Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଘର ବାହାରେ ରଙ୍ଗୋଲି ପକାଉଥିଲେ ମହିଳା, ପଛରୁ ଆସି ଚେନ୍ ଝିଙ୍କିନେଲା ଦୁର୍ବୃତ୍ତ, ସିସିଟିଭିରେ କଏଦ ପୂରା ଦୃଶ୍ୟ

14/11/2020 at 9:12 PM

ଭୋପାଳ ୧୪/୧୧ : ମଧ୍ୟପ୍ରଦେଶର ଇନ୍ଦୋରରେ ଲଗାତାର ଭାବେ ଚେନ ସ୍ନାଚିଙ୍ଗ ଘଟଣା ବଢିବାରେ ଲାଗିଛି । ଲସୁଡିଆ ଥାନା ଅଞ୍ଚଳରେ ସେହିଭଳି ଏକ ଛିନତାଇ ଖବର ସାମ୍ନାକୁ ଆସିଛି । ବାଇକରେ ଆସି ଜଣେ ମହିଳାଙ୍କ ସୁନା ଚେନ ଝିଙ୍କିନେଇ ​‌ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ପୂରା ଘଟଣା ପାଖରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଛି ।

ମିଳିଥିବା ସୂଚନା ଅନୁସାରେ ଲସୁଡିଆ ଥାନା ଅନ୍ତର୍ଗତ ମହାଲକ୍ଷ୍ମୀ ନଗର ଅଞ୍ଚଳରେ ଦୀପାବଳି ଉପଲକ୍ଷେ ଜଣେ ମହିଳା ନିଜ ଘର ବାହାରେ ରଙ୍ଗୋଲି ବନାଉଥିଲେ । ଠିକ ସେତିକି ବେଳେ ଜଣେ ଯୁବକ ପଛପଟୁ ଆସି ଉକ୍ତ ମହିଳାଙ୍କ ବେକରୁ ସୁନା ଚେନ ଝିଙ୍କି ନେଇଥିଲା ଯାହାକି ଘରେ ଲାଜିଥିବା ସିସି କ୍ୟାମେରାରେ କଏଦ ହୋଇଯାଇଛି । ଏହି ଘଟଣା ପରେ ପୋଲିସ ଏକ ମାମଲା ରୁଜୁ କରି ସେହି ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି । ପୋଲିସ କହିବା ଅନୁଯାୟୀ ଚେନ୍ ସ୍ନାଚରଙ୍କ ବିଭିନ୍ନ ସ୍ଥାନରେ ଖୋଜାଖୋକି ଆରମ୍ଭ ହୋଇଯାଇଛି ଏବଂ ଖୁବଶୀଘ୍ର ସେମାନଙ୍କୁ ଧରାଯିବ ।

ଲୋକଙ୍କ କହିବାକଥା ଯେ ମଧ୍ୟପ୍ରଦେଶର ବ୍ୟବସାୟୀକ ରାଜଧାନୀ ଇନ୍ଦୋର ଦିନକୁ ଦିନ ଅପରାଧିକ ରାଜଧାନୀରେ ପରିଣତ ହେଲାଣି । କେବଳ ସେତିକି ନୁହେଁ ଦିନ ଦ୍ବିପହରେ ଏଭଳି ଲୁଟପାଟ୍ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଦିନ ଦ୍ବିପହରେ ଏଭଳି ଲୁଟପାଟ୍ ଘଟଣା ଘଟୁଥିବା ବେଳେ ପୋଲିସର ନିଷ୍କ୍ରିୟତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍ଥାନୀୟ ଏଏସପି ରାଜେଶ ରଘୁବଂଶୀ କହିଛନ୍ତି ମହିଳାଜଣକ ନିଜ ଘର ସାମ୍ନାରେ ରଙ୍ଗୋଲି କରୁଥିବା ବେଳେ ପଛପଟୁ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଛି । ପୋଲିସ ତଦନ୍ତ ଜାରି ରଖିଛି ଏବଂ ଖୁବ ଶୀଘ୍ର ସେମାନଙ୍କୁ କାବୁ କରାଯିବ ବୋଲି ଏଏସପି ରାଜେଶ ରଘୁବଂଶୀ ସୂଚନା ଦେଇଛନ୍ତି ।

   Related Posts