Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ବିକ୍ରି ହେବ ସେସୁ – ଟାଟା ପାୱାରକୁ ବିକ୍ରି ପାଇଁ ଚାଲିଛି ମସୁଧା

20/12/2019 at 8:05 PM

ଭୁବନେଶ୍ୱର ୧୯।୧୨ – ବିକ୍ରି ହେବ ସେସୁ । ଟାଟା ପାୱାର ହାତକୁ ଟେକି ଦେବା ପାଇଁ ଏକ ପ୍ରକାର ମସୁଧା ଚାଲିଛି । କ୍ଷତିର ବାହାନା ଦେଖାଇ ସେସୁକୁ ବାରମ୍ବାର ଘରୋଇ କମ୍ପାନୀ ହାତକୁ ଟେକି ଦେବାକୁ ନେଇ ଉପଭୋକ୍ତା ମହାସଂଘ, ଶ୍ରମିକ, କର୍ମଚାରୀ, ଇଞ୍ଜିନିୟରମାନେ ଦୃଢ଼ ବିରୋଧ କରିଛନ୍ତି ।

 ସରକାର ପ୍ରଥମେ ୧୯୯୯ ମସିହାରେ ଏ.ଇ.ଏସ୍ କମ୍ପାନୀକୁ ୫୧ ପ୍ରତିଶତ ବିକ୍ରି କରିଥିଲେ । ହେଲେ ଏ.ଇ.ଏସ୍ କମ୍ପାନୀ ୨ ବର୍ଷ ପରେ ଅଧାରୁ ଓହରି ଯାଇଥିଲା । ଏ.ଇ.ଏସ୍ କମ୍ପାନୀ ବିଭିନ୍ନ ଦେୟ ବାବଦରେ ୬୩୩ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦେଇନାହିଁ । ଏପର୍ଯ୍ୟନ୍ତ ସରକାର ଏହି ଟଙ୍କା ମଧ୍ୟ ଆଦାୟ କରିପାରିନାହାନ୍ତି ।

 ଗୋଟିଏ ପଟେ ପରିବହନ ଜନିତ କ୍ଷତି କମାଇବା ପାଇଁ ପଦକ୍ଷେପ ନିଆଯାଉ ନଥିବାବେଳେ, ଉପଭୋକ୍ତାଙ୍କ ଉପରେ ପ୍ରାୟ ୧ ହଜାର ୯ ଶହ କୋଟି ଟଙ୍କା ବକେୟା ପଡ଼ିଛି । ସେସୁ କ୍ଷତି ଏବେ ୨ ହଜାର କୋଟି ଟଙ୍କାରେ ପହଞ୍ଚିଛି । ସେସୁ ବିକ୍ରି ହେଲେ ଟାଟା ପାୱାର ଏହି କ୍ଷତି ନିଜ ମୁଣ୍ଡ ଉପରକୁ ନେବେ ତ ?  ଯଦି ନ ନିଏ, ଏହି କ୍ଷତି ଭରଣା କରିବ କିଏ ?  ତାକୁ ନେଇ ପ୍ରଶ୍ନ ଉଠିଛି ।

ସେସୁକୁ ଘରୋଇ କରଣ କରିବା ପରେ ଶକ୍ତି କ୍ଷେତ୍ରର ପୁନରୁଦ୍ଧାର କରିବା ପାଇଁ ଆସୁଥିବା ବିଭିନ୍ନ ଯୋଜନାରେ ଅନୁଦାନ ସରକାର ହରାଇବେ । ସେସୁକୁ ଯଦି ପୁଣି ଘରୋଇ କରଣ କରାଯାଏ, ଇଂଜିନିୟରମାନେ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏପଟେ ଓ.ଇ.ଆର୍.ସି ପୂର୍ବତନ ସଦସ୍ୟଙ୍କ ଯୁକ୍ତି ସେସୁକୁ ଟାଟା ପାୱାରକୁ ଦେଲେ ଭଲ ହେବ । ବର୍ଷ ବର୍ଷ ଧରି କ୍ଷତିରେ ଚାଲୁଥିବା ସେସୁର ପୁନରୁଦ୍ଧାର ହେବା ସହ ଗ୍ରାହକ ସେବାରେ ମଧ୍ୟ ଉନ୍ନତି ହୋଇପାରିବ । ବିଦ୍ୟୁତ୍ ଚୋରି ଏବଂ ପରିବହନ ଜନିତ କ୍ଷତି କମି ପାରିବ ବୋଲି କହିଛନ୍ତି ଓ.ଇ.ଆର୍.ସି ପୂର୍ବତନ ସଦସ୍ୟ ।…  

   Related Posts