ଗୁରୁବାରଠୁ ସିଟି ଓ ବିଇଡି ଏଣ୍ଟ୍ରାନ୍ସ, ସବୁ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର

Published By : Prameya-News7 Bureau | October 07, 2021 IST

ଭୁବନେଶ୍ୱର ୦୭/୧୦: ବିଇଡି ଓ ସିଟି ପାଠ୍ୟକ୍ରମରେ ନାମଲେଖା ପାଇଁ ଗୁରୁବାର ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ । ୭ ଓ ୮ ତାରିଖରେ ପ୍ରବେଶିକା ପରୀକ୍ଷା ହେବାକୁ ଥିବାବେଳେ ବିଭାଗ ପକ୍ଷରୁ ପରୀକ୍ଷା ନେଇ କଡ଼ା କଟକଣା କରାଯାଇଛି । ସିଟି ପ୍ରବେଶିକା ପରୀକ୍ଷା ଏସସିଇଆର୍‌ଟି ଦ୍ୱାରା ପରିଚାଳିତ ହେଉଥିବା ବେଳେ ବିଇଡି ଓ ବିଏଚ୍‌ଇଡି ପ୍ରବେଶିକା ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ହେଉଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ଚିହ୍ନଟ ହୋଇଛି । ପରୀକ୍ଷା ପୂର୍ବାହ୍ଣ ୧୧ଟା ୩୦ରୁ ଅପରାହ୍ଣ ୧ଟା ମଧ୍ୟରେ ହେବ । ଏକ ସମୟରେ ସିଟି ଓ ବିଇଡି ପ୍ରବେଶିକା ପରୀକ୍ଷା ପାଇଁ ସମୟ ଏବଂ ତାରିଖ ନିର୍ଦ୍ଧାରିତ ହୋଇଛି ।

ତେଣୁ ୭ ଓ ୮ ତାରିଖରେ ସିଟି ପ୍ରବେଶିକା ଦେବାକୁ ଥିବା ଛାତ୍ରଛାତ୍ରୀ ଆସନ୍ତା ୧୧ ତାରିଖରେ ବିଇଡି ଓ ବିଏଚ୍‌ଇଡି ପରୀକ୍ଷା ଦେବେ । ସେମାନଙ୍କ ପରୀକ୍ଷା ୧୧ ତାରିଖ ପୂର୍ବାହ୍ଣ ୧୧ଟା ୩୦ରୁ ଅପରାହ୍ଣ ୧ଟା ମଧ୍ୟରେ ହେବ । କିନ୍ତୁ ଏହି ଛାତ୍ରଛାତ୍ରୀମାନେ ସିଟି ପ୍ରବେଶିକା ପରୀକ୍ଷାର ଆଡ଼ମିଟ୍‌ କାର୍ଡ଼ ଦାଖଲ କରିବା ପରେ ସେମାନଙ୍କୁ କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.