ସତର୍କ କଲେ ସରକାର ! ଆଜି ଭାରତ ଉପରେ ହୋଇପାରେ ବଡ଼ଧରଣର Cyber ଆକ୍ରମଣ

Published By : Prameya-News7 Bureau | June 21, 2020 IST

ନୂଆଦିଲ୍ଲୀ ୨୧।୬:  ଭାରତ ଉପରେ ରବିବାର ବଡ ଧରଣର ସାଇବର ଆକ୍ରମଣ ନେଇ ସରକାର ସନ୍ଧ୍ୟାରେ ସତର୍କତା ଜାରି କରିଛନ୍ତି। ଏଥିରେ ଆକ୍ରମଣକାରୀ କୋଭିଡ-୧୯ ବାହାନାରେ ଲୋକଙ୍କ ବ୍ୟକ୍ତିଗତ ଓ ଆର୍ଥିକ ତଥ୍ୟ ଚୋରି କରିପାରନ୍ତି ବୋଲି ସରକାରୀ ଏଜେନ୍ସୀଙ୍କୁ ସୂଚନା ମିଳିଛି।  କମ୍ପ୍ୟୁଟର ଏମାର୍ଜେନ୍ସି ରେସପନ୍ସ ଟିମ୍‌ (ସିଇଆରଟି) ଟ୍ୱିଟ୍‌ ଜରିଆରେ ଏହି ସୂଚନା ଦେଇଛନ୍ତି। ଏଣୁ ଭାରତରେ ପ୍ରତ୍ୟେକ ନାଗରିକଙ୍କୁ ସେମାନଙ୍କ ଆଇଫୋନ, ଏଣ୍ଡ୍ରଏଡ, ଲାପଟପ୍, ଟ୍ୟାବ ଓ କମ୍ପ୍ୟୁଟରର ଡାଟା ସୁରକ୍ଷିତ କରିବା ଲାଗି ସତର୍କ କରାଇଦେଇଛନ୍ତି।

ଏମାନେ ୨୧ ଜୁନ୍‌ ଅର୍ଥାତ ରବିବାର ରାତିରୁ ଆଗକୁ ସେମାନଙ୍କ କାର୍ଯ୍ୟକ୍ରମ ଜାରି ରଖିପାରନ୍ତି। ଏଥିପାଇଁ ସେମାନେ ସରକାରୀ ନାମ ଥିବା ଇଏମେଲ ଆଇଡି ଯେପରିକି ଏନକୋଭ୨୦୧୯ ଏଟ୍ ଦି ରେଟ୍ ଡଟ୍ ଜିଓଭି ଡଟ୍ ଇନ୍‌ ଅଥବା ଲୋକଙ୍କ ବିଶ୍ୱାସ ସୃଷ୍ଟି କରିପାରୁଥିବା ସଂସ୍ଥାଙ୍କ ଅନୁକରଣରେ ମେଲ ଆଇଡିରୁ ମେଲ ମଧ୍ୟ କରିପାରନ୍ତି। ଏପରିକି ଲୋକଙ୍କୁ ମେଲ ଓପନ ଲାଗି ବାଧ୍ୟ ବି କରିବେ। ହେଲେ ଏପରି କୌଣସି ଇ-ମେଲ ପ୍ରତି ଧ୍ୟାନ ନ ଦେବାକୁ  ଭାରତର ସାଇବର ସୁରକ୍ଷା ନୋଡାଲ ଏଜେନ୍ସୀ ସିଇଆରଟି ସତର୍କ କରାଇଛନ୍ତି।

wp:html /wp:html

ସେମାନେ ଯେମିତି ପ୍ରକାରେ ବି ହେଉ ମେଲ ଖୋଲିବା ଲାଗି ବାଧ୍ୟ କରାଇପାରନ୍ତି। ଏଣୁ ଲିଙ୍କରେ କ୍ଲିକ୍‌ କରିବାମାତ୍ରେ ତାହା ସିଷ୍ଟମ ଫ୍ରିଜ୍ କରିଦେବାର ଶତପ୍ରତିଶତ ସମ୍ଭାବନା ଥିବା ବେଳେ ସମସ୍ତ ତଥ୍ୟ ଓ ସୂଚନା ମଧ୍ୟ ଚୋରାଇ ନେଇପାରନ୍ତି। ଏପରି ମେଲ ଆଇଡିର ବିଷୟ ଏପରି ବି ହୋଇପାରେ ‘ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ ଓ ଅହମ୍ମଦା ବାଦର ସମସ୍ତ ନାଗରିକଙ୍କୁ ମାଗଣାରେ କୋଭିଡ-୧୯ ଚେକଅପ୍ ସୁବିଧା’ ଆଦି। ହେଲେ ସରକାରୀ ହେଉ ବା ଘରୋଇ କୌଣସି ସୂତ୍ରରୁ ଏପରି ମେଲ୍‌ କ୍ଲିକ୍‌ ନ କରିବାକୁ  ସିଇଆରଟି ସତର୍କ କରାଇଛନ୍ତି। ଯଦି କାହାର ମେଲ ବକ୍ସରେ ଏପରି କୌଣସି ସନ୍ଦିଗ୍ଧ ମେଲ ଆସିଯାଏ ତେବେ ଏଭଳି ଇ-ମେଲର ସୂଚନା [email protected] ରେ ଦେବାକୁ ପରାମର୍ଶ ଦିଆଯାଇଛି। ଫଳରେ ଏହାର ବିଶ୍ଲେଷଣ ଓ ଜରୁରି କାର୍ଯ୍ୟାନୁଷ୍ଠାନ ସମ୍ଭବ ହୋଇପାରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.