Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଚୈତ୍ର ନବରାତ୍ରୀ-୨୦୨୧: ଘୋଟକ ବାହନରେ ଆସୁଛନ୍ତି ମା, ରାଜନୀତିରେ ଉଠିପାରେ ଝଡ଼

8/04/2021 at 11:12 PM

ଚଳିତବର୍ଷ ଚୈତ୍ର ନବରାତ୍ରା ସାରା ଦେଶରେ ୧୩ ଏପ୍ରିଲରୁ ପାଳିତ ହେବ। ନବରାତ୍ର ମଙ୍ଗଳବାର ଆରମ୍ଭ ହେଉଥିବାରୁ ଭକ୍ତ ବେଶ ଉତ୍ସାହିତ। ମା ମନସ୍କାମନା ପୁରଣ କରିବେ, ତେବେ ଦେବୀ ଭାଗବତ ପୁରାଣ ଅନୁସାରେ ମଙ୍ଗଳବାର ଦେବୀ ଦୁର୍ଗାଙ୍କ ଧରାବତରଣ ହେଲେ ସେ ଘୋଟକ ବାହନରେ ଆସିଥାନ୍ତି। ତେବେ ଜ୍ୟୋତିଷୀୟ ଦୃଷ୍ଟିରୁ ମାଙ୍କ ଏପରି ବାହନ ମାନବ ସଭ୍ୟତା ଲାଗି ଭଲ ଲକ୍ଷଣ ନୁହେଁ। କାରଣ ମାଁଙ୍କ ବାହନ ଲକ୍ଷଣରୁ ଚଳିତବର୍ଷ କିଛି ନା କିଛି ଅଘଟଣ ନିଶ୍ଚିତ ଘଟିବ ବୋଲି ଆଶଙ୍କା କରାଯାଉଛି। ଏଣୁ ଭକ୍ତ ନବରାତ୍ରକୁ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିରେ ପାଳନ କରିବେ ବୋଲି ଆଶା କରାଯାଉଛି।

କିପରି ଜଣାପଡେ ମାତାଙ୍କ ବାହନ
ଦେବୀ ଦୁର୍ଗା କେଉଁ ବାହନରେ ଧରାବତରଣ କରିବେ ତାହା ନବରାତ୍ରିର ପ୍ରଥମ ଦିନରୁ ହିଁ ଜଣାପଡିଯାଏ। ଦେବୀ ଭାଗବତ ପୁରାଣ ଅନୁସାରେ ଯେଉଁ ଦିନ ମାଙ୍କ ପୂଜା ଆରମ୍ଭ ହୁଏ ସେହି ଦିନର ବାର ଅନୁସାରେ ବାହନ ନିର୍ଦ୍ଧାରିତ। ଏଥିରେ ରବି ଓ ସୋମବାର ନବରାତ୍ର ଆରମ୍ଭ ହେଉଥିଲେ ମା ଗଜବାହନରେ ଧରାବତରଣ କରିଥାନ୍ତି। ସେହିପରି ଶନି ଓ ମଙ୍ଗଳବାର ନବରାତ୍ର ଆରମ୍ଭରେ ମା ଘୋଟକ ବାହନରେ ଆସନ୍ତି। ସେହିପରି ଗୁରୁ ଓ ଶୁକ୍ରବାର ମା ଶବାରୀରେ ଆଗମନ କରୁଥିବା ବେଳେ ବୁଧବାର ନୌକା ବାହନରେ ଆଗମନ କରନ୍ତି।

ଏଥର ଘୋଡ଼ାରେ ଆସିବେ ମା
ମା ଦୁର୍ଗା ଘୋଡ଼ାରେ ବସି ଆସିଲେ ‘ଛତ୍ର ଭଙ୍ଗେ ସ୍ତୁରଙ୍ଗମ’ କୁହାଯାଏ। ଏହା ଏପରି ଏଥିପାଇଁ କୁହାଯାଏ ଏପରି ଲକ୍ଷଣ ଦେଶ ଲାଗି ଶୁଭଙ୍କର ନୁହେଁ। ଏଥିଯୋଗୁ ଦେଶ ଶାସନରେ ଉଠାପକା ପରିସ୍ଥିତି ଉପୁଜେ ଓ କ୍ଷମତା ପରିବର୍ତ୍ତନର ଆଶଙ୍କା ଉଦ୍ରେକ କରେ। ଏହା ଛଡା ପଡୋଶୀ ଦେଶଙ୍କ ସହ ବାଦବିବାଦ ସାଙ୍ଗକୁ ଦେଶରେ ଝଡ଼ ତୋଫାନ, ସାମୁଦ୍ରିକ ବାତ୍ୟା ଆଦି ବିତ୍ପାତର ଆଶଙ୍କା ମଧ୍ୟ ରହେ।

ଏଥର ନୌକାରେ ଫେରିବେ ମା
ନବରାତ୍ରିରେ ମା ଘୋଟକ ବାହନରେ ଧରାବତରଣ କରିବା ସହ ଫେରିବେ ନୌକାରେ। ବୁଧବାର ମାଙ୍କ ଦଶହରା ପାଳିତ ହେବ। ଏଣୁ ମା ନୌକାରେ ଫେରିବା ଯୋଗୁ ଅତ୍ୟାଧିକ ବର୍ଷା ଯୋଗୁ ଦେଶରେ ବନ୍ୟା ବିତ୍ପାତ ଉପୁଜିପାରେ। ତେବେ ମାଙ୍କ ପ୍ରତ୍ୟାବର୍ତ୍ତନ ଏବର୍ଷ ଦେଶରେ ଉତ୍ତମ ବୃଷ୍ଟି ଯୋଗୁ ଅନ୍ନର ଅଭାବ ରହିବନି ବୋଲି ଜ୍ୟୋତିଷୀୟ ସଂକେତ ମିଳୁଛି।

   Related Posts