୨୦ କେଜି ଓଜନର ଚାବିକୁ ବୋହି ବୁଲୁଛନ୍ତି ବାବା, ଜାଣନ୍ତୁ ଚାବିର ରହସ୍ୟ

Published By : Prameya-News7 Bureau | June 24, 2019 IST

ପ୍ରୟାଗରାଜ : ଚଳିତବର୍ଷ ପ୍ରୟାଗରାଜ ଅର୍ଦ୍ଧ କୁମ୍ଭ ସମାପ୍ତ ହୋଇଛି । ହେଲେ ସରଜୁ କୂଳରୁ ଏପର୍ଯନ୍ତ ଫେରିନାହାନ୍ତି ସବୁ ସାଧୁସନ୍ଥ। ପ୍ରୟାଗ ରାଜରେ ଏବେବି ବିଭନ୍ନ ବେଶଭୂଷାରେ ସାଧୁସନ୍ଥଙ୍କୁ  ବୁଲୁଥିବାର ଦେଖାଯାଉଛି । ଏବର୍ଷ କୁମ୍ଭମେଳାକୁ ଆସିଥିବା ସାଧୁ ସନ୍ଥଙ୍କ ମଧ୍ୟରେ ଏମିତି ଜଣେ ସାଧୁ ଆସିଛନ୍ତି ଯିଏ ହାତରେ ୨୦ କେଜି ଓଜନର ଏକ ବିଶାଳ ଲୁହା ଚାବି ଧରି ବୁଲୁଛନ୍ତି। ସାଧୁଙ୍କ ଚାବି ଏବେ ସମସ୍ତଙ୍କ ପାଇଁ ପାଲଟିଛି ଆକର୍ଷଣର କେନ୍ଦ୍ର। ବାବା କେବଳ ହାତରେ ନୁହେଁ, ଗଳାରେ ଓ ଅଣ୍ଟାରେ ବି ଚାବି ଝୁଲେଇଛନ୍ତି। ତେବେ ଆସନ୍ତୁ ଜାଣିବା ବାବାଙ୍କ ଚାବିର ରହସ୍ୟ ।

{"id":126683}

ଚାବି ବାଲା ବାବାଙ୍କ ଚାବି ଅନ୍ୟ ଚାବି ଭଳି ଦେଖିବାକୁ ସାଧାରଣ । ହେଲେ ଚାବିକୁ ନେଇ ବାବାଙ୍କ ଦର୍ଶନ କିନ୍ତୁ ଅସାଧାରଣ।  ଚାବିବାଲା ବାବାଙ୍କ ବାସ୍ତବ ନାମ ହେଲା ହରିଶ୍ଚନ୍ଦ୍ର ବିଶ୍ୱକର୍ମା ଓ ବୟସ ପାଖାପାଖି ୪୫ ବର୍ଷ। ଉତ୍ତରପ୍ରଦେଶ ରାୟବରେଲିରେ ଜନ୍ମିତ ବାବା ୧୬ ବର୍ଷ ବୟସରୁ ସଂସାର ତ୍ୟାଗ କରିଛନ୍ତି । କବିର ପନ୍ଥି ବିଚାରଧାରରା ବାବା ବେଶ ଦିନ ଧରି କବିରା ବାବା ନାମରେ ପରିଚିତ ଥିଲେ। ତେବେ କିଛି ବର୍ଷ ପୂର୍ବେ ତାଙ୍କ ମନରେ ଚାବିକୁ ନେଇ ଏକ ଦର୍ଶନ ଜାତ ହୋଇଥିଲା। ତା ପରଠାରୁ ଚାବି ପାଲଟିଛି ବାବାଙ୍କର ସବୁକିଛି। ଛୋଟଛୋଟ ଚାବି ମାଳା ପକାଉଥିବା ବାବା ଏକ ବିଶାଳ ଲୁହା ଚାବି ଧରି ବୁଲିବା ପରଠାରୁ ତାଙ୍କ ନାମ ଚାବିବାଲା ବାବା ହୋଇଯାଇଛି।

{"id":126684}

ବାବା ଚାବି ସମ୍ପର୍କରେ ଯାହା କୁହନ୍ତି ତାହା ମଧ୍ୟ ବେଶ ରୋଚକ। ତାଙ୍କର ଏହି ଚାବିରେ ସେ ସାଂସାରିକ ଲୋକଙ୍କ ମନରେ ଥିବା ଅହଂକାର ରୂପକ ତାଲାକୁ  ଖୋଲୁଥିବା କହୁଛନ୍ତି। ଏଥିପାଇଁ ସେ ଖାଲିପାଦରେ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବୁଲିଥିବା ମଧ୍ୟ କହିଛନ୍ତି। କେଉଁଠି ଲୋକେ ତାଙ୍କୁ ଭିକାରୀ ଭାବି କିଛି ପଇସା ଦେଇ ପଳାଇଛନ୍ତି ତ କେଉଁଠି ଲୋକେ ତାଙ୍କୁ ପାଖରେ ବସାଇ ଧର୍ମାର୍ଥ କରିଥିବା କହିଛନ୍ତି। ତେବେ ଏବେ ସେ ପ୍ରୟାଗରାଜରେ ଲୋକଙ୍କ ମନର ଅହମିକାକୁ ତାଙ୍କ ଚାବିରେ ଖୋଲୁଥିବ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.