Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଶୈବପୀଠ ବାବା ଚନ୍ଦନେଶ୍ବରଙ୍କ ପୀଠରେ ଚଡକ ଯାତ୍ରା, ଆଜି ମହାନୀଳ ଉତ୍ସବ

12/04/2019 at 5:21 PM

ଜଳେଶ୍ବର ୧୨|୪ : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ହୁଗୁଳି ପଂଚାୟତରେ ଅବସ୍ଥିତ ବିଖ୍ୟାତ ଶୈବପୀଠ ବାବା ଚନ୍ଦନେଶ୍ବରଙ୍କ ଚଳିତ ବର୍ଷରେ ହେଉଥିବା ପ୍ରସିଦ୍ଧ ଚଡକମେଳାର ଆଜି ଦ୍ବିତୀୟ ଅର୍ଘ୍ୟ । ଏହି ଅବସରରେ ଅନୁଷ୍ଠିତ ହେଉଛି ବହୁ ଚର୍ଚ୍ଚିତ ମହାନୀଳ ଉତ୍ସବ । ଲକ୍ଷାଧିକ ଭକ୍ତଙ୍କ ସମାଗମ । ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

ଗିନିଜ୍ ବୁକରେ ସ୍ଥାନିତ ଓଡିଶାର ଦ୍ବିତୀୟ ବୃହତମ ଗଣପର୍ବ ଚୈତ୍ର ଚଡକ ଯାତ୍ରା ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ଥିବା ବାବା ଚନ୍ଦନେଶ୍ବରଙ୍କ ପୀଠରେ  ଅନୁଷ୍ଠିତ ହେଉଅଛି । ଆଜି ବିଶ୍ବ ପ୍ରସିଦ୍ଧ ଚଡକ ଯାତ୍ରାର ଦ୍ବାଦଶ ଦିବସରେ ପାଳିତ ହେଉଅଛି ମହାନୀଳ ଉତ୍ସବ । ଲକ୍ଷାଧିକ ଭକ୍ତଙ୍କ ସମାଗମରେ  ଆଜି ଚନ୍ଦନେଶ୍ବର ପୀଠ ହୋଇଉଠିଛି ଚଳଚଂଚଳ । ବାବା ଚନ୍ଦନେଶ୍ବରଙ୍କ ପ୍ରସିଦ୍ଧ ଚଡକ ପର୍ବରେ ଅନୁଷ୍ଠିତ ହୋଇଥାଏ ତିନୋଟି ମହାନ ଉତ୍ସବ, କାମିନା ବିବାହ, ନୀଳପର୍ବ ଓ ପାଟ ପର୍ବ ।

ଆଜି ର ନୀଳପର୍ବ ପାଳନରେ ବହୁ କିମ୍ବଦନ୍ତୀ, ଲୋକକଥା ଓ ପୈ।ରଣିକ ତଥ୍ୟ ରହିଛି । ସମୁଦ୍ର ମନ୍ଥନ ସମୟରେ ମହାଦେବ ଯେଉଁ ହଳାହଳ ବିଷ ପାନ କରି ନୀଳକଣ୍ଠ ସାଜିଥିଲେ ଆଜି ସେ ବିଷ ଜ୍ଜାଳାକୁ ପ୍ରସମିତ କରିବାକୁ ଦେବତା ଓ ଭକ୍ତମାନେ ତାଙ୍କ ଉପରେ ଜଳାଭିଷେକ କରିଥାନ୍ତି । ଏହାଛଡା ଅନ୍ୟ ଏକ ମତରେ ଶିବ ଓ ପାର୍ବତୀଙ୍କର ଚଳନ୍ତି ପ୍ରତିମା ଖମ୍ବକୁ ନୀଳ ନାମକ ଜଣେ ରାକ୍ଷସ ଚୋରାଇ ନେଇଥିବାରୁ ଆଜିର ଦିନରେ ମହାଦେବ ନୀଳରାକ୍ଷସକୁ ବଧକରି ସଂସାରକୁ ଭାର ମୁକ୍ତ କରିଥିଲେ । ଅନ୍ୟ ପକ୍ଷରେ ଏହିଅଂଚଳରେ ନୀଳଚାଷ ଅଧିକ ହେଉଥବା ବଳେ ନୀଳଚାଷୀଙ୍କ ଉପରେ ଅଧିକ କରଧାର୍ଯ୍ୟକରି  ଜମିଦାର ନୀଳ ଚାଷୀଙ୍କୁ ନିର୍ଯାତନା ଦେଉଥିଲେ ।

ଜମିଦାରଙ୍କ ନିର୍ଯାତନା କବଳରୁ ରକ୍ଷା ପାଇବାକୁ ନୀଳ ଚାଷୀ ମାନେ ମହାଦେବଙ୍କ ଶରଣ ପଶିଥିଲେ ଓ ଭୋଳାନାଥ ଭକ୍ତଙ୍କର ମନଇଚ୍ଛା ପୁରଣ କରିଥିଲେ । ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ସ୍ବାସ୍ଥ୍ୟ, ପରିମଳ, ପାନୀୟ ଜଳ ତଥା ଭକ୍ତଙ୍କ ଯିବା ଆସିବା ପାଇଁ ସ୍ବତନ୍ତ୍ର ପରିବହନ  ବ୍ୟବସ୍ଥା ସହିତ ଭକ୍ତଙ୍କ ରହିବା ପାଇଁ ଅସ୍ଥାୟୀ ଶିବିର ସବୁର ଆୟୋଜନ କରାଯାଇଛି ।

ଆସନ୍ତାକାଲି ଚୈତ୍ର ଚଡକ ପର୍ବର ଉଦଯାପନୀ ଦିବସ ପାଟ ପର୍ବ ଭାବରେ ପାଳିତ ହେବ ।କଣ୍ଟାପାଟ, ନିଆଁ ପାଟରେ ଭକ୍ତ ନିଜ ଶରୀରକୁ କଷ୍ଟଦେଇ ଭଗବାନଙ୍କ ନିକଟତର ହବେ । ଅନାଦୀ କାଳରୁ ବାବା ଚନ୍ଦନେଶର୍ବଙ୍କ ପୀଠରେ ଭକ୍ତଙ୍କର ମାନସିକ ପୁରଣ ହେଉଥିବାରୁ କେବଳ ଓଡିଶାରୁ ନୁହେଁ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆଦି ରାଜ୍ୟରୁ ଭକ୍ତଙ୍କ ସୁଅ ଛୁଟିଥାଏ ।

   Related Posts