ଯୁବରାଜଙ୍କ ଭବିଷ୍ୟବାଣୀ : କିଙ୍ଗସ୍ ଏକାଦଶ ପଞ୍ଜାବ ଖେଳିବ ଫାଇନାଲ, ମଜାଦାର ଟ୍ୱିଟ୍ କଲେ ଚହଲ, ଲେଖିଲେ- 'ଭୈୟା ହମ୍ ଇଣ୍ଡିଆ ଆ ଜାଏଁ ଓ୍ୱାପିସ'

Published By : Prameya-News7 Bureau | October 19, 2020 IST

ଦୁବାଇ, ୧୯।୧୦: ଚଳିତ ଆଇପିଏଲରେ ପ୍ରାୟ ସମସ୍ତ ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳୁଥିବା ୟୁଜବେନ୍ଦ୍ର ଚହଲ ମଧ୍ୟ ନିଜ ବୋଲିଂରେ ପ୍ରତିପକ୍ଷ ବ୍ୟାଟସମ୍ୟାନଙ୍କୁ ଅଡୁଆରେ ପକାଉଛନ୍ତି । ଏବେ ଚହଲଙ୍କ ଏକ ଟ୍ୱିଟ୍ ଖୁବ ଭାଇରାଲ ହୋଇଛି । ଏଥିରେ ସେ ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂଙ୍କୁ ମଜାଳିଆ ରିପ୍ଲାଏ ଦେଇଛନ୍ତି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଉପରେ ।

ରବିବାର କିଙ୍ଗସ୍ ଏକାଦଶ ପଞ୍ଜାବ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ  ସୁପର ଓଭରରେ ମୁମ୍ବାଇକୁ ମାତ୍ ଦେଇଥିଲା ପଞ୍ଜାବ । ଏହି ବିଜୟରେ ପଞ୍ଜାବ ଅନେକ ଖେଳାଳିଙ୍କ ଯୋଗଦାନ ରହିଛି । କିନ୍ତୁ ଯୁବରାଜଙ୍କୁ ସବୁଠାରୁ ଅଧିକ କରିଥିଲେ ଓ୍ୱେଷ୍ଟ ଇଣ୍ଡିଜର ବିସ୍ଫୋରକ ବ୍ୟାଟସମ୍ୟାନ୍ ନିକୋଲାସ ପୁରନ ।

wp:html /wp:html

ଏହାକୁ ନେଇ ଯୁବରାଜ ଟ୍ୱିଟ୍ କରିଥିଲେ । ଯୁବରାଜ ଲେଖିଥିଲେ ଯେ, ଆଜି ରାତିର ମ୍ୟାଚ୍ ଓ୍ୱିନର ହେଲେ ନିକୋଲାସ ପୁରନ । ଏହାକୁ ଦେଖି ଖୁସି ଲାଗୁଛି । ଲାଗୁଛି ଯେ କିଙ୍ଗସ୍ ଏକାଦଶ ପଞ୍ଜାବର ଟିମ୍ ଫାଇନାଲରେ ପହଁଚିବ । ଏହାସହ ପଞ୍ଜାବ ଫାଇନାଲରେ ମୁମ୍ବାଇ ବିପକ୍ଷରେ ଖେଳିବ । ଏହାପରେ ଚହଲ ମଜାଳିଆ ରିପ୍ଲାଏ ଦେଇଥିଲେ ।

ଚହଲ ରିପ୍ଲାଏ ଦେଇ କହିଥିଲେ ଯେ, ‘ଭାଇ ଆମେ କଣ ଭାରତ ଫେରି ଆସିବୁ କି ?’ ଚହଲଙ୍କ ରିପ୍ଲାଏର ତୁରନ୍ତ ଜବାବ ଦେଇଥିଲେ ଯୁବରାଜ । ସେ କହିଥିଲେ ଯେ, ଏବେ ଆଉ ଅଳ୍ପ ଛକା ଓ ଓ୍ୱିକେଟ୍ ନେଇ ଭାରତ ଆସିବ । ଏହାର ଜବାବରେ ଚହଲ ଠିକ୍ ଅଛି ବୋଲି କହିଥିଲେ । ଫାଇନାଲ ଦେଖି ଫେରିବ ବୋଲି ଶେଷରେ ରିପ୍ଲାଏ ଦେଇଥିଲେ ଯୁବରାଜ ।

ସୂଚନାଯୋଗ୍ୟ, ଏହି ବିଜୟ ସହ ପଞ୍ଜାବ ଷଷ୍ଠ ସ୍ଥାନକୁ ଉତୀନ୍ନ ହୋଇଥିଲା । ପଏଣ୍ଟ ତାଲିକାରେ ଦିଲ୍ଲୀ ପ୍ରଥମ, ମୁମ୍ବାଇ ଦ୍ୱିତୀୟ, ବାଙ୍ଗାଲୋର ତୃତୀୟ ଓ କୋଲକାତା ଚତୁର୍ଥ ସ୍ଥାନରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.