ଅଭିନେତ୍ରୀ ଚାହତ ଖାନ୍ନାଙ୍କ ସୋସିଆଲ ଆକାଉଣ୍ଟରୁ ଅଶ୍ଳୀଳ ମ୍ୟାସେଜ ପୋଷ୍ଟ୍ : ଆକାଉଣ୍ଟ ହୋଇଛି ହ୍ୟାକ୍,ସାଇବର ଥାନାରେ ମାମଲା ରୁଜୁ

Published By : Prameya-News7 Bureau | May 14, 2020 IST

ମୁମ୍ବାଇ ୧୪/୫: ଟିଭିର ଜଣାଣୁଣା ଅଭିନେତ୍ରୀ ଚାହତ ଖାନ୍ନା ନିକଟରେ ନିଜ ବ୍ୟକ୍ତିଗତ ଜୀବନ ଯୋଗୁଁ ଚର୍ଚ୍ଚାରେ ଆସିଥିଲେ। ଗତ କିଛି ସପ୍ତାହରୁ ଚାହତଙ୍କ ନାଁ ପଞ୍ଜାବୀ ଏବଂ ବଲିଉଡ ସିଙ୍ଗର ମିକା ସିଂହଙ୍କ ଯୋଡ଼ା ଯାଉଛି ଏବଂ ଦୁହେଁ କିଛି ଦିନ ତଳେ ମାନିଥିଲେ ଯେ ଲକଡାଉନରେ ଉଭୟଙ୍କୁ ପରସ୍ପରକୁ ଜାଣିବାକୁ ସୁଯୋଗ ମିଳିଛି। ଚାହତ ଖାନ୍ନା ଏବଂ ମିକା ସିଂହ ଗତ କିଛି ଦିନରୁ ସୋସିଆଲ ମିଡିଆରେ ପରସ୍ପର ସହ ଉଠାଇଥିବା ରୋମାଣ୍ଟିକ୍ ଫଟୋ ସେୟାର କରି ଲଗାତାର ଖବରରେ ରହୁଛନ୍ତି। ନିକଟରେ ଚାହତ ଖାନ୍ନା କହିଛନ୍ତି ଯେ ସେ ଡିପ୍ରେସନରେ ଅଛନ୍ତି। ଏବେ ଡିପ୍ରେସନ୍ ପରେ ସେ ସାଇବର କ୍ରାଇମର ଶିକାର ହୋଇଛନ୍ତି। ସୋସିଆଲ ମିଡିଆରେ ଲଗାତାର ତାଙ୍କୁ ଅଶ୍ଳୀଳ ମ୍ୟାସେଜ ଏବଂ ଅଜଣା ବ୍ୟକ୍ତିଙ୍କ ଫ୍ରେଣ୍ଡ ରିକ୍ବେଷ୍ଟ ମଧ୍ୟ ଆସୁଛି। ଏଥିପାଇଁ ଚିନ୍ତିତ ହୋଇ ଚାହତ ପୋଲିସ୍ ନିକଟରେ ଅଭିଯୋଗ କରିଛନ୍ତି।

{"id":269744,"sizeSlug":"large"}

ଚାହତ ଖାନ୍ନା ଏକ ପତ୍ରିକା ସହ ସାକ୍ଷାତକାରରେ କହିଛନ୍ତି ଯେ ଲକଡାଉନରେ ସାଇବର କ୍ରାଇମ୍ ବହୁତ ବଢ଼ିଯାଇଛି। ସେ ଏହାର ଶିକାର ହୋଇଛନ୍ତି। ଚାହତଙ୍କ କହିବା ଅନୁସାରେ, କିଛି ଦିନ ତଳେ ସେ ନିଜ ପୁରୁଣା ବନ୍ଧୁଙ୍କୁ ଭେଟିଥିଲେ, ଯାହା ପରେ ତାଙ୍କ ନିକଟରେ ବିବାହ ପ୍ରସ୍ତାବ ଆସିବା ଆରମ୍ଭ ହୋଇଯାଇଛି। ଲୋକେ ତାଙ୍କ ସହ ଡେଟରେ ଯିବାକୁ ପଚାରୁଛନ୍ତି। କେବଳ ଏତିକି ନୁହେଁ ତାଙ୍କ ଆକାଉଣ୍ଟରୁ ଅଜଣା ଲୋକଙ୍କୁ ଫ୍ରେଣ୍ଡ ରିକ୍ବେଷ୍ଟ ମଧ୍ୟ ପଠାଯାଇଛି।

{"id":269749,"sizeSlug":"large"}

ଚାହତ ଖାନ୍ନାଙ୍କ କହିବା ଅନୁସାରେ,ତାଙ୍କ ସୋସିଆଲ ଆକାଉଣ୍ଟରୁ ଅଶ୍ଳୀଳ ମ୍ୟାସେଜ ମଧ୍ୟ ପଠାଯାଇଛି ଯାହା ସେ ପଠାଇ ନାହାନ୍ତି। ସେ କହିଛନ୍ତି ଯେ, ଏପରି କରିବା ବିଷୟରେ ସେ କେବେ ଭାବି ପାରିବେ ନାହିଁ। ତାଙ୍କର ସେହି ବନ୍ଧୁ ପ୍ରଥମ ଥର ତାଙ୍କୁ ହଇରାଣ କରି ନାହାନ୍ତି। ଏହି କାରଣରୁ ତାଙ୍କର ଅନ୍ୟ ଜଣେ ବନ୍ଧୁ ପୂର୍ବରୁ ଡିପ୍ରେସନରେ ଚାଲି ଯାଇଥିଲେ। ସେ ପୋଲିସ୍ ନିକଟରେ ମାମଲା ରୁଜୁ କରିଛନ୍ତି କିନ୍ତୁ ଏବେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ସେ ଜାଣିଛନ୍ତି ଯେ ପୋଲିସ୍ ଏବେ ବଡ଼ ଚ୍ୟାଲେଞ୍ଜକୁ ହ୍ୟାଣ୍ଡଲ୍ କରୁଛନ୍ତି।

{"id":269751,"sizeSlug":"large"}

ଚାହତ ଖାନ୍ନା ,ସଞ୍ଜୟ ଦତ୍ତଙ୍କ ଫିଲ୍ମ ପ୍ରସ୍ଥାନମରେ ନଜର ଆସିଥିଲେ। ଚାହତ ଏହି ଫିଲ୍ମରେ ମନୀଷା କୋଇରାଲାଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ। ଚାହତ ‘ବଡ଼େ ଅଚ୍ଛେ ଲଗତେ ହେଁ’ରେ ସପୋର୍ଟିଂ ଭୂମିକାରେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ। ଏହି ଶୋ ପରେ ୟେ ରିସ୍ତା କ୍ୟା କେହଲାତା ହେ ଏବଂ କବୁଲ ହେ ରେ ମଧ୍ୟ ଚାହତ ନଜର ଆସିଥିଲେ।

{"id":269748,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.