ଲୁଟେରାଙ୍କ ଟାର୍ଗେଟରେ ବୟସ୍କ ବ୍ୟକ୍ତି, ଚିହ୍ନା ପରିଚିତ ଭଳି କଥା କହି ଝାମ୍ପି ନେଉଛନ୍ତି ସୁନା ଚେନ୍‌

Published By : Prameya-News7 Bureau | June 15, 2020 IST

ବାଲିପାଟଣା ୧୫।୦୬: କରୋନା କବଳରେ ସାରା ରାଜ୍ୟ। ମହାମାରୀକୁ ନେଇ ରାଜ୍ୟରେ ଲକଡାଉନ ଏବଂ ସଟ୍‌ଡାଉନ୍ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଥାନା ମାନଙ୍କରେ ବିଭିନ୍ନ କ୍ରାଇମ୍ କମିଛି ଏବଂ କେସ୍ ସଂଖ୍ୟା ମଧ୍ୟ କମିଛି । ମାତ୍ର ଚେନ୍ ଲୁଟେରା ମାନେ ସକ୍ରିୟ ହୋଇ ସେମାନଙ୍କର ଆତଙ୍କ ବଢାଇ ଚାଲିଛନ୍ତି । ବିଶେଷକରି ରାଜଧାନୀ ଉପକଣ୍ଠକୁ ଟାର୍ଗେଟ କରୁଛନ୍ତି ଲୁଟେରା ।

{"id":286517,"sizeSlug":"large"}

ବୟସ୍କ ବ୍ୟକ୍ତିଙ୍କ ବେକରୁ ସୁନା ଚେନ୍ ନିମିଷକରେ ବେକରୁ ଛିଡାଇ ଲୁଟି ନେଇଛନ୍ତି ଲୁଟେରା । ୨ୟ ସପ୍ତାହ ସଟ୍‌ଡାଉନ୍‌ରେ ୨ୟ ଦିନରେ ବାଲିଅନ୍ତା ଥାନା ପାଟଣା ଗ୍ରାମରୁ ଲୁଟେରା ମାନେ ସମାନ ଢଙ୍ଗରେ ପୁଣି ଏକ ଚେନ୍‌ ଛିଡାଇ ନେଇଛନ୍ତି । ପାଟଣା ଗ୍ରାମର ୬୦ ବର୍ଷ ବୟସ୍କ ମୁରଲିଧର ପରିଡା ନିଜ ଘର ସାମ୍ନାରେ ଠିଆ ହୋଇଥିବା ବେଳେ  ଦୁଇଜଣ ଏକ ସ୍ପିଡ୍ ବାଇକରେ ଆସି ମୁରଲିଙ୍କ ପାଖରେ ପହଞ୍ଚିଥିଲେ । ଚିହ୍ନା ପରିଚିତ ଭଳି ଦୁଇ ଚାରିପଦ କଥା ହେବା ପରେ ମୁରଲିଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ନିମିଷ କରେ ଫେରାର ହୋଇଯାଇଥିଲେ । ନିକଟରେ ବାଲିପାଟଣା ଥାନା ଅଂଚଳରୁ ୩ଟି ଲୁଟ୍ ଘଟଣା ସମ୍ନାକୁ ଆସିଥିବା ବେଳେ ବାଲିଅନ୍ତା ଥାନା ଅଂଚଳରୁ ଦୁଇଟି ଲୁଟ୍‌  ଘଟଣା ଘଟିସାରିଛି ।

{"id":286518,"sizeSlug":"large"}

ସମାନ ଢଙ୍ଗରେ ଲୁଟ୍ କରୁଥିବା ଲୁଟେରା ବୟସ୍କ ବ୍ୟକ୍ତି ମାନଙ୍କୁ ଟାର୍ଗେଟ କରୁଛନ୍ତି । ଠିକଣା ବୁଝିବା ବାହାନା କିମ୍ବା ଚିହ୍ନା ପରିଚିତ ଭଳି କଥା କହି ଲୁଟି ନେଉଛନ୍ତି ଚେନ୍ । ଗତ ୮ତାରିଖରେ ବାଲିପାଟଣା ଥାନା ଗିରିଙ୍ଗୋ ମହାନ୍ତି ସାହିରୁ ଜଣେ ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିବା ଦୁଇ ଲୁଟେରାଙ୍କ ଚେହେରା ସହ ପାଟଣା ଗ୍ରାମରୁ ମୁରଲିଧରଙ୍କ ସୁନା ଚେନ୍ ଲୁଟ୍ କରିଥିବା ଲୁଟେରାଙ୍କ ଚେହେରା ସମାନ ରହିଛି । ଉଭୟଙ୍କର ବାଇକ୍ ମଧ୍ୟ ସମାନ । ଉଭୟ ଘଟଣାରେ ପୋଲିସ ହାତରେ ସିସିଟିଭି ଭିଜୁଆଲ୍ ରହିଛି । ପୋଲିସ୍ ଏହି ଘଟଣାକୁ ଗୁରୁତର ସହ ନେଇ ଛାନ୍‌ଭିନ୍ କଲେ ଲୁଟେରାଙ୍କୁ କାବୁ କରିପାରିବ ବୋଲି ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।

{"id":286519,"sizeSlug":"large"}

ଲୁଟେରାଙ୍କୁ ଚିହ୍ନଟ କରିବାରେ ଜନସାଧାରଣ ସହଯୋଗ କରିବାକୁ ପୋଲିସ୍ ପକ୍ଷରୁ କୁହାଯାଇଛି । CCTV ରେ ରେକର୍ଡ଼ ହୋଇଥିବା ଲୁଟେରାଙ୍କ ସମ୍ପର୍କରେ ସୂଚନା ପ୍ରଦାନ କଲେ। ଉକ୍ତ ବ୍ୟକ୍ତିଙ୍କ ନାମ ଗୁପ୍ତ ରଖାଯିବା ସହ ପୁରସ୍କାର ଦିଆଯିବ ବୋଲି ବାଲିଅନ୍ତା ଆଇ.ଆଇ.ସି. ପ୍ରଦୀପ ରାଉତ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.