ଏହି ଶୁଭ ସଂଯୋଗରେ ପାଳିତ ହେବ ଚୈତ୍ର ନବରାତ୍ର, ନୌକାରେ ଆସିବେ ମା

Published By : Prameya-News7 Bureau | March 20, 2020 IST

ଚଳିତବର୍ଷ  ୨୫ ମାର୍ଚ୍ଚ ବୁଧବାର ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ଚୈତ୍ର ନବରାତ୍ର। ମା ଦୁର୍ଗା ନୌକା ବାହନରେ ଆସୁଥିବାରୁ ସର୍ବସିଦ୍ଧି ଯୋଗ ସୃଷ୍ଟି ହୋଇଛି ଯହା ଭକ୍ତଙ୍କ ସମସ୍ତ ମନୋବାଞ୍ଛା ପୂରଣରେ ସହାୟକ ହେବ। ଏହାଛଡା ଚଳିତବର୍ଷ ଚୈତ୍ର ନବରାତ୍ର ପୁରା ୯ ଦିନ ପାଳିତ ହେବ। ଏଣୁ ଏହା ଏକ ସମ୍ପୂର୍ଣ୍ଣ ସଂଯୋଗ ବୋଲି କୁହାଯାଉଛି। ଯେଉଁ ବର୍ଷ ନବରାତ୍ର ୯ ଦିନ ପାଳିତ ହୋଇଛି ସେ ବର୍ଷ ଶକ୍ତି ଉପାସନା ଲାଗି ବେଶ ଶୁଭ ସାବ୍ୟସ୍ତ ହୋଇଥିବା ବେଳେ ଦେଶରେ ହସଖୁସିର ମାହୋଲ ଥିବା ଦେଖାଯାଇଛି।

{"id":241410,"sizeSlug":"large"}

ଚଳିତବର୍ଷ ୨୫ ମାର୍ଚ୍ଚ ସକାଳ ୫ଟା ୫୭ ମିନିଟ୍‌ରେ କଳସ ସ୍ଥାପନା କରାଯାଇପାରେ। ତେବେ ଯେଉଁମାନେ ଅଭିଜିତ ନକ୍ଷତ୍ରରେ କଳସ ସ୍ଥାପନା ଲାଗି ଆଗ୍ରହୀ ସେମାନେ ପୂର୍ବାହ୍ନ ୧୧ଟା ୩୬ ମିନିଟ୍‌ରୁ ୧୨ଟା ୨୪ ମଧ୍ୟରେ ସ୍ଥାପନା କରିପାରିବେ। ସୂର୍ଯ୍ୟୋଦୟ ପରେ ଅଥବା ଅଭିଜିତ ମୂହୁର୍ତ୍ତରେ କଳସ ସ୍ଥାପନା ଅତ୍ୟନ୍ତ ଶୁଭ ବୋଲି ବିଚାର କରାଯାଏ।

{"id":241411,"sizeSlug":"large"}

ଏପ୍ରିଲ ୧ରେ ପାଳିତ ହେବ ମାହାଷ୍ଟମୀ, ହାତୀରେ ପ୍ରସ୍ଥାନ କରିବେ ମା
ଚଳିତବର୍ଷ ନବରାତ୍ରିରେ ମହାଷ୍ଟମୀ ବ୍ରତ ଏପ୍ରିଲ ୧ ତାରିଖରେ ପାଳନ ହେବ। ଶୁକ୍ରବାର ଏପ୍ରିଲ ୩ ତାରିଖ ୧୦ମୀରେ ମା ହାତୀ ବାହନରେ ପ୍ରସ୍ଥାନ କରିବେ। ମାଙ୍କ ପ୍ରସ୍ଥାନର ସଙ୍କେତ ଦେଶରେ ଉତ୍ତମ ବର୍ଷାର କାରକ ହେବ ବୋଲି ଆଶା କରାଯାଉଥିବା ବେଳେ ଲୋକଙ୍କୁ ପ୍ରାକୃତିକ ଆପଦ ବିପଦର ବି ଭୟ ରହିବ । ଭକ୍ତମାନେ ନବରାତ୍ରର ୯ ଦିନରେ ମାଙ୍କ ପୃଥକ ପୃଥକ ଅବତାରର ଆରାଧନା କରିବେ। ଯାହା ଅତ୍ୟନ୍ତ ଫଳଦାୟୀ ବୋଲି ମାନ୍ୟତା ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.