Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ପାକ୍‌ର ପୁଣି ନାପାକ୍ ହରକତ; ତଙ୍ଗଧାର ସେକ୍ଟରରେ ଗୁଳିମାଡ, ଜଣେ ନାଗରିକ ମୃତ, ୪ ଆହତ

4/02/2020 at 1:36 PM

ଶ୍ରୀନଗର ୦୪।୦୨: ପାକିସ୍ତାନର ପୁଣି ଅସ୍ତ୍ର ବିରତି ଉଲ୍ଲଂଘନ । ଜାମ୍ମୁ-କାଶ୍ମୀର କୁପଓ୍ବାଡା ତଙ୍ଗଧାର ସେକ୍ଟରରେ ଗୁଳି ଓ ମୋର୍ଟାର ମାଡ କରାଯାଇଛି  । ଗୁଳିମାଡରେ ଜଣେ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଲେ ଚାରି ଜଣ ଆହତ ହୋଇଛନ୍ତି । ଆହତଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

ସୂଚନାଯୋଗ୍ୟ ଯେ , ସୋମବାର ବିଳମ୍ବିତ ରାତିରେ ପାକିସ୍ତାନ ପକ୍ଷରୁ ପ୍ରବଳ ଗୁଳିମାଡ କରାଯାଇଥିଲା । ଭାରତୀୟ ସେନା କ୍ୟାମ୍ପ ଓ ସ୍ଥାନୀୟ ଗ୍ରାମମାନଙ୍କରେ ଆଖିବୁଜା ଗୁଳି ସହ ମୋଟାର ମଧ୍ୟ ମାଡ କରିଥିଲେ । ଆକ୍ରମଣରେ ଭାରତୀୟ ସୀମାରେ ଥିବା ଘର କ୍ଷତିଗ୍ରସ୍ଥ ହୋଇଛି।  କିନ୍ତୁ ପାକିସ୍ତାନୀ ଗୁଳିରେ ଜଣେ ସାଧାରଣ ନାଗରିକ ମୃତ୍ୟୁ ହୋଇଥିବା ବେଳେ ଚାରିଜଣ ବ୍ୟକ୍ତି ଆହତ ହୋଇଛନ୍ତି । ପାକିସ୍ତାନର ଆକ୍ରମଣକୁ ଭାରତୀୟ ସେନା ଦୃଢ ଜବାବ ଦେଇଛି ।

ପାକିସ୍ତାନ ଦ୍ବାରା ତଙ୍ଗଧାର, ଗୁରେଜ, ବାଲାକୋଟ ଓ ମେଢର ସେକ୍ଟରରେ ୨ଫେବୃଆରୀ ଦିନ ପାକିସ୍ତାନ ପକ୍ଷରୁ ଅସ୍ତ୍ର ବିରତି ଉଲ୍ଲଂଘନ କରାଯାଇଥିଲା । ଏହି ଆକ୍ରମଣରେ ଝଣେ ସୈନିକ ଆହତ ହୋଇଥିଲା ।

   Related Posts