ଆଗକୁ ପଞ୍ଚାୟତ ନିର୍ବାଚନ, ଖୁବଶୀଘ୍ର ହେବ ଭୋଟର ତାଲିକା ସଂଶୋଧନ

Published By : Prameya-News7 Bureau | October 30, 2021 IST

ଭୁବନେଶ୍ୱର ୩୦।୧୦ : ଆଗକୁ ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଖୁବଶୀଘ୍ର ଆରମ୍ଭ ହେବ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ୨୦୨୨ ଜାନୁଆରୀ ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତିମାନେ ଏଥିରେ ସାମିଲ ହୋଇପାରିବେ । ଭୋଟର ତାଲିକା ସଂଶୋଧନ ପାଇଁ ଅନେକ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଯୋଗ୍ୟ ଭୋଟର ଯଦି ହୋଇଥିବେ , ତାଙ୍କର ଭୋଟର ଲିଷ୍ଟ ରେ ନାଁ ନଥିବ କିମ୍ବା ଯେଉଁ ମାନେ ଭୋଟର ଲିଷ୍ଟ ରୁ ନାଁ କାଟିବାକୁ ଚାହୁଁ ଥିବେ କିମ୍ୱା ତ୍ରୁଟି ସଂଶୋଧନ କରି ପାରିବେ । ଏହି ବ୍ୟବସ୍ଥା ଚଳିତ ଥର ଅନ ଲାଇନ ବ୍ୟବସ୍ଥା ମାଧ୍ୟମରେ କରାଯିବ । ପୂର୍ବରୁ ଏହା ଅଫ ଲାଇନରେ କରାଯାଉଥିଲା । ଏବେ ଏକ ସ୍ୱତନ୍ତ୍ର ଆପ ମାଧ୍ୟମରେ ଏହି ସଂଶୋଧନ ପ୍ରକ୍ରିୟା ଲୋକମାନେ କରିପାରିବେ । ଏଥିପାଇଁ ନିର୍ଦ୍ଦିଷ୍ଟ କିଛି ପ୍ରମାଣ ପତ୍ର ଲୋକମାନଙ୍କୁ ଦେବାକୁ ହେବ । ଏହା ପରେ ସରକାରୀ ଅଧିକାରୀମାନେ ଘରକୁ ଯାଇ ଆପଣକୁ କାର୍ଡ ଯୋଗାଇ ଦେବେ କିମ୍ୱା ସ୍ପିଡ଼ ପୋଷ୍ଟ ମଧାମରେ ଘରକୁ ପଠାଯିବ ।

ସେହିପରି ନଭେମ୍ବର ୭ ଓ ୨୧ ତାରିଖ ଅର୍ଥାତ ଏହି ମାସର ଦୁଇ ରବିବାରରେ , ଅର୍ଥାତ ପ୍ରଥମ ଓ ତୃତୀୟ  ରବିବାର ଦିନ ସରକାରୀ ଅଧିକାରୀ ମାନେ ବୁଥରେ ରହିବେ । ଲୋକମାନେ ସେଠାକୁ ଯାଇ ନିଜ ନିଜର ଭୋଟର ତାଲିକା ସଂଶୋଧନ କରିପାରିବେ । ଉପାନ୍ତ ଅଞ୍ଚଳରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଆମେ ଉଦ୍ୟମ କରିବୁ । ଏକ ମାସ ମଧ୍ୟରେ ଲୋକମାନେ ସଂଶୋଧନ ପାଇଁ ଆବେଦନ କରିପାରିବେ । ଏହାର ତର୍ଜମା ପାଇଁ ୨୦ ଦିନ ସମୟ ଲାଗିବ । ଜାନୁଆରୀ ୬ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଦୁଇଟି ଭୋଟର ଆଇଡ଼ି ଥିବା ଏକ ଲକ୍ଷ ଲୋକଙ୍କୁ ଆମେ ଅଟୋ ମେକାନିଜମ ଦ୍ୱାରା ଆମେ ବାଦ ଦେଇସାରିଛୁ । ବର୍ତ୍ତମାନ ସୁଦ୍ଧା ଆହୁରି ୪ ଲକ୍ଷ ଆବେଦନ ମଧ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.