Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ
  • ||
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||

କଳାହାଣ୍ଡି ଜାରିଙ୍ଗ ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ରେକର୍ଡିଂ : ୭ ଅଟକ, ମହିଳା କମିଶନ ଟିମ୍ ଭେଟିଲେ ପୀଡିତା ଓ ପୋଲିସକୁ

24/09/2019 at 4:34 PM

କଳାହାଣ୍ଡି ୨୪|୯: କଳାହାଣ୍ଡି ଜାରିଙ୍ଗ ଜଙ୍ଗଲ ଗଣ ଦୁଷ୍କର୍ମ ଘଟଣାରେ ବର୍ତ୍ତମାନ ସୁଦ୍ଧା ପୋଲିସ ମୋଟ ସାତ ଜଣଙ୍କୁ ଅଟକ ରଖିଛି । ଏପଟେ ରାଜ୍ୟ ମହିଳା କମିଶନଙ୍କ ତିନି ଜଣିଆ କମିଟି କଳାହାଣ୍ଡି ଗସ୍ତ କରି ପଡୀତାଙ୍କୁ ଭେଟିବା ସହ ପୋଲିସ ସହ ଆଲୋଚନା କରିଛନ୍ତି ।  

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବହେରାଙ୍କ ନେତୃତ୍ବରେ ତିନି ଜଣିଆ କମିଟି ଜୁନାଗଡ ଥାନାରେ କେସ୍ କୁ ନେଇ ପୋଲିସ ସହ ଆଲୋଚନା କରିଥିବା ବେଳେ ପିଡୀତାକୁ ଜୁନାଗଡ ହସପିଟାଲରେ ଭେଟି ଆଶ୍ବସନା ଜଣାଇଛନ୍ତି । ଏହାସହ ଜାରିଙ୍ଗ ଜଙ୍ଗଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି ଟିମ୍ ।

କମିସନ ଏହି ଘୃଣ୍ୟ ଘଟଣାକୁ ଦୃଢ ନିନ୍ଦା କରିବା ସହିତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ବିଧାନ ପାଇଁ କମିଶନ ଓ ସରକାର ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି । ରାଜ୍ୟରେ ଦୁଷ୍କର୍ମ ସମୟର ଭିଡିଓ ଭାଇରାଲ ଚିନ୍ତାଜନକ ।  ଭିଡିଓ ଭାଇରାଲ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ କମିଶନ ପୁର୍ବରୁ ସୁପାରିସ କରିଛନ୍ତି  ପିଡୀତାଙ୍କ ସହାୟତା ପାଇଁ କମିଶନ ସମସ୍ତ ପଦକ୍ଷେପ ନେବ ବୋଲି କମିଶନଙ୍କ କମିଟି କହିଛି ।

 ଅନ୍ୟପକ୍ଷରେ ପିଡୀତାଙ୍କ ବାପା କମିଶନଙ୍କୁ ଭେଟିଲା ପରେ ପିଡୀତାଙ୍କ ସୁରକ୍ଷା ଓ ଥଇଥାନ ସହ ନ୍ୟାୟ ଦାବି କରିଛନ୍ତି । କମିଶନଙ୍କ କମିଟି ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି ।

ଘଟଣାରେ ସଂମ୍ପୃକ୍ତ ସାତ ଜଣ ଅଭିଯୁକ୍ତଙ୍କୁ ଜୁନାଗଡ ପୋଲିସ ଅଟକ ରଖତ୍ ତଦନ୍ତ ଜାରି ରଖିଛି । ଅଭିଯୁକ୍ତମାନେ ଜୁନାଗଡ ଥାନା ଅଂଚଳର ।  ଗତକାଲି ଦୁଷ୍କର୍ମ ସମୟରେ ସେଠାରେ ଉପସ୍ଥିତ ଥିବା ପିଡୀତାଙ୍କ ପରିଚିତ ପର୍ଲ। ଗାଁର ନରେନ୍ଦ୍ର ଶବର କୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା ।  କଳାହାଣ୍ଡି ଆରକ୍ଷୀ ଅଧକ୍ଷକ ବି ଗଙ୍ଗାଧର ଏହି ମାମଲାରେ ମୋଟ ୭ ଜଣ ଙ୍କୁ ଅଟକ ସୁଚନା ଦେଇଛନ୍ତି ।  ଭିଡିଓ ଭାଇରାଲକାରୀ ବିରୋଧ ରେ ଆଇଟି ମାମଲା ରେ ରୁଜୁ ହେବ ବୋଲି ସୂଚନା ଦେଇଛନ୍ତି ।

ପୋଲିସ ଦୋଷୀମାନଙ୍କ  ବିରୋଧରେ ପ୍ରମାଣ ଯୋଗାଡ ପାଇଁ ଜେରା ଓ ତଦନ୍ତ ଜାରୀ ରଖିଛି । ଘଟଣା କେଉଁ ପରିସ୍ଥିତିରେ ହୋଇଛି, ଏଥିରେ ମାଷ୍ଟର ମାଇଣ୍ଡ କିଏ ? ଅଭିଯୁକ୍ତ ପୁର୍ବ ରୁ ଏଭଳି କାଣ୍ଡ ଭିଆଇଥିଲେ କି ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ  ସମୟ ନେଉଛି ।

   Related Posts