Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବିହାରରେ ଅସହ୍ୟ ହେଉଛି ଗ୍ରୀଷ୍ମ, ଅଂଶୁଘାତ ଯୋଗୁ ଗୋଟିଏ ଦିନରେ ୩୦ ମୃତ, କ୍ଷତିପୁରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

16/06/2019 at 6:13 PM

ପାଟନା ୧୬।୬:  ଅଜଣା ଜ୍ୱର ଯୋଗୁ ବିହାରରେ ଶିଶୁ ମୃତ୍ୟୁ କୁ ନେଇ ଉପୁଜିଥିବା ପରିସ୍ଥିତିରେ ଏପର୍ଯ୍ୟନ୍ତ ସୁଧାର ହୋଇନି । ଏଥିରେ ଏବେ ଭିଷଣ ଗ୍ରୀଷ୍ମପ୍ରବାହ ରାଜ୍ୟରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଶନିବାର ରାଜ୍ୟର ସର୍ବାଧିକ ତାପମାତ୍ରା ୪୬ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ଔରଙ୍ଗାବାଦ ଜିଲ୍ଲାରେ ୩୦ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।  ଅଜଣା ଜ୍ୱର ଭଳି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଏବେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସେପଟେ ରାଜ୍ୟ ସରକାର ଅଂଶୁଘାତରେ ମୃତ ପ୍ରତି ବ୍ୟକ୍ତିଙ୍କ ପରିବାର ଲାଗି ମୁଖ୍ୟମନ୍ତ୍ରୀ ନୀତିଶ କୁମାର  ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।  

ଅଜଣାଜ୍ୱର ଯୋଗୁ ବିହାରରେ ହେଉଥିବା ଶିଶୁମୃତ୍ୟୁର ସମୀକ୍ଷା ପାଇଁ ରବିବାର ରାଜ୍ୟ ଗସ୍ତରେ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ ଅଂଶୁଘାତ ମୃତକଙ୍କ ନିମନ୍ତେ ଉଦବେଗ ପ୍ରକାଶ କରିଛନ୍ତି। ଅତ୍ୟାଧିକ ତାପମାତ୍ରା ମନୁଷ୍ୟର ମସ୍ତିଷ୍କ ଉପରେ ପ୍ରଭାବ ପକାଏ। ଏଣୁ ଉଚ୍ଚତାପ ମାତ୍ରାରେ ଲୋକଙ୍କୁ ଘରୁ ପଦାକୁ ନ ବାହାରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।  ଶନିବାର ଔରଙ୍ଗାବାଦରେ ଅଂଶୁଘାତ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଅଧିକାଂଶ ଲୋକେ ପ୍ରଥମେ ଜ୍ୱରରେ ଆକ୍ରାନ୍ତ ହୋଇଥିବା ନେଇ ସେମାନଙ୍କ ପରିବାର ଲୋକେ କହିଛନ୍ତି। ଅତ୍ୟାଧିକ ଜ୍ୱର ଯୋଗୁ ସେମାନଙ୍କୁ ହସ୍ପିଟାଲ ନିଆଯାଉଥିବା ବେଳେ କେତେକ ରାସ୍ତାରେ ପ୍ରାଣ ହରାଇଛନ୍ତି ତ ଆଉ କେତେକ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ପ୍ରାଣ ହରାଇଥିବା ଜଣାପଡିଛି।

ସେହିପରି ଗୟା ଜିଲ୍ଲାରେ ଅଂଶୁଘାତ ଯୋଗୁ ଏପର୍ଯ୍ୟନ୍ତ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନବାଦାରେ ୭ଜଣ ପ୍ରାଣ ହରାଇଛନ୍ତି। ଔରଙ୍ଗାବାଦ ସିଭିଲ ହସ୍ପିଟାଲ ମୁଖ୍ୟ ଡା.ସୁରେନ୍ଦ୍ର ସିଂହଙ୍କ ଅନୁସାରେ ଶନିବାର ଜିଲ୍ଲାର ବିଭିନ୍ନ ବ୍ଲକରୁ ୮୦ ଜଣ ଅଂଶୁଘାତ ଆକ୍ରାନ୍ତଙ୍କୁ ସଦର ହସ୍ପିଟାଲ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ସେହିପରି ଗୟା ଜିଲ୍ଲାରେ ମୋଟ ୪୪ ଜଣ ଅଂଶୁଘାତ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୨୫ ଜଣ ଏବେବି ଚିକିତ୍ସାଧୀନ ଅଛନ୍ତି।  

   Related Posts