ଟି-୨୦ ସିରିଜ୍ ହାତେଇଲା ଟିମ୍ ଇଣ୍ଡିଆ, ଭାରତୀୟ ବୋଲରଙ୍କୁ ଟପିଲେ ଚହଲ, ରଚିଲେ ଏମିତି ରେକର୍ଡ

Published By : Prameya-News7 Bureau | December 06, 2020 IST

ସିଡନୀ ୦୬/୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ୍‌ ହାତେଇଛି ଟିମ୍‌ ଇଣ୍ଡିଆ। ଯଦିଓ ଆଉ ଗୋଟିଏ ମ୍ୟାଚ୍‌ ବାକି ରହିଛି କିନ୍ତୁ ପୂର୍ବ ଦୁଇ ମ୍ୟାଚ୍‌ରେ କଙ୍ଗାରୁକୁ ମାତ ଦେଇଛି ବିରାଟ ବାହିନୀ। ଦିନିକିଆରେ ଶୋଚନୀୟ ପରାଜୟର ବଦଲା ନେଇଛି ଭାରତୀୟ କ୍ରିକେଟ ଟିମ୍‌। ତେବେ ଦ୍ବିତୀୟ ଟି-୨୦ ମ୍ୟାଚ୍‌ରେ ୟୁଜବେନ୍ଦ୍ର ଚହଲ ରେକର୍ଡ ରଚିଛନ୍ତି । ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଓ୍ବିକେଟ ନେବା ମାମଲାରେ ଜସପ୍ରୀତ ବୁମରାଙ୍କ ସମକକ୍ଷ ହୋଇଛନ୍ତି ଚହଲ। ଆଜିର ମ୍ୟାଚ୍‌ରେ ୪ ଓଭରରେ ୫୧ ରନ୍‌ ଦେଇ ଗୋଟିଏ ଓ୍ବିକେଟ ନେବା ସହ ବୁମରାଙ୍କ ବରାବର ହୋଇଛନ୍ତି ଚହଲ।

୪୪ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ରେ ଚହଲ ୫୯ ଓ୍ବିକେଟ ଅକ୍ତିଆର କରି ବୁମରା ୫୦ ମ୍ୟାଚ୍‌ରୁ ୫୯ଟି ଓ୍ବିକେଟ ରେକର୍ଡର ସମକକ୍ଷ ହୋଇଛନ୍ତି ଲେଗ୍‌ ସ୍ପିନର ଚହଲ। ତେବେ ୨୫ ରନ୍‌ରେ ୬ ଓ୍ବିକେଟ ଚହଲଙ୍କ ବେଷ୍ଟ ଥିଲା। ଏହି ସୂଚୀରେ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀ ୫୨ ଓ୍ବିକେଟ ସହ ତୃତୀୟ ସ୍ଥାନରେ ଥିବା ବେଳେ ଭୁବନେଶ୍ବର କୁମାର ୪୧ ଓ୍ବିକେଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। କୁଲଦୀପ ଯାଦବ ୩୯ ଓ୍ବିକେଟ୍‌ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୩୯ଟି ଓ୍ବିକେଟ୍‌ ନେଇ ରେକର୍ଡ କରିଥିଲେ।

ଅନ୍ୟପଟେ ଅନ୍ତର୍ଜାତୀୟ ରେକର୍ଡ ଅନୁସାରେ ଏହି ଲିଷ୍ଟର ଟପ୍‌ରେ ଶ୍ରୀଲଙ୍କା ବୋଲର ଲିସଥ ମାଲିଙ୍ଗା ଅଛନ୍ତି। ମାଲିଙ୍ଗା ୮୪ ଟି-୨୦ ମ୍ୟାଚ୍‌ରେ ୧୦୭ ଓ୍ବିକେଟ ଅକ୍ତିଆର କରିଛନ୍ତି। ପରେ ପାକିସ୍ତାନର ଶାହିଦ ଆଫ୍ରିଦି ୯୮ ଓ୍ବିକେଟ ଓ ବାଂଲାଦେଶର ସାକିବ ଉଲ ହସନ ୯୨ ଓ୍ବିକେଟ ନେଇ ରେକର୍ଡ ରଚିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.