ଶେଷ ହୋଇଛି ବିଜୁଳି କାଟ ଅଭିଯାନ: ୧୫ ଦିନ ଯାଏଁ ସେସୁର ଚଢ଼ଉ ବନ୍ଦ, ପୁଣି ୧୬ରୁ ଆରମ୍ଭ, ଆଦାୟ ହେଲା ବକେୟା ବିଲ୍‌ ୭୨ କୋଟି ୬୬ ଲକ୍ଷ ଟଙ୍କା

Published By : Prameya-News7 Bureau | February 07, 2020 IST

ଭୁବନେଶ୍ବର୭/୨: ପ୍ରଥମ ପର୍ଯ୍ୟାୟ ସ୍ବତନ୍ତ୍ର ବକେୟା ଅସୁଲ ଓ ବିଜୁଳି କାଟ ଅଭିଯାନ ବୁଧବାର ଶେ​‌ଷ ହୋଇଛି। ଗୁରୁବାର ଅର୍ଥାତ ଗତକାଲିଠାରୁ ୧୦ ଦିନ ପାଇଁ ଅଭିଯାନକୁ ସ୍ଥଗିତ ରଖାଯାଇଛି। ଏ ଅବଧିରେ ନିଜର ବକେୟା ବିଜୁଳି ଦେୟ ଦାଖଲ କର ଓ ଫେବୃଆରୀ ୧୬ରୁ ଆରମ୍ଭ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ଅଭିଯାନରେ ବିଜୁଳି କାଟରୁ ସୁରକ୍ଷିତ ରୁହ। ଖିଲାପୀ ଉପଭୋକ୍ତାଙ୍କୁ ଏଭଳି ଚେତାବନୀ ଦେଇଛି ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାୟ ୟୁଟିଲିଟି ଅଫ୍‌ ଓଡ଼ିଶା (ସେସୁ)

ଅନ୍ୟପଟେ ସେସୁ ମୁଖ୍ୟ କାର୍ଯ୍ୟାନିର୍ବାହୀ ଅଧିକାରୀ (ସିଇଓ) ଅରୁଣ ବୋଥ୍ରା କହିଛନ୍ତି ଜାନୁଆରୀ ୧୬ରୁ କମ୍ପାନୀ ଆରମ୍ଭ କରିଥିବା ସ୍ବତନ୍ତ୍ର ବକେୟା ଅସୁଲ ଓ ବିଜୁଳି କାଟ ଅଭିଯାନକୁ ଫେବୃଆରୀ ୧୬ ଯାଏଁ ସ୍ଥଗିତ ରଖାଯାଇଛି। କିନ୍ତୁ ଏହି ସମୟ ମଧ୍ୟ​‌ରେ ଉପଭୋକ୍ତାଙ୍କ ଠାରୁ ୭୨ କୋଟି ୬୬ ଲକ୍ଷ ଟଙ୍କା ଆଦାୟ କରାଯାଇଛି। ସେମାନଙ୍କ ମଧ୍ୟରୁ ୭ କୋଟି ୩୬ ଲକ୍ଷ ଟଙ୍କା ଅନଲାଇନରେ ପୈଠ କରାଯାଇଛି। ଅଭିଯାନ ୧୮ ଦିନରେ କମ୍ପାନୀର ୨୦ଟି ଯାକ ବିଜୁଳି ଡିଭିଜନରେ ୪୮୦ଟି ସ୍ବତନ୍ତ୍ର ସ୍କ୍ବାଡ୍‌ ମାଧ୍ୟମରେ ୧,୬୧, ୮୦୧ ଖିଲାପୀ ବ୍ୟବସାୟିକ ପ୍ରତିଷ୍ଠାନରେ ପହଞ୍ଚିଥିଲା ସେସୁ।

ଶ୍ରୀ ବୋଥ୍ରା କହିଛନ୍ତି, ପ୍ରଥମ ପର୍ଯ୍ୟାୟ ଅଭିଯାନରେ ବାରମ୍ବାର ଅନୁରୋଧ ସତ୍ତ୍ବେ ୨୧, ୩୩୯ ଜଣ ବ୍ୟବସାୟିକ ପ୍ରତିଷ୍ଠାନ ଗ୍ରାହକ ବକେୟା ଦେବାକୁ ମନା କରିଥିଲେ। ଏଣୁ ସେମାନଙ୍କ ବିଜୁଳି ସଂଯୋଗକୁ କଟାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.