Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କଳାହାଣ୍ଡି ଜାରିଙ୍ଗ ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା : ଆଜି ପୀଡିତାଙ୍କୁ ଭେଟିବେ ମହିଳା କମିଶନ ଅଧ୍ୟକ୍ଷା

24/09/2019 at 10:26 AM

କଳାହାଣ୍ଡି ।୯: କଳାହାଣ୍ଡି ଜାରିଙ୍ଗ ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା । ଆଜି ଘଟଣାସ୍ଥଳକୁ ଯାଇ ପୀଡିତାଙ୍କୁ ଭେଟିବେ ମହିଳା କମିଶନ ଅଧ୍ୟକ୍ଷା । ଏହାସହ ମାମଲା ନେଇ ସ୍ଥାନୀୟ ପୋଲିସ ସହ ଆଲୋଚନା କରିବେ । ଏହି ମାମଲାରେ ଏବେ ସୁଦ୍ଧା ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସମସ୍ତ ଅଭିଯୁକ୍ତ ଜୁନାଗଡ ଥାନା ତୁଳସୀପାଲ ଏବଂ କୁପା ଗାଁର ବୋଲି ଜଣାପଡିଛି ।

କଳାହାଣ୍ଡି ଜୁନାଗଡ ଥାନା ଜାରିଙ୍ଗ ଜଙ୍ଗଲରେ ଯୁତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ସୋସିଆଲ୍ ମିଡ଼ିଆରେ ଭିଡିଓ ଭାଇରାଲ ହେବା ପରେ ପୋଲିସର ନିଜ ଆଡୁ ତଦନ୍ତ ଆରମ୍ଭ କରିଛି । ଗତ ସେପ୍ଟେମ୍ବର ୧୪ତାରିଖ କୋକସରା ଅଂଚଳର ଯୁବତୀ କିଛି କାମରେ ଭବାନୀପାଟଣା ଆସିଥିଲେ । ତେବେ ବସ୍ ଫେଲ୍ ହୋଇଯିବା ପରେ ଭବାନୀପାଟଣା ବସଷ୍ଟାଣ୍ଡରେ ଯୁବତୀ ଜଣକ ଥିବା ବେଳେ କୋକସରା ଅଞ୍ଚଳର ଜଣେ ଯୁବକ ତାଙ୍କୁ ଭେଟିଥିଲା । ଉଭୟ ଗୋଟିଏ ଅଞ୍ଚଳର ହୋଇ ଥିବାରୁ ଏବଂ ପରିଚୟ ଥିବାରୁ, ଯୁବକଙ୍କ ଗାଡିରେ ଯୁବତୀ ଜଣକ କୋକସରା ଫେରୁଥିଲେ । ବନମାଳିପୁର ନିକଟରେ କିଛି ଦୁର୍ବୃତ୍ତ ପାଖ ଜାରିଙ୍ଗ ଜଙ୍ଗଲକୁ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିବା ପୋଲିସ ନିକଟରେ ବୟାନ ରଖିଛନ୍ତି ପୀଡିତା । ଘଟଣା ୧୪ତାରିଖରେ ଘଟିଥିଲେ ହେଁ ଲୋକ ଲଜ୍ୟାରେ ପୀଡିତା ମୁହଁ ଖୋଲିନଥିଲେ । ଭାଇରାଲ ଭିଡିଓ ଆଧାରରେ ପୋଲିସ ନିଜପଟୁ ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ମାମଲାରେ ତଦନ୍ତ ଲାଗି  ନିର୍ଦ୍ଦେଶ ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

   Related Posts