Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

CDS ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ଏକ୍ସପର୍ଟ ନେଲେ ଚୀନ୍‌ର ନାମ, ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲା ଗ୍ଲୋବାଲ ଟାଇମସ୍

9/12/2021 at 7:16 PM

ନୂଆଦିଲ୍ଲୀ ୯।୧୨:  ହେଲିକପ୍ଟର ଦୁର୍ଘଟଣାରେ ଭାରତର ପ୍ରଥମ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ୍‌)ଙ୍କ ପରଲୋକକୁ ନେଇ ସାରା ଦେଶ ଏବେ ଶୋକରେ ଡୁବି ଯାଇଛି। ତାମିଲନାଡୁ କୁନ୍ନୁରରେ ବୁଧବାର ସେ ଯାତ୍ରା କରୁଥିବା ହେଲିକପ୍ଟର ଦୁର୍ଘଟଣାରେ ଧ୍ୱଂସ ହୋଇଯାଇଛି। ଏଥିରେ ତାଙ୍କ ପତ୍ନୀ ଓ ଅନ୍ୟ ୧୩ ଜଣ ସୈନ୍ୟ କର୍ମଚାରୀଙ୍କର ମଧ୍ୟ ମୃତ୍ୟ ହୋଇଛି। ଏହି ଘଟଣା ପରେ ବିଶେଷଜ୍ଞମାନେ ଏବେ  ଭୟାନକ ରାୟ ରଖୁଛନ୍ତି। ଏହି କ୍ରମରେ ଅନ୍ତର୍ଜାତୀୟ ସୁରକ୍ଷା ଓ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ପ୍ରସଙ୍ଗ ସମ୍ପର୍କିତ ବିଶେଷଜ୍ଞ , ଭୂ-ରଣନୀତିକାର ଓ ଲେଖକ ପ୍ରଫେସର ବ୍ରହ୍ମା ଚେଲାନୀଙ୍କ ଏକ ଟ୍ୱିଟ୍‌ରେ ଚୀନ୍‌ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

ସିଡିଏସ୍ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପରେ ପ୍ରଫେସର ଚେଲାନୀ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଲଗାତାର ଟ୍ୱିଟ୍‌ କରିଥିଲେ। ଯେଉଁଥିରେ ସିଡିଏସ୍‌ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାକୁ ତାଇୱାନ ସେନାମୁଖ୍ୟଙ୍କ ହେଲିକପ୍ଟର ଦୁର୍ଘଟଣା ସହ ସାମଞ୍ଜସ୍ୟ ରଖୁଥିବାର ଉଲ୍ଲେଖ କରିଥିଲେ। ଚୀନ୍‌ ବିରୋଧରେ ସିଡିଏସ ରାୱତ ମଧ୍ୟ ତାଇୱାନ ସେନାର ଚିଫ ଅଫ ଜେନେରାଲ ଷ୍ଟାଫ ଜେନେରାଲ ସେନ୍ ୟି-ମିଙ୍ଗଙ୍କ ପରି ମାନସିକତା ରଖୁଥିଲେ। ଗତ ୨୦୨୦ ମସିହାରେ ଜେନେରାଲ ମିଙ୍ଗ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ତାଙ୍କ ସହ ଥିବା ଅନ୍ୟ ୭ ଜଣ ମଧ୍ୟ ପ୍ରାଣ ହରାଇଥିଲେ।

ତେବେ ଏହି ଦୁଇ ସେନା ହେଲିକପ୍ଟର ଦୁର୍ଘଟଣାରେ ଅଜବ ସାମଞ୍ଜସ୍ୟ ଥିବା ପ୍ରଫେସର ଚେଲାନୀ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ଉଭୟ ହେଲିକପ୍ଟର ଦୁର୍ଘଟଣାରେ ସେପରି ଲୋକେ ସବୁ ପ୍ରାଣ ହରାଇଛନ୍ତି ଯେଉଁମାନେ ଚୀନ୍‌ର ଆକ୍ରମକତା ବିରୋଧରେ ଖାସ୍ ଚେହେରା ଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି। ଟ୍ୱିଟ୍‌କୁ ନେଇ ଚୀନ୍‌ ସରକାରୀ ମୁଖପାତ୍ର ଗ୍ଲୋବାଲ ଟାଇମସ୍‌ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ପ୍ରଫେସର ଚେଲାନୀଙ୍କ ଟ୍ୱିଟ୍‌ର ରି ଟ୍ୱିଟ୍‌ କରି ଗ୍ଲୋବାଲ ଟାଇମ୍ସ ରଖିଥିବା ପ୍ରତିକ୍ରିୟାରେ ଏହି ନଜରରେ ଦେଖିଲେ ହେଲିକପ୍ଟର କ୍ରାସ ପଛରେ ଆମେରିକାର କାହିଁକି ହାତ ନଥିବ ବୋଲି ଉଲ୍ଲେଖ କରିଛି। କାରଣ ଭାରତ ଓ ଋଷ ଏସ-୪୦୦ ପ୍ରତିରକ୍ଷା ପ୍ରଣାଳୀକୁ ନେଇ ଆଗକୁ ବଢୁଥିବା ବେଳେ ଆମେରିକା ଏହାର କଡା ବିରୋଧ କରୁଛି ବୋଲି ଉଲ୍ଲେଖ କରିଛି।

ଏଥିରେ ପ୍ରଫେସର ଚେଲାନୀ ମଧ୍ୟ ଛାଡିବାର ଲୋକ ନୁହନ୍ତି। ସେ ଗ୍ଲୋବାଲ ଟାଇମସ୍‌ର ଟ୍ୱିଟ୍ କୁ ରି ଟ୍ୱିଟ୍‌ କରି ‘ଚୀନ ସରକାରୀ ଗଣମାଧ୍ୟମର ମୁଖପାତ୍ର କିପରି ମୋ ଟ୍ୱିଟ୍ ଥ୍ରେଡ ମାଧ୍ୟମରେ ଭ୍ରମ ସୃଷ୍ଟି କରିବାକୁ ଉଦ୍ୟମ କରୁଛି ଯେ ସିଡିଏସ ରାୱତଙ୍କ ହେଲିକପ୍ଟର କ୍ରାସ ପଛରେ ଆମେରିକାର ହାତ କାହିଁକି ନଥିବ କାରଣ ଭାରତ ଋଷ ସହିତ ଏସ-୪୦୦ କ୍ଷେପଣାସ୍ତ୍ରର ଡିଲ କରୁଛି’। ଏହି ଟ୍ୱିଟ୍‌ରୁ ଚୀନ୍ ଭ୍ରଷ୍ଟ ପ୍ରଶାସନର ଭ୍ରଷ୍ଟ ମାନସିକତାକୁ ପ୍ରମାଣିତ କରୁଥିବା ସେ ଉଲ୍ଲେଖ କରିଛନ୍ତି।

ଏହି ସମ୍ପୂର୍ଣ୍ଣ ପ୍ରକରଣ ପରେ ପ୍ରଫେସର ଚେଲାନୀ ଆଉ ଏକ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ଏଥିରେ ସ୍ପଷ୍ଟ ଭାବିବାକୁ ସକ୍ଷମ ସଫାସଫା କଥା କହୁଥିବା ସିଡିଏସ୍ ରାୱତ ଚୀନ୍‌ର ଆକ୍ରମକତାରେ ଭାରତର ଚେହେରା ପାଲଟି ଯାଇଥିଲେ ବୋଲି ଉଲ୍ଲେଖ କରିଛନ୍ତି। ଯେଉଁଠି ଦେଶର ରାଜନୈତିକ ନେତୃତ୍ୱ ଚୀନ୍‌ର ନାମ ନେବାକୁ ଶଙ୍କା କରୁଛନ୍ତି ସେଠାରେ ସିଡିଏସ୍ ରାୱତ ହିଁ ଏକମାତ୍ର ବ୍ୟକ୍ତି ଥିଲେ ଯିଏ ବିନା କୌଣସି ଦ୍ୱିଧାରେ ଲୋକଙ୍କ ଆଗରେ ସତ୍ୟ ଉପସ୍ଥାପନା କରିଦେଉଥିଲେ। ଏଣୁ ଜେନେରାଲ ରାୱତଙ୍କ  ପରଲୋକରେ ସୃଷ୍ଟି ହୋଇଥିବା ଶୂନ୍ୟତା ପୂରଣ କରିବା ଭାରତ ଲାଗି ଏତେ ସହଜ ହୋଇନପାରେ ବୋଲି ପ୍ରଫେସର ଚେଲାନୀ ଉଲ୍ଲେଖ କରିଛନ୍ତି।

   Related Posts