ବେ ରାଜ୍ୟପାଳ ଏହି ପ୍ରତିମାକୁ ମନ୍ଦିରର ଗର୍ଭଗୃହରୁ ବାହାର କରିଥିଲେ । ବିଶ୍ୱାସ କରାଯାଏ,  ଏହି ଅଷ୍ଟଧାତୁ ମୂର୍ତ୍ତି ସମ୍ମୁଖରେ ଯାହା କିଛି ମଗାଯାଏ ତାହା ପୂରଣ ହୋଇଥାଏ । ଏହି କାରଣରୁ ବହୁ ସଂଖ୍ୟାରେ ଭକ୍ତ ନବରାତ୍ରିର ଅଷ୍ଟମୀ ଏବଂ ନବମୀରେ ମୂର୍ତ୍ତୀ ଦର୍ଶନ କରିବାକୁ ଆସନ୍ତି ।

କୁହାଯାଏ ଦେବୀଙ୍କୁ ସ୍ନାନ କରାଯାଇଥିବା ଜଳ ପିଇବା ଦ୍ୱାରା ସମସ୍ତ ରୋଗରୁ ମୁକ୍ତି ମିଳିଥାଏ । ଏହି ଜଳ ମନ୍ଦିର ପ୍ରାଙ୍ଗଣରେ ଥିବା ଏକ କୁଣ୍ଡରେ ସଂଗ୍ରହ କରାଯାଇଥାଏ । ଏଠାକୁ ଆସୁଥିବା ଭକ୍ତମାନେ ଦେବୀଙ୍କୁ ଦର୍ଶନ କରିସାରିବା ପରେ କୁଣ୍ଡର ଜଳ ପିଇ ଆଖିରେ ଲଗାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.