Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ସାଇବର ଅପରାଧିଙ୍କ ଟାର୍ଗେଟରେ ଗ୍ରାହକଙ୍କ ବ୍ୟାଙ୍କ୍ ଡିଟେଲ୍ସ: ଡାଟା ହ୍ୟାକ୍‌ର ନୂଆ ଉପାୟ ‘ସରବରସ୍ ବ୍ୟାଙ୍କିଂ ଭାଇରସ୍’, ସତର୍କ କଲା ଏସବିଆଇ

22/05/2020 at 9:10 PM

ନୂଆଦିଲ୍ଲୀ, ୨୨|୦୫: କରୋନା ଆତଙ୍କ ମଧ୍ୟରେ ସାଇବର ଅପରାଧୀମାନେ ମଧ୍ୟ ସକ୍ରିୟ ହୋଇ ଉଠିଛନ୍ତି । ସେମାନେ ଅନେକ ଆକାଉଣ୍ଟଧାରୀଙ୍କ ନମ୍ବରକୁ ଫେକ୍ ଏସଏମଏସ ପଠାଉଛନ୍ତି । ଏପରିକି ଲିଙ୍କ୍ ମଧ୍ୟ ସେଣ୍ଡ୍ କରୁଛନ୍ତି । ଲିଙ୍କରେ କ୍ଲିକ୍ ବା ଆପ୍ଲିକେସନ ଡାଉନଲୋଡ୍ କଲେ ମନଲୋଭ ଅଫର୍ ମିଳିବ ବୋଲି କହୁଛନ୍ତି । ତେବେ ଏଥିରୁ ନିବୃତ୍ତ ରହିବାକୁ ନିଜ ଗ୍ରାହକଙ୍କୁ ସଚେତନ କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ଏପରି ସରବରସ୍ ଟ୍ରୋଜାନ୍ ଭାଇରସଠୁ ଦୂରେଇ ରହିବାକୁ ବ୍ୟାଙ୍କ୍ ପରାମର୍ଶ ମଧ୍ୟ ଦେଇଛି । ଏନେଇ ବ୍ୟାଙ୍କ୍ ଟ୍ୱିଟ୍ କରିଛି ।

ବ୍ୟାଙ୍କ୍ ନିଜ ପୋଷ୍ଟରେ ସରବରସ୍ ଆଲର୍ଟର ଫଟୋ ପୋଷ୍ଟ୍ କରିଛି । ଏହାସହ କହିଛି ଯେ, ଏପରି ପାତାଲ ଲୋକଠାରୁ ଦୂରରେ ରହିବା ଦରକାର ।  ଏପରି ସ୍ୱର୍ଗ ଲୋକ ଦେଖାଉଥିବା ବିଜ୍ଞାପନ ଜାଲରେ ୟୁଜରମାନେ ନଫସନ୍ତୁ । ଏହି ଅଜଣା ଲିଙ୍କରେ କ୍ଲିକ୍ ବା ଆପ୍ ଡାଉନଲୋଡ୍ କରିବା ଧରିତ୍ରୀ ଲୋକ୍ ଭଳି । ଏହା ହେଉଛି ସେହି ସରବରସ୍ ଟ୍ରୋଜାନ ଭାଇରସ । ଯେଉଁମାନେ ଏହାର ଶିକାର ହେଉଛନ୍ତି ସେମାନେ ପାତାଲ ଲୋକକୁ ଯିବେ ବୋଲି ବ୍ୟାଙ୍କ କହିଛି ।

ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ,ସିବିଆଇ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରକୁ ସରବରସ୍ ଟ୍ରୋଜାନ ଭାଇରସ ବାବଦରେ ସତର୍କ କରାଇଥିଲା । ସାଇବର ଅପରାଧୀମାନେ ଏହି ସରବରସ୍ ଟ୍ରୋଜାନ ଭାଇରସକୁ ବ୍ୟବହାର କରୁଛନ୍ତି । ସେମାନେ କରୋନା ଭାଇରସର ଫାଇଦା ଉଠାଇ ଗ୍ରାହକଙ୍କୁ ଭ୍ରମରେ ପକାଉଛନ୍ତି । ଏପରିକି ଏସଏମଏସ ପଠାଇ ଗ୍ରାହକଙ୍କୁ ଲିଙ୍କ୍ ଡାଉନଲୋଡ୍ କରିବାକୁ ପରାମର୍ଶ ଦେଉଛନ୍ତି ।  

ଏହି ସରବରସ୍ ଟ୍ରୋଜାନ୍ ୟୁଜରଙ୍କ ବ୍ୟାଙ୍କ ତଥ୍ୟ, ଡେବିଟ୍ ଓ କ୍ରେଡିଟ୍ କାର୍ଡ ଡିଟେଲ୍ସ, ସିଭିଭି ଆଦି ଚୋରି କରିଥାଏ । ଏପରିକି ଅନ୍ୟ ବ୍ୟକ୍ତିଗତ ଡାଟା ମଧ୍ୟ ଚୋରି କରିଥାଏ ।

   Related Posts