Monday, December 9, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମ୍ୟାଚ୍ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତ, ଚହଲ କହିଲେ ଆଇପିଏଲ ନୁହେଁ ୱାର୍ଲଡକପ୍

ମଞ୍ଚେଷ୍ଟର: ଆଇସିସି ୱାର୍ଲଡ କପରେ ଜୁନ ୨୭ ତାରିଖ ଦିନ ଭାରତକୁ ଭେଟିବ ୱେଷ୍ଟଇଣ୍ଡିଜ୍। ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍ ଖେଳିସାରିଥିବା କାରବୀୟ ଟିମ ୪ଟି ହାରିଛି। ଏଣୁ ଭାରତ ବିପକ୍ଷରେ ମ୍ୟାଚ୍ ଜିତିବା ପାଇଁ ୱେଷ୍ଟଇଣ୍ଡିଜ୍ ପ୍ରସ୍ତୁତ ହେଉଥିବା ବେଳେ ବିଶ୍ୱକପ୍ ରେ ଏପର୍ଯ୍ୟନ୍ତ ହାରି ନଥିବା ଟିମ୍ ଇଣ୍ଡିଆ ମଧ୍ୟ ଦୃଢ ମୁକାବିଲା ନିମନ୍ତେ ପ୍ରସ୍ତୁତି ଚଳାଇଛି। ତେବେ ବିଶ୍ୱକପ୍  ଆଇପିଏଲ ମ୍ୟାଚ୍ ନୁହେଁ ବୋଲି କହିଛନ୍ତି ଭାରତୀୟ ବୋଲର ୟୁଜବେନ୍ଦ୍ର ଚହଲ।

ମଞ୍ଚେଷ୍ଟରରେ ଗଣମାଧ୍ୟମ ଚହଲଙ୍କ ଠାରୁ ଆଗାମୀ ମ୍ୟାଚ୍ ରେ ଟିମ୍ ଇଣ୍ଡିଆର ରଣନୀତି ଜାଣିବାକୁ ଚାହିଁଥିଲେ। ଆଇପିଏଲରେ ୱେଷ୍ଟଇଣ୍ଡିଜ୍ ଖେଳାଳିଙ୍କ ଆକ୍ରମକ ପ୍ରଦର୍ଶନର ୱାର୍ଲଡ କପରେ ଭାରତ କିପରି ମୁକାବିଲା କରିବ ବୋଲି ସାମ୍ବାଦିକମାନେ ଚହଲଙ୍କୁ ପ୍ରଶ୍ନ କରିଥିଲେ। ତେବେ ଆଇପିଏଲ ଓ ୱାର୍ଲଡ କପ୍ ଦୁଇଟି ପୃଥକ ଇଭେଣ୍ଟ ବୋଲି ଚହଲ ସାମ୍ବାଦିକଙ୍କୁ କହିଛନ୍ତି। ଆଇପିଏଲ ସୌକିନ କ୍ରିକେଟ, ତେବେ ୱାର୍ଲଡ କପରେ ଖେଳାଳିମାନେ ସେମାନଙ୍କ ଦେଶ ପାଇଁ ଷ୍ଟାଡିୟମକୁ ଓହ୍ଲାଇଥାନ୍ତି। ଏଣୁ ବିଜୟର ଚାପ ଉଭୟ ପକ୍ଷ ଉପରେ ଥାଏ ବୋଲି କହିଛନ୍ତି ଚହଲ।

ସେହିପରି ରସେଲଙ୍କ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଜବାବରେ ୱେଷ୍ଟଇଣ୍ଡିଜ୍ ୪ ଟି ୱିକେଟ୍ ହରାଇବା ପରେ ପ୍ରଥମେ ସ୍ଥିତି ସୁଧାରିବାକୁ ଚାହିଁବ। ତେବେ ସେତେବଳେ ମ୍ୟାଚ୍ ପରିସ୍ଥିତି ଅନୁସାରେ ଆମେ ମଧ୍ୟ ରଣନୀତି ବଦଳାଇ ଦେଇଥିବୁ ବୋଲି ଚହଲ କହିଛନ୍ତି। ବିଶ୍ୱକପ୍ ରେ ଭାରତ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍ ଖେଳିଥିବା ବେଳେ ବର୍ଷା ଯୋଗୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ୍ ବାତିଲ ହୋଇଛି। ତେବେ ଅନ୍ୟ ୪ଟିରେ ଭାରତ ବିଜୟୀ ହୋଇଛି। ଏଣୁ ଜୁନ ୨୭ ମ୍ୟାଚ୍ ଉପରେ ଏବେ ସମସ୍ତଙ୍କର ନଜର ରହିଛି।

422 Views

   ସମ୍ବନ୍ଧିତ ଖବର