Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ସୋନି ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍ କାର୍ :ଫିଚର ଦେଖି ସମସ୍ତେ ଆଶ୍ଚର୍ଯ୍ୟ

8/01/2020 at 8:57 AM

ଆମେରିକାର ଲସ୍ ଭେଗାସରେ ଏବେ ୨୦୨୦ର ପ୍ରଥମ ସବୁଠୁ ବଡ଼ କନସ୍ୟୁମର ଇଲେକ୍ଟୋନିକ୍ସ ଶୋ ଚାଲିଛି। ଏହି ଶୋ ରେ ଦେଶବ୍ୟାପି ଟେକ୍ କମ୍ପାନୀ ନିଜ ଭବିଷ୍ୟତର ପ୍ରଡକ୍ଟସ୍ ଲଞ୍ଚ କରିବାକୁ ଯାଉଛନ୍ତି। ଇଲେକ୍ଟୋନିକ୍ସ ଉପକରଣ ପ୍ରସ୍ତୁତ କରୁଥିବା କମ୍ପାନୀ ସୋନି ମଧ୍ୟ ଏହି ଶୋ ରେ ନି କାର୍ ଲଞ୍ଚ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ସୋନିର ଏହି କନସେପ୍ଟ ଇଲେକ୍ଟ୍ରିକ୍ କାରର ନାଁ ଭିସନ୍ ଏସ୍।

ସୋନିର ଏହି କାର୍ ଭିତରେ ଏବଂ ବାହାରେ ୩୩ ପ୍ରକାରର ସେନସର ଦିଆଯାଇଛି,ଏହା ସହିତ ମଲଟିପଲ୍ ଓ୍ବାଇଡସ୍କ୍ରିନ୍ ଡିସପ୍ଲେ,୩୬୦ ଡିଗ୍ରୀ ଅଡିଓ,କନେକ୍ଟିଭିଟି ଫିଚର ସହ ବ୍ଲାକବେରୀ ଏବଂ ବାଶ ଭଳି କମ୍ପାନୀର କିଛି ଫିଚର ମଧ୍ୟ ସାମିଲ କରାଯାଇଛି। ଏହି କାରକୁ “newly-designed EV platform” ଉପରେ ପ୍ରସ୍ତୁତ କରାଯାଇଛି। ଏହାକୁ ଅଟୋମେଟିଭ ସପ୍ଲାୟର ମାଗ୍ନା ପ୍ରସ୍ତୁତ କରିଛି।

ହେଡଲାଇଟ୍ସ ପାଇଁ ଏହା ବାହାରୁ ପୋର୍ସ ଭଳି ଲାଗିଥାଏ। ଭିତର ଆଡ଼େ ଭିସନ୍ ଏସର ଡ୍ୟାସବୋର୍ଡ଼ରେ ଏକ ସ୍କ୍ରିନ୍ ଲାଗିଛି,ଯାହା ଅନେକ ଦୂର ଯାଏଁ ଚାଇନା ଇଲେକ୍ଟ୍ରିକ୍ ବେହିକଲ୍ ଷ୍ଟାର୍ଟଅପ ବାଇଟନ୍ କାରରେ ଦେଖାଯାଉଥିବା ଡିସପ୍ଲେ ଭଳି ହୋଇଥାଏ। ଏହା ସହିତ,ପଛରେ ବସୁଥିବା ଲୋକଙ୍କ ପାଇଁ ଆଗ ସିଟର ହେଡରେଷ୍ଟରେ ସ୍କ୍ରିନ୍ସ ଦିଆଯାଇଛି।

କମ୍ପାନୀର ସିଇଓ କହିଛନ୍ତି ଯେ ଏହି ପ୍ରୋଟୋଟାଇପରେ ଭବିଷ୍ୟତର ଗତିଶୀଳତାକୁ ଦର୍ଶାଯାଇଛି। ଏହି କାରରେ ଆଡଭାନ୍ସ ସେଫ୍ଟି ସିଷ୍ଟମ୍ ଲେନ୍ ଡିପାର୍ଚର ଓ୍ବାର୍ଣ୍ଣିଙ୍ଗ୍ ସିଷ୍ଟମ୍ ଭଳି ଫିଚର ଦିଆଯାଇଛି। ଏହା ସହିତ ଭବିଷ୍ୟତରେ ସେନସର ପାଇଁ ଏହା ସେଲ୍ଫ ଡ୍ରାଇଭିଙ୍ଗ୍ କ୍ୟାପାବଲିଟିରୁ ଲେସ୍ କରାଯାଇପାରିବ।

ଏହି କାରରେ ଆଉ ଏକ ଖାସ୍ ବିଶେଷତ୍ବ ରହିଛି। ଏଥିରେ ଟାଇମ୍ ଅଫ୍ ଫ୍ଲାଇଟ୍ ସେନସର ଦିଆଯାଇଛି ଯାହା କାର୍ ଭିତରେ ଏବଂ ବାହାରେ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କ ଜିନିଷକୁ ଚିହ୍ନିପାରିବ। ଏଥିରେ ଅନବୋର୍ଡ଼ ଏଣ୍ଟରଟେନମେଣ୍ଟ ସିଷ୍ଟମର ଫିଚର ଦିଆଯାଇଛି।

ଭିସନ୍ ଏସ୍ ସେଡାନ୍ ୪ଟି ସିଟ୍ ଥିବା କାର ଯେଉଁଥିରେ ୨୦୦କେଡବ୍ଲ୍ୟୁର ଦୁଇଟି ଇଞ୍ଜିନ୍ ଲାଗିଛି ଏବଂ ଏହା ୦ରୁ ୬୨କିମି ବେଗରେ ୪.୮ସେକେଣ୍ଡରେ ଧରିପାରେ। ଏହି କାରର ଟପ୍ ସ୍ପିଡ ୧୪୯ମାଇଲ୍ ପ୍ରତି ଘଣ୍ଟା।

   Related Posts