ବିକ୍ରିହେଲା ରାଜ୍ୟର ବିଦ୍ୟୁତ ବିତରଣ କମ୍ପାନୀ ସେସୁ - ୫୧ ପ୍ରତିଶତ ଅଂଶଧନ କିଣିଲା ଟାଟା ପାଓ୍ୱାର

Published By : Prameya-News7 Bureau | December 24, 2019 IST

ଭୁବନେଶ୍ୱର  ୨୪।୧୨ - ବିକ୍ରିହେଲା ସେସୁ । ସେସୁକୁ ଅଧିଗ୍ରଣ କରିବା ନେଇ ଟାଟା ପାଓ୍ବାର ସୂଚନା ଦେଇଛି । ହେଲେ ରାଜ୍ୟ ସରକାର ଏନେଇ କିଛି ସ୍ଫଷ୍ଟ କରୁ ନଥିବାବେଳେ ସେସୁ ବିକ୍ରି ପଛରେ କିକ ବ୍ୟାକ ଅଭିଯୋଗ ଆଣିଛନ୍ତି ବିରୋଧୀ । ସେପଟେ ସେସୁ ଘରୋଇ କରଣ ଦ୍ବାରା ବିଜୁଳି ସଂସ୍କାର ହୋଇ ପାରିବ ବୋଲି ଯୁକ୍ତି ବାଢିଛି ବିଜେଡି । ଏଠି ପ୍ରଶ୍ନ ଉଠୁଛି ସେସୁ ଘରୋଇ କରଣ ହେବା ପରେ ସତରେ କଣ ସରକାର ଲାଭ ପାଇବେ ଓ ଗ୍ରାହକ ଉପକୃତ ହେବେ ।

{"id":202111,"sizeSlug":"large"}

ବିକ୍ରିହେଇଗଲା ସେସୁ । ୫୧ ପ୍ରତିଶତ ଅଂଶଧନ ହାତେଇ ସେସୁର ମାଲିକାନା ନେଇଛି ଟାଟା ପାଓ୍ବାର । ରାଜ୍ୟର ବିଦ୍ୟୁତ ୟୁଟିଲିଟି ସଂସ୍ଥା ସେସୁକୁ କିଣିବା ନେଇ ଟାଟା ପାଓ୍ବାର ଟ୍ବିଟ୍‌ କରି ସୂଚନା ଦେଇଛି। ଏ ହେଉଛି ସେହି ଲେଟର ଅଫ ଇଣ୍ଟେଣ୍ଟ ଯାହାକୁ ଓଇଆରସି ଟାଟା ପାୱାରକୁ ଦେଇଛି।  ତେବେ ସେସବୁ ବିକ୍ରି ହେବା ପରେ ଏଥିରେ କାହାର ଲାଭ ହେବ ।

{"id":202112,"sizeSlug":"large"}

ସରକାର ଲାଭ ପାଇବେ ଓ ଗ୍ରାହକଙ୍କୁ ଉପକୃତ ହେବେ କି ।  ପୂର୍ବରୁ ସେସୁକୁ ଅଧିଗ୍ରହଣ କରିଥିବା ଏଇଏଏସ କମ୍ପାନୀ ଏମିତି ସ୍ବପ୍ନ ଦେଖାଇ ଥିଲା । ହେଲେ ଅଧାରୁ ସରକାରଙ୍କ ହାତ ଛାଡି ପାଖା ପାଖି ୭ ଶହ କୋଟି ନେଇ ଛୁ ମାରିଛି । ଏବେ ରାଜ୍ୟ ସରକାର ସେଇ ସମାନ ବାଟ ଆପଣାଇଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ସେସୁ ବିକ୍ରି ପଛରେ କିକ ବ୍ୟାକ ହୋଇଥିବା ନେଇ ବିରୋଧୀ ଅଭିଯୋଗ ଆଣିଛନ୍ତି ।

{"id":202113,"sizeSlug":"large"}

ଅଂଶ ଧନ ହାତେଇବା ପରେ ସେସୁ ଅଧିନରେ ଥିବା ରାଜ୍ୟର ପାଞ୍ଚଟି ବିଦ୍ୟୁତ ସର୍କଲ୍‌ର ୯ଟି ଜିଲ୍ଲାର ପ୍ରାୟ ୨୫ ଲକ୍ଷ ଗ୍ରାହକଙ୍କୁ ଟାଟା ପାଓ୍ବାର ବିଜୁଳି ସେବା ଯୋଗାଇବ ।

{"id":202114,"sizeSlug":"large"}

 ଭୁବନେଶ୍ବର ୧  ଓ ୨, କଟକ, ପାରାଦୀପ ଓ ଢେଙ୍କାନାଳ ପାଇଁ ଟାଟା ପାୱାର ବିଦ୍ୟୁତ ବିତରଣ ଓ ଖୁଚୁରା ଯୋଗାଣ କରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫ ବର୍ଷ ପାଇଁ ଏହି ଲାଇସେନ୍ସ ଦିଆଯିବ।

{"id":202116,"sizeSlug":"large"}

 ହେଲେ ସରକାରଙ୍କ ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ କିଛି ସ୍ଫଷ୍ଟ କରାଯାଇନି ।ସେସୁ ଘରୋଇ କରଣ ନିଷ୍ପତ୍ତି ଓଇଆରସି ଉପରେ ନିର୍ଭର କରେ ବୋଲି ରବିବାର କହିଥିବା ଶକ୍ତିମନ୍ତ୍ରୀ  ଟାଟା ପାଓ୍ବାର ଟ୍ବିଟ ନେଇ ମୁହଁ ଖୋଲି ନାହାନ୍ତି ।

{"id":202117,"sizeSlug":"large"}

ସେପଟେ ବିରୋଧୀଙ୍କ ଆରୋପର ଜବାବରେ ବିଜେଡି କହିଛି ଘରୋଇ କରଣ ହେଲେ ବିଦ୍ୟୁତ କ୍ଷେତ୍ରରେ ଅଧିକ ସଂସ୍କାର ଆସିବ ।

{"id":202119,"sizeSlug":"large"}

୫୧ ପ୍ରତିଶତ ଅଂଶ ଧନ ଟାଟା ପାଓ୍ବାର, ୪୯ ପ୍ରତିଶତ ରାଜ୍ୟ ସରକାରଙ୍କ ପାଖରେ ରହିବ । ସେହିପରି ସେସୁର କ୍ଷତି ହୋଇଥିବା  ଟିଆଣ୍ଡ୍‌ଡି କ୍ଷତି ୩୧.୭୨% ରହିଥିବା ବେଳେ ଏଟି ଆଣ୍ଡ୍‌ ସି କ୍ଷତି ୩୪.୦୭% ରହିଛି। ଘରୋଇକରଣ ଜରିଆରେ ସେସୁ ଏଟିଆଣ୍ଡ୍‌ଟି କ୍ଷତିକୁ ୨୦୨୩ ସୁଦ୍ଧା ୨୨.୫୭% ପର୍ଯ୍ୟନ୍ତ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ବ୍ୟତୀତ ୨୦୦ କୋଟି ଟଙ୍କାର ବକେୟା ଅସୁଲ କରିବାକୁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.