ଚାଇନା ବହିଷ୍କାରରେ ପ୍ରଭାବିତ ହେବନି ‘ସାଓମୀ’, ଜାଣନ୍ତୁ କ’ଣ କହୁଛନ୍ତି ଭାରତୀୟ ଏମଡି

Published By : Prameya-News7 Bureau | June 24, 2020 IST

ନୂଆଦିଲ୍ଲୀ ୨୪।୬:  ସୀମା ପ୍ରସଙ୍ଗକୁ ନେଇ ଭାରତରେ ଏବେ ଚୀନ୍‌ ବିରୋଧୀ ହାୱା ବହୁଛି। ଲୋକେ ରାସ୍ତାକୁ ଓହ୍ଲାଇ ଚାଇନା ବର୍ଜନ ଲାଗି ଆହ୍ୱାନ ଦେଉଛନ୍ତି। ଏଥିରେ ଚୀନ୍‌ ବ୍ରାଣ୍ଡ 'ସାଓମୀ‘ ମଧ୍ୟ ପ୍ରଭାବିତ ହୋଇଛି। ତେବେ ଏହା ସୀମିତ ସମୟ ପାଇଁ ବୋଲି କହିଛନ୍ତି କମ୍ପାନୀର ଭାରତୀୟ ପରିଚାଳନା ନିର୍ଦ୍ଦେଶକ। ସୀମାରେ ଭାରତ ସହିତ ଚୀନ୍ ମୁହାଁମୁହିଁ ହେବା ଭାରତୀୟ ଗ୍ରାହକଙ୍କୁ କ୍ରୋଧିତ କରିଛି ଏବଂ ସାଓମୀ ସୋସିଆଲ ମିଡିଆରେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଛି, ସ୍ମାର୍ଟଫୋନ୍ ବଜାର ଏଥିଯୋଗୁ ପ୍ରଭାବିତ ହୋଇଛି ନିଶ୍ଚିତ ହେଲେ ପରିସ୍ଥିତି ବେଶି ସମୟ ଲାଗି ପ୍ରତିକୂଳ ରହିବ ନାହିଁ ବୋଲି କହିଛନ୍ତି ସାଓମୀ ଏମଡି ମନୁ ଜୈନ । 

{"align":"center","id":290858,"sizeSlug":"large"}

ସାଂପ୍ରତିକ ଭୂ-ରାଜନୈତିକ ପରିସ୍ଥିତି ଯୋଗୁ ଏବେ ଏପରି ଅବସ୍ଥା ଉପୁଜିଛି। ତେବେ ଏଥିଯୋଗୁ ବ୍ୟତିବ୍ୟସ୍ତ ହେବାର କିଛି କାରଣ ନାହିଁ। ଉପୁଜିଥିବା ପରିସ୍ଥିତିରେ ଚୀନ୍‌ କମ୍ପାନୀମାନେ କୌଣସି ସୁରକ୍ଷା ପରାମର୍ଶ ଜାରି କରି ନାହାନ୍ତି କି ନିଜ କମ୍ପାନୀ ଅଥବା କାର୍ଯ୍ୟାଳୟର ସୁରକ୍ଷା ବ୍ୟବସ୍ଥା ବଢାଇ ନାହାନ୍ତି। କମ୍ପାନୀର ଷ୍ଟୋରମାନଙ୍କ ସମ୍ମୁଖରେ ଲୋକେ ବିକ୍ଷୋଭ କରୁଛନ୍ତି, ତେବେ ଏମାନଙ୍କ ପ୍ରତି ଏତେଟା ଗୁରୁତ୍ୱ ଦିଆଯାଉନଥିବା ଜୈନ କହିଛନ୍ତି ।

{"id":290859,"sizeSlug":"large"}

 ସାଓମୀ ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକ ତାଙ୍କ କମ୍ପାନୀ ପ୍ରସ୍ତୁତ ହ୍ୟାଣ୍ଡସେଟ୍‌କୁ ଭାରତରେ ପ୍ରସ୍ତୁତ ହେଉଥିବା ଅନ୍ୟ କମ୍ପାନୀଙ୍କ ହ୍ୟାଣ୍ଡସେଟ୍ ଅପେକ୍ଷା ଅଧିକ ଭାରତୀୟ ବୋଲି କହିଛନ୍ତି। ଏଠାରେ ତାଙ୍କ କମ୍ପାନୀ ପ୍ରସ୍ତୁତ କରୁଥିବା ସ୍ମାର୍ଟ ଫୋନ ଓ ସ୍ମାର୍ଟ ଟିଭିରେ ୬୫ ପ୍ରତିଶତରୁ ଅଧିକ ସ୍ଥାନୀୟ ଯନ୍ତ୍ରାଂଶ ଲାଗୁଥିବା ବେଳେ ସ୍ଥାନୀୟ ନେତୃତ୍ୱରେ ହେଉଥିବା ନିର୍ମାଣରେ ୫୦ ହଜାରରୁ ଅଧିକ ଲୋକେ ନିୟୋଜିତ ହୋଇଛନ୍ତି।  ଏଣୁ ତାଙ୍କ ବ୍ରାଣ୍ଡ ବ୍ୟବହାକରୀଙ୍କ ଶତ ପ୍ରତିଶତ ଡାଟା ଭାରତରେ ହିଁ ରହୁଥିବା ଜୈନ କହିଛନ୍ତି।

{"id":290860,"sizeSlug":"large"}

ଏବେ ଲୋକେ ଆମେରିକୀୟ ବ୍ରାଣ୍ଡମାନଙ୍କ କଥା କହୁଛନ୍ତି। ହେଲେ କମ୍‌ ଲୋକେ ଜାଣନ୍ତି ଆମେରିକୀୟ କମ୍ପାନୀ ଶତପ୍ରତିଶତ ଚୀନ ଆମଦାନୀ ହ୍ୟାଣ୍ଡସେଟ୍ ବଜାରରେ ଲୋଗୋ ବଦଳାଇ ବିକନ୍ତି ବୋଲି। ଏଣୁ ଦେଶରେ ଚୀନ୍‌ ବିରୋଧୀ ବିକ୍ଷୋଭ ସତ୍ତ୍ୱେ ସାଓମୀର ବିକ୍ରୟ ବାଧାପ୍ରାପ୍ତ ହୋଇନଥିବା ଜୈନ କହିଛନ୍ତି। ଜାନୁୟାରୀ-ମାର୍ଚ୍ଚ ଅବଧିରେ ସାଓମୀ ୧୦ ନିୟୁତ ୟୁନିଟ୍‌ ବିକ୍ରିକରି ଆଇଡିସିଙ୍କ ଅନୁସାରେ ୩୧.୨ ପ୍ରତିଶତ ମାର୍କେଟ ସେୟାର ଅଧିକାର କରିଥିବା ବେଳେ ପଛକୁ ଭିଭୋ ଓ ସାମସଙ୍ଗ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି।

{"id":290861,"sizeSlug":"large"}

କରୋନା ଲକଡାଉନ୍‌ ଯୋଗୁ ବ୍ୟବସାୟ ପ୍ରତ୍ୟେକ ସ୍ତରରେ ପ୍ରଭାବିତ ହୋଇଛି। ଗୋଟିଏପଟେ କର୍ମଚାରୀ ଚାଲି ଯିବା ଯୋଗୁ ଉତ୍ପାଦନ ପ୍ରଭାବିତ ହୋଇଥିବା ବେଳେ ଏବେ ଉତ୍ପାଦନ ଆରମ୍ଭ କରିବା ମୁଖ୍ୟ ଆହ୍ୱାନରେ ପରିଣତ ହୋଇଛି। ଏଣୁ ଅଧିକାଂଶ କମ୍ପାନୀ ଏବେ ଆମଦାନୀ ଉପରେ ଗୁରୁତ୍ୱ ଦେବେ। ହେଲେ ସାଓମୀ କ୍ଷେତ୍ରରେ ସେପରି କିଛି ହେବ ନାହିଁ। ସ୍ଥାନୀୟ ଲୋକଙ୍କୁ ନେଇ ଭାରତରେ ଥିବା କାରଖାନାରେ ସାମଗ୍ରୀ ଉତ୍ପାଦନ କରିବା ସହ ଗ୍ରାହକଙ୍କ ନିକଟରେ ସୁଲଭ ମୂଲ୍ୟରେ ଉପଲବ୍ଧ କରିପାରିବ ବୋଲି ଜୈନ କହିଛନ୍ତି। ଭାରତରେ ସାଓମୀର ଉତ୍ପାଦନ ଲାଗି ୭ଟି କାରଖାନା ରହିଛି। ଏଥିରୁ ସର୍ବ ବୃହତ୍ତ କାରଖାନା ଆଂଧ୍ରପ୍ରଦେଶର ଶ୍ରୀ ସିଟି ସ୍ପେଶାଲ ଇକୋନମୀ ଜୋନରେ ଥିବା ବେଳେ ତାମିଲନାଡୁ ଶ୍ରୀପେରୁମ୍ବୁଦରରେ ଦ୍ୱିତୀୟ କାରଖାନା ରହିଛି। ଏହା ଛଡା ଫ୍ଲେକ୍ସ, ଫକ୍ସକନ୍ଓ ଡିକ୍ସନ ସହ ଉତ୍ପାଦନ ଲାଗି ଚୁକ୍ତି ମଧ୍ୟ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.