ଶାଗ ମାଛ ମୁଲରେ ସେସୁକୁ ବିକ୍ରି କରିବାକୁ ଚାଲିଛି ମସୁଧା : ବିରୋଧୀ ଉଠାଇଲେ ପ୍ରଶ୍ନ

Published By : Prameya-News7 Bureau | December 22, 2019 IST

ଭୁବନେଶ୍ବର ୨୨/୧୨: ବିକ୍ରିହେବ ସେସୁ । ଶାଗ ମାଛ ମୁଲରେ ସେସୁକୁ ବିକ୍ରି କରିବାକୁ ମସୁଧା ଚାଲିଛି । ଏମିତି ଅଭିଯୋଗ ଆଣିଛନ୍ତି ବିରୋଧୀ । ସେସୁର ଆସେଟ ପାଖା ପାଖି ୪ ହଜାର କୋଟି ଟଙ୍କାରୁ ଅଧିକ ହେବ । ହେଲେ ଆସେଟର ଆକଳ ନକରି ସରକାର ଘରୋଇ କମ୍ପାନୀକୁ ସେସୁ ବିକ୍ରି କରିବାକୁ ମାତ୍ର ୩ ଶହ କୋଟି ବେସ ପ୍ରାଇସ ରଖିଛନ୍ତି । ତେଣୁ ଏହା ପଛରେ କିଛି ଉଦେଶ୍ୟ ରହିଛି ବୋଲି ଅଭିଯୋଗ କରିଛନ୍ତି । ସେପଟେ ଶକ୍ତିମନ୍ତ୍ରୀ କହିଛନ୍ତି ସେସୁ ସଂପର୍କରେ ନିଷ୍ପତ୍ତି ଓଇଆରସିରେ ଅଛି ଯାହା ନିଷ୍ପତ୍ତି ହେବ ସେ ଅନୁଯାୟୀ  ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ।

{"id":201156,"sizeSlug":"large"}

ସେସୁ ବିକ୍ରି ପଛରେ କି ମସୁଧା । କାହିଁକି ଶାଗ ମାଛ ମୁଲ୍ୟରେ ସେସୁକୁ ବିକିବାକୁ ଉଦ୍ୟମ ହେଉଛି । ସେସୁକୁ ବିକ୍ରି ପାଇଁ ୩ ଶହ କୋଟି ଟଙ୍କା ବେସ୍‌ ପ୍ରାଇସ ରଖାଯାଇଛି।ତେବେ ବିରୋଧୀଙ୍କ ଅଭିଯୋଗ ସେସୁର ସମସ୍ତ ସଂପତ୍ତିକୁ ହିସାବ କଲେ ପାଖାପାଖି ପାଞ୍ଚ ହଜାର କୋଟି ଟଙ୍କା ଟଙ୍କା ହେବ। ତେଣୁ କାହା ସ୍ବାର୍ଥରେ ଘରୋଇ କମ୍ପାନୀକୁ ସେସୁକୁ ବିକ୍ରି କରାଯାଉଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।  ।ରାଜ୍ୟ ସରକାର ସେସୁକୁ ପ୍ରଥମେ ଏଇଏସ ବିକ୍ରି କରିଥିଲେ । ଏଇଏସ  ଅଧାରୁ ଛାଡି ଯାଲିଗଲା ଏବେ ତା ଉପରେ ପାଖା ପାଖି ୭ ଶହ କୋଟି ଟଙ୍କା ବାକି ପଡିଛି । ଏବେ ସେସୁ ବିକ୍ରି ହେଲେ ସେ ଅର୍ଥ ଆଦାୟ କିଏ କରିବ । ସେହିପରି ସେସୁ ଗ୍ରାହକଙ୍କ ଠୁ ଆଦାୟ କରିବାକୁ ଥିବା ପାଖା ପାଖା ୨ ହଜାର କୋଟି କିଏ ନେବ ବୋଲି ପ୍ରଶ୍ନ କରିଛନ୍ତି । ତେଣୁ ସେସୁ ବିକ୍ରି ନକରି ବାକି ପଡିଥିବା ଆଦାୟ କରିବା ଦରକାର ବୋଲି ବିରୋଧୀ ଯୁକ୍ତି ବାଢିଛନ୍ତି ।

{"id":201157,"sizeSlug":"large"}

ବିଦ୍ୟୁତ ବିତରଣ ଓ ପରିବହନ ଜନିତ କ୍ଷତି ରାଜ୍ୟରେ ବଢି ବଢି ଚାଲିଛି । ସେପଟେ ଭିତ୍ତିଭୂମି ନିର୍ମାଣ ବିକାଶରେ ମଧ୍ୟ ଧ୍ୟାନ ଦିଆଯାଉନି । ଫଳରେ ଏହାର ପ୍ରଭାବ ସିଧା ସଳଖ ଗ୍ରାହକଙ୍କ ଉପରେ ପଡୁଛି । ଏବେ ସେସୁ ବିକ୍ରିହେଲେ ଏହା ଦ୍ବାରା କ୍ଷତି ଭରଣା ଲାଗି କମ୍ପାନୀ ଗ୍ରାହକଙ୍କ ଉପରେ ଦେୟ ବଢାଇବ । ଏହା ସହ  ସେସୁକୁ ଘରୋଇ କମ୍ପାନୀକୁ ବିକ୍ରି କରିବା ଦ୍ବାରା ବିଦ୍ୟୁତ ବିଭାଗକୁ ମିଳିବାକୁ ଥିବା କେନ୍ଦ୍ରୀୟ ଅନୁଦାନ ଓଡିଶା ପାଇବ କି ନାହିଁ ପ୍ରଶ୍ନ ଉଠିଛି ।

{"id":201158,"sizeSlug":"large"}

ଓଡିଶା ବିଦ୍ୟୁତ  ସଂସ୍କାର ପ୍ରଥମେ ଆରମ୍ଭ କରିଥିଲା । ସେତେବେଳେ ଏହା ସାରା ଦେଶରେ ଉଦାହରଣ ହୋଇଥିଲା । ହେଲେ ପରବତ୍ତୀ ସମୟରେ ପରିଚାଳନକୁ ନେଇ ପ୍ରଶ୍ନ ଉଠୁଛି । ବିଦ୍ୟୁତ କମ୍ପାନୀ ସେସୁର କ୍ଷତି ଏବେ ରାଜ୍ୟ ସରକାରଙ୍କ ଲାଗି ଚିନ୍ତାର କାରଣ ହୋଇଥିବାରୁ ସରକାର ଏହାର ୫୧ ପ୍ରତିଶତ ଅଂଶ ଧନ ଘରୋଇ କମ୍ପାନୀକୁ ବିକ୍ରି କରିବାକୁ ଯୋଜନା ହୋଇଛି ।

{"id":201159,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.