Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜାଙ୍କ କାରଣରୁ ଭାଙ୍ଗିଲା ମୋର ଓ କୁଲଦୀପଙ୍କ ଯୋଡି: ଚହଲ

21/05/2021 at 4:55 PM

ନୂଆଦିଲ୍ଲୀ ୨୧।୦୫: ଭାରତୀୟ କ୍ରିକେଟ୍ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲ କୁଲଦୀପ ଯାଦବଙ୍କ ସହ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ସ୍ଵପ୍ନ ହୋଇ ଯାଇଛି। ଏହି ଦୁଇ ବୋଲର ଭାରତୀୟ ଦଳକୁ ଅନେକ ମ୍ୟାଚ୍‌ ଜିତାଇଛନ୍ତି। ମାତ୍ର ସଂପ୍ରତି ଉଭୟ ଖରାପ ଫର୍ମ ଦେଇ ଗତି କରୁଛନ୍ତି।

କୁଲଦୀପ ଯାଦବ ଭାରତୀୟ ଦଳରେ ନିଜର ସ୍ଥାନ  ହରାଇଥିବା ବେଳେ ଚହଲଙ୍କୁ ଚୂଡାନ୍ତ ଏକାଦଶରେ ନିଜ ସ୍ଥାନ ପାଇଁ ସଂଘର୍ଷ କରିବାକୁ ପଡୁଛି। ଦୁଇ ବୋଲରଙ୍କ ଖରାପ ଫର୍ମ ତେବେ ଆରମ୍ଭ ହେଲା ଯେବେ ଏହି ଯୋଡିକୁ ଏକ ସଙ୍ଗେ ଖେଳାଗଲା ନାହିଁ। ଏହା ପଛରେ କଣ କାରଣ ଥାଇ ପାରେ ଏହାର ଖୁଲାସା ଚହଲ ସ୍ପୋର୍ଟ୍ସ ତକରେ କରିଛନ୍ତି।

ଚହଲ କହିଛନ୍ତି, ୨୦୧୮ ପର୍ଯ୍ୟନ୍ତ ମୁଁ ଓ କୁଲଦୀପ ଏକ ସଙ୍ଗେ କ୍ରମାଗତ ଦଳ ପକ୍ଷରୁ ଖେଳିଲୁ। ଏହାର କାରଣ  ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ବୋଲର ଅଲରାଉଣ୍ଡର ଥିଲେ। ସେ ଯେବେ ବୋଲିଂ କରୁଥିଲେ ତେବେ ଦୁଇ ସ୍ପିନର ଏକାଠି ଖେଳୁଥିଲେ। ମାତ୍ର ସେ ଆହତ ହେବା ପରେ ରବୀନ୍ଦ୍ର ଜାଡେଜା ଦଳକୁ ଫେରିଲେ। ଏଠାରୁ ହିଁ ସବୁ ଚିତ୍ର ବଦଳିଗଲା।

ଚହଲ କହିଛନ୍ତି, ଜାଡେଜା ସ୍ପିନର ଅଲରାଉଣ୍ଡର। ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ପରେ ତାଙ୍କ ସ୍ଥାନରେ ଅଲରାଉଣ୍ଡରର ଆବଶ୍ୟକତା ଥିଲା। କାରଣ ତାହା ଦଳର ସମନ୍ଵୟ ପାଇଁ ଜରୁରୀ ଥିଲା ଏବଂ ଏମିତି ଖେଳାଳିଙ୍କ ଦରକାର ଥିଲା ଯିଏ ନମ୍ବର ୭ରେ ବ୍ୟାଟିଂ କରି ପାରିବେ। ଜାଡେଜା ସ୍ପିନର ଥିବାରୁ କୁଲଦୀପ କିମ୍ବା ମୋତେ ଜଣଙ୍କୁ ଚୂଡାନ୍ତ ଏକାଦଶ ପାଇଁ ଚୟନ କରାଯାଉଥିଲା।

ଚହଲ କହିଛନ୍ତି, ଦଳ ଯେ ପର୍ଯ୍ୟନ୍ତ  ଜିତି ଚାଲିଥିବ ସେ ପର୍ଯ୍ୟନ୍ତ ତାଙ୍କୁ ବାହାରେ ବସିବାରେ କୌଣସି ଅସୁବିଧା ନାହିଁ। ଯଦି ମୁଁ ନ ଖେଳି ବି ଦଳ ଜିତୁଛି ତେବେ ମୁଁ ସେଥିରେ ବହୁତ ଖୁସି। ଚହଲ କହିଛନ୍ତି, ମୁଁ ଗତ ବର୍ଷ ଛଅ ମାସ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ଖେଳିଥିଲି। ମୋତେ ବିଶ୍ଵାସ ଥିଲା ଯେ, ଭଲ ପ୍ରଦର୍ଶନ କରିବି। କାରଣ ନେଟ୍ସରେ ଭଲ ବୋଲିଂ କରୁଥିଲି।

ୟୁଜବେନ୍ଦ୍ର ଚହଲ ଶେଷ ଅନ୍ତର୍ଜାତୀୟ ମୁକାବିଲା ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ସେ ଟି-୨୦ ସିରିଜ୍‌ରେ ୩ ମୁକାବିଲା ଖେଳି ମାତ୍ର ଗୋଟିଏ ଓ୍ଵିକେଟ୍ ନେଇଥିଲେ। ଏହା ପରେ ଆଇପିଏଲ-୧୪ରେ ଚହଲରଙ୍କ ପ୍ରଦର୍ଶନ ମଧ୍ୟ କିଛି ଖାସ୍ ନଥିଲା। ଚହଲ ଆଇପିଏଲ୍‌ରେ ୭ ମ୍ୟାଚ୍‌ରୁ କେବଳ ୪ ଓ୍ଵିକେଟ୍ ନେବାରେ ସକ୍ଷମ  ହୋଇଥିଲେ।

   Related Posts