Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଜୁମ୍ କଲ୍‌ରେ ୯୦୦ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଥିବା ସିଇଓ ମାଗିଲେ କ୍ଷମା, କହିଲେ ଏପରି କଥା…

9/12/2021 at 12:58 PM

ନୂଆଦିଲ୍ଳୀ ୦୯।୧୨ : ଗତ ସପ୍ତାହରେ ଜୁମ୍ କଲ୍ ମାଧ୍ୟମରେ ୯୦୦ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଥିବାରୁ Better.com ର ସିଇଓ ବର୍ତ୍ତମାନ କ୍ଷମା ମାଗିଛନ୍ତି। ତେବେ Better.com ହେଉଛି ଏକ ଆମେରିକୀୟ କମ୍ପାନୀ, ଯାହା ଗ୍ରାହକଙ୍କୁ ଅନଲାଇନ୍ ମାଧ୍ୟମରେ ଋଣ ଦେଇଥାଏ । ଏହି କମ୍ପାନୀର ସିଇଓ ବିଶାଲ ଗର୍ଗ ଜଣେ ଭାରତୀୟ ମୂଳ ବ୍ୟକ୍ତି ଅଟନ୍ତି। ଗତ ସପ୍ତାହରେ ଜୁମ୍ ଭିଡିଓ କଲ୍ ସମୟରେ ବିଶାଲ ଗର୍ଗ କମ୍ପାନୀର ୯୦୦ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଥିଲେ। ଯେଉଁଥି ପାଇଁ ତାଙ୍କୁ ବହୁତ ସମାଲୋଚନା କରାଯାଉଥିଲା। ଏହି ସମୟରେ, ସେ ବର୍ତ୍ତମାନ ନିଜର ଭୁଲ୍ କରିଥିବାର ଅନୁଭବ କରିଛନ୍ତି ।

ଏନେଇ ବିଶାଲ ଗର୍ଗ କହିଛନ୍ତି ଯେ ସେ ବହୁତ ବଡ ଭୁଲ କରିଛନ୍ତି। ସେ ୯୦୦ ଲୋକଙ୍କୁ ବାହାର କରିବା ପାଇଁ “ବିଲର୍ଡରସ୍ ଦ ଏଜିକ୍ୟୁସନ୍‌” ବୋଲି କହିଥିଲେ। ଗର୍ଗ ମଙ୍ଗଳବାର ଦିନ ଏକ ଚିଠି ମାଧ୍ୟମରେ କହିଛନ୍ତି ଯେ ମୁଁ ହୃଦୟଙ୍ଗମ କରିଛି ଯେ ମୁଁ ଯେଉଁଭଳି ଭାବରେ ଏହି ସୂଚନାକୁ ସାମ୍ନାକୁ ଆଣିଲି ତାହା ମଧ୍ୟ ସବୁଠୁ କଠିନ ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି। ମୁଁ ଏହି ସମସ୍ୟା ପାଇଁ କ୍ଷମା ମାଗୁଛି । ଏବଂ ନିଶ୍ଚିତ କରୁଛି ଯେ ଭବିଷ୍ୟତରେ ଏପରି କିଛି ଘଟିବ ନାହିଁ ।

ଆମେରିକା ଏବଂ ଭାରତରେ କାର୍ଯ୍ୟଦକ୍ଷତା ଏବଂ ଉତ୍ପାଦକତା କର୍ମଚାରୀଙ୍କୁ ଛଟେଇ କରିବାର ନିଷ୍ପତ୍ତିର କାରଣ ବୋଲି ଦର୍ଶାଇଛନ୍ତି। ଜୁମ କଲ୍ ଉପରେ ବିଶାଲ ଗର୍ଗ  କହିଥିଲେ, ‘ଏହି କଲ୍ ସହିତ ଜଡିତ ସମସ୍ତ ଲୋକଙ୍କୁ ବହିଷ୍କାର କରାଯାଉଛି, କାରଣ କମ୍ପାନୀରେ ଆବଶ୍ୟକତା ଠାରୁ ଅଧିକ କର୍ମଚାରୀ ଅଛନ୍ତି ଏବଂ ବଜାରରେ ରହିବା ପାଇଁ ଏହି ନିଷ୍ପତ୍ତି ନେବା ଜରୁରୀ ଅଟେ । ବିଶାଲ ଗର୍ଗ କମ୍ପାନୀର ନଅ ପ୍ରତିଶତ କର୍ମଚାରୀଙ୍କୁ ଗୋଟିଏ ଥରରେ ବାହାର କରିଥିଲେ। ସେବେଠାରୁ ଆମେରିକାର ଅନେକ ଦେଶରେ ଏହା ଆଲୋଚନା ହୋଇଆସୁଛି। ଏଥିପାଇଁ ବର୍ତ୍ତମାନ ସେ କ୍ଷମା ମାଗିଛନ୍ତି।

   Related Posts