ସାର୍ ଫୋର୍ ଟ୍ବେଣ୍ଟି : ଜାଲ୍ ସାର୍ଟିଫିକେଟରେ ଶିକ୍ଷକତା କରୁଥିବା ୬ ଶିକ୍ଷକ ଶିକ୍ଷୟିତ୍ରୀ ଯାଞ୍ଚ ପୂର୍ବରୁ ଛାଡିଲେ ଚାକିରୀ

Published By : Prameya-News7 Bureau | July 31, 2019 IST

ଭବାନୀପାଟଣା ୩୧|୭: କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ବ୍ଲକ୍ ଆମଗୁଡା ପ୍ରାଥମିକ ବିଦ୍ୟାଳୟ, ନୁନପୁର ସ୍କୁଲ, ସର୍ଗୀପାଲି ଅପର ପ୍ରାଇମେରୀ ସ୍କୁଲ, ନର୍ଲ। ବ୍ଲକ୍ ଅନ୍ତର୍ଗତ ଶେରଗଡ ସ୍ଲୁଲର କିଛି ଶିକ୍ଷକ ଚାକିରୀ ଛାଡିଛନ୍ତି । ଯାଞ୍ଚ ପ୍ରକ୍ରିୟା ରିପୋର୍ଟ ଦାଖଲ ପରେ ଏମାନଙ୍କ ନାଁରେ କାର୍ଯ୍ୟାନୁଷ୍ଠାନର ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।

ସାର୍ ଫୋର୍ ଟ୍ବେଣ୍ଟି । ଶିକ୍ଷାଗତ ଯୋଗ୍ୟତା ନଥାଇ ଶିକ୍ଷକତା କରୁଥିବା ଫୋର ଟ୍ବେଣ୍ଟି ସାରମାନେ ଏବେ ଛାନିଆ । କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଥିବା ଶିକ୍ଷକମାନଙ୍କ ସାର୍ଟିଫିକେଟ୍ ଯାଚଂ ପ୍ରକ୍ରିୟା ମଧ୍ୟରେ ୬ ଶିକ୍ଷକ ଚାକିରୀ ଛାଡି ସାରିଲେଣି । ଆହୁରି ଅନେକ ଆଗକୁ ଚାକିରୀ ଛାଡିବେ ବୋଲି ଚର୍ଚ୍ଚ। ହେଉଛି ।

କଳାହାଣ୍ଡି ଜିଲ୍ଲାରେ ଜାଲ୍ ସାର୍ଟିଫିକେଟରେ ଶିକ୍ଷକତା କରୁଥିବା ସାର୍ ୪୨୦ ମଧ୍ୟରେ କୋକୁଆ ଭୟ । କାରଣ ଜିଲ୍ଲାରେ ବ୍ଲକ୍ ସ୍ତରରୁ ଆରମ୍ଭ ହୋଇଛି ସାର୍ଟିଫିକେଟ ଯାଚଂ ପ୍ରକ୍ରିୟା । ଜାଲ୍ ସିଟି, ବିଇଡି ତଥା ମାର୍କ ବଢାଇ ଶିକ୍ଷକ ଚାକିରୀ ହାତେଇଛନ୍ତି ବହୁ ଚାର ଶୋ ବିଶ୍‌ । ଏହାର ତଦନ୍ତ ପାଇଁ ପୂର୍ବରୁ ଦାବି ହୋଇ ଆସୁଥିଲା । ବର୍ତ୍ତମାନ ଯାଞ୍ଚ ପୂର୍ବରୁ ହିଁ ଏହା ପ୍ରମାଣିତ ହେବାକୁ ବସିଛି ।

ଚାକିରୀ ଛାଡିଥିବା ୬ଜଣ ମଧ୍ୟରେ ରହିଛନ୍ତି ୪ ଜଣ ଶିକ୍ଷୟିତ୍ରୀ । ଫୋର୍ ଟ୍ବେଣ୍ଟି ଶିକ୍ଷକଙ୍କ ମଧ୍ୟରେ ଛାନିଆ ଦେଖାଦେଇଥିବା ବେଳେ ଯାଞ୍ଚ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଆହୁରି ଅନେକ ଚାକିରୀ ଛାଡିବା ଆଶଙ୍କା ରହିଛି ।

ସାର୍ଟିଫିକେଟ୍ ଯାଚଂ ପ୍ରକ୍ରିୟାକୁ ଶିକ୍ଷକ ସମାଜ ମଧ୍ୟ ସ୍ବାଗତ କରୁଛନ୍ତି । କାରଣ ଜାଲ୍ ସାର୍ଟିଫିକେଟ ପାଇଁ ମେଧାବୀ ଛାତ୍ର ଚାକିରୀ ପାଇବାରୁ ବଚିଂତ ହେଉଥିବା ବେଳେ ଶିକ୍ଷକତା ବୃତିରେ ଫୋର୍ ଟ୍ବେଣ୍ଟି ସାରମାନେ ଦରମା ନେଉଛନ୍ତି । ହଲେ ଯାଚଂ ପ୍ରକ୍ରିୟାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି । ଶିକ୍ଷା ବିଭାଗର ପୃଷ୍ଠପୋଷକତାରେ ଚାକିରୀ ହାତେଇଥିବା ଏହି ଶହ ଶହ ଶିକ୍ଷକ ପୁଣି ଯାଚଂକୁ ପ୍ରଭାବିତ କରିପାରନ୍ତି ବୋଲି ଆଶଂକା ସୃଷ୍ଟି ହୋଇଛି । ଏଣୁ ପୂର୍ବରୁ ତଦନ୍ତ ଦାବି କରିଆସୁଥିବା ସୂଚନା କର୍ମୀ  ଶିକ୍ଷା ବିଭାଗ ପରିବର୍ତ୍ତେ ଅନ୍ୟ ବିଭାଗ ମାଧ୍ୟମରେ ଯାଚଂ ଦାବି କରିଛନ୍ତି ।

ଜିଲ୍ଲା ଶିକ୍ଷା ବିଭାଗର ସୂଚନା ଆନୁଯାୟୀ ବ୍ଲକସ୍ତରୀୟ ଯାଚଂ ରିପୋର୍ଟ ଆସିବାପରେ ପରେ ପୁଣି ଜିଲ୍ଲା ସ୍ତରରେ ତଦନ୍ତ କରାଯିବ । ସେହିଭଳି ଧରାପଡିବା ଭୟରେ ଚାକିରୀ ଛାଡି ଯାଉଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ ଫୌଜଦାରୀ ମାମଲା ଦାଖଲ ହେବ । ହେଲେ ଏହି ଜାଲିଆତିକୁ ପ୍ରଶୟ ଦେଇଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି । କାରଣ ଜାଲ୍ ସାର୍ଟିଫିକେଟ୍ ଦେଇ ଶିକ୍ଷକତା କରୁଥିବା ଫୋର୍ ଟ୍ବେଣ୍ଟି ଶିକ୍ଷକ ଶିକ୍ଷୟିତ୍ରୀ ଯେତେ ପରିମାଣରେ ଦୋଷୀ, ଏମାନଙ୍କୁ ଚାକିରୀ ପାଇଁ ସୁଯୋଗ ଦେଇଥିବା ଶିକ୍ଷା ବିଭାଗ ଅଧିକାରୀ ମଧ୍ୟ ସମ ପରିମାଣର ଦୋଷୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.