Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

‘ଛୋଟ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ, ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାରେ ସମସ୍ୟା ନାହିଁ’

5/11/2021 at 1:06 PM

ଭୁବନେଶ୍ବର ୫।୧୧: ସ୍କୁଲ ଖୋଲିବା ନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି। ସେ କହିଛନ୍ତି, ସ୍କୁଲ ଖୋଲିବା ଆବଶ୍ୟକ । ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ପାଇଁ ରାଜ୍ୟ ସରକାର ଓ ଗଣଶିକ୍ଷା ବିଭାଗକୁ ସୁପାରିସ କରିବି । ପ୍ରାଥମିକ ଶିକ୍ଷା ହେଉଛି ମୂଳଦୁଆ । ମୂଳଦୁଆ ଯଦି ବିଗିଡିଯିବ ଉଚ୍ଚ ଶ୍ରେଣୀରେ ବହୁତ ଅସୁବିଧା ହେବ । ଛୋଟ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଥାଏ, ତେଣୁ ପ୍ରଥମଠାରୁ ପଞ୍ଚମ ଖୋଲିଲେ କୌଣସି ଅସୁବିଧା ହେବନାହିଁ | ଶିଶୁଙ୍କ ପାଇଁ ଟିକା ମଧ୍ୟ ଖୁବ୍ ଶୀଘ୍ର ଆସିବ ।

ଅନ୍ୟପଟେ ସ୍କୁଲରେ ସଚେତନତା ରଥ ବୁଲିବ । ରାଜ୍ୟରେ ବିଦ୍ୟାଳୟ ଖୋଲିବା ପରେ ସଚେତନତା ଓ ସୁରକ୍ଷା ନେଇ ଅଭିଯାନ ହେବ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ଅବସରରେ ଗତ ୧ ତାରିଖରୁ ୪୦ ଦିନିଆ ଏହି କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଆସନ୍ତା ୧୯ ତାରିଖରୁ ସ୍ବତନ୍ତ୍ର ଭ୍ରାମ୍ୟମାଣ ଭ୍ୟାନର ଶୁଭାରମ୍ଭ ହେବ । ଯାହା ଭୁବନେଶ୍ବରରୁ ଆରମ୍ଭ କରି ରାଜ୍ୟର ସମସ୍ତ ଜିଲ୍ଲାରେ ବୁଲି ବୁଲି ଶିଶୁମାନଙ୍କ ସୁରକ୍ଷା ଓ ସଚେତନତା ଦିଗରେ ବାର୍ତ୍ତା ଦେବ ।

ଏହାସହ ରାଜଧାନୀରେ ରାଜ୍ୟସ୍ତରୀୟ ଏକ ଚାଇଲ୍ଡ ଆସେମ୍ବଲି ବା ଶିଶୁ ବିଧାନସଭାର ଆୟୋଜନ କରାଯିବ । ଏଥିରେ ସାରା ରାଜ୍ୟରୁ ଶିଶୁମାନଙ୍କୁ ସାମିଲ କରାଯିବା ସହ ସେମାନଙ୍କ ଦକ୍ଷତା ଓ ମାନସିକତା ପରଖିବ ଆୟୋଗ । ସେହିପରି ବିଧାୟକମାନଙ୍କୁ ନେଇ ମଧ୍ୟ ଏକ ପରାମର୍ଶଦାତା ବୈଠକ ଆୟୋଜନ କରାଯିବ । ଡିସେମ୍ବର ୧୦ତାରିଖରେ ୪୦ ଦିନିଆ ଅଭିଯାନ ଶେଷ ହେଉଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ଏହାରି ଭିତରେ ଶେଷ କରିବାକୁ ଲକ୍ଷ୍ୟ ରହିଥିବା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା କହିଛନ୍ତି।

   Related Posts