Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ତିର୍ତ୍ତୋଲ ଓ ବାଲେଶ୍ବର ସଦର ଉପନିର୍ବାଚନ ନେଇ ସିଇଓଙ୍କ ପ୍ରେସମିଟ୍ : ଭୋଟରଙ୍କ ସୁବିଧା ପାଇଁ ବଢାଗଲା ବୁଥ୍ ସଂଖ୍ୟା

2/11/2020 at 2:21 PM

ଭୁବନେଶ୍ବର ୨।୧୧: କୋଭିଡ୍ ମହାମାରୀ ସମୟରେ ତିର୍ତ୍ତୋଲ ଓ ବାଲେଶ୍ବର ସଦର ଉପନିର୍ବାଚନ ପ୍ରସ୍ତୁତି ସରିଛି । ପ୍ରେସମିଟ୍ ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ନିର୍ବାଚନ ନେଇ ସୂଚନା ଦେଇଛନ୍ତି । ପୋଲିଂ ଏଜେଣ୍ଟ ସ୍କ୍ରିନିଂ ହୋଇଛି । ସୁସ୍ଥ ଅଫିସର ହିଁ ଡ୍ୟୁଟିରେ ଅଛନ୍ତି । ଗୋଟିଏ ବୁଥରେ ୧୦୦୦ ଜଣ ଭୋଟ୍ ଦେବେ । ତେଣୁ ବୁଥ୍ ସଂଖ୍ୟା ବଢାଯାଇଛି । ବାଲେଶ୍ଵରରେ ୧୯୮ ବୁଥ୍ ଥିବାବେଳେ ୩୪୬କୁ ବୃଦ୍ଧି ହୋଇଛି । ତିର୍ତ୍ତୋଲରେ ୨୬୫ ବୁଥ୍ ଥିବା ବେଳେ ୩୭୩କୁ ବୃଦ୍ଧି ହୋଇଛି ।

ବୁଥ୍ ବଢିବାରୁ ଦ୍ବନ୍ଦ୍ବ ହୋଇପାରେ । ଭିଏଲଓ ମାଧ୍ୟମରେ ସ୍ଲିପ ଦିଆହୋଇଛି । ସେଥିରୁ ଜାଣି ବୁଥ୍ ଯିବେ ଭୋଟର । ସବୁ ଅତିରିକ୍ତ ବୁଥ୍ ଗୋଟିଏ କ୍ୟାମ୍ପସରେ ଅଛି । କେବେଳ ତିର୍ତ୍ତୋଲରେ ୪ ଓ ବାଲେଶ୍ଵରରେ ୧୨ଟା ବାହାରେ ଅଛି । ବାଲେଶ୍ଵରରେ ୮୬ ସମ୍ବେଦନଶୀଳ ବୁଥ୍ ଓ ତିର୍ତ୍ତୋଲରେ ୧୫୫ଟି ରହିଛି ।

ବୁଥ୍ ସାନିଟାଇଜ୍ କରାଯାଉଛି । ଭୋଟିଂ ସମୟରେ ବାରମ୍ବାର ବୁଥ୍ ବାହାର ସାନିଟାଇଜ୍ କରାହେବ । ଡ୍ୟୁଟିରେ ଥିବା ଅଫିସରଙ୍କୁ ପିପିଇ କିଟ୍ ଦିଆଯାଇଛି । ଭୋଟରଙ୍କୁ ଗ୍ଲୋଭସ ଦିଆଯିବ । ସେମାନେ ଡାହାଣ ହାତରେ ଗ୍ଲୋଭସ ପିନ୍ଧିବେ । ଭୋଟ୍ ଦେଇ ସାରିବା ପରେ ତାହାକୁ ଡଷ୍ଟବିନରେ ଫିଙ୍ଗିବେ । ଯଦି କାହା ନିକଟରେ ଭୋଟର କାର୍ଡ ନାହିଁ ଅନ୍ୟ ୧୧ ପରିଚୟପତ୍ର ନେଇ ପାରିବେ । ଭୋଟର ସ୍ଲିପ୍ ପରିଚୟପତ୍ର ଭାବେ କାମ କରିବ ନାହିଁ ।

ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏଁ ଭୋଟିଂ ହେବ । ୬ଟା ଭିତରେ ଯିଏ ଆସିଥିବେ ଭୋଟ୍ ଦେଇପାରିବେ । ଗୋଲେଇରେ ୬ ଫୁଟ ସାମାଜିକ ଦୂରତା ରକ୍ଷା କରି ଭୋଟର ଠିଆ ହେବେ । ଭୋଟରଙ୍କ ତାପମାତ୍ରା ମପା ଯିବ। ଯାହାର ଅଧିକ ଆସିବ, ସେମାନଙ୍କୁ ଟୋକନ ଦିଆଯିବ। ସେମାନେ ଶେଷ ସମୟରେ ଭୋଟ୍ ଦେବେ। ଡାକ୍ତର ଯଦି କୋଭିଡ୍ ରୋଗୀଙ୍କୁ ଘରେ ରହିବାକୁ କହିଛନ୍ତି, ସେମାନଙ୍କ ପିପିଇ କିଟ୍ ଥିଲେ ଆସି ଭୋଟ୍ ଦେଇପାରିବେ । ହେଲେ ସେମାନେ ନ ଆସିବା ଭଲ । ୩,୫୦୦ ପୋଲିଂ କର୍ମଚାରୀ, ୮୦୦ ଆଶା କର୍ମୀ ଓ ୮୦୦ ଭଲ୍ୟୁଣ୍ଟିୟର ସାନିଟାଇଜ୍ ସ୍କାନିଂ କରିବେ ।

ସୁରକ୍ଷା ଦୃଷ୍ଟିରୁ ସମୁଦାୟ ୬ କମ୍ପାନୀ ସିଏପିଏଫ, ୱେବକ୍ସଟିଂ, ସିସିଟିଭି, ୯୦ ପ୍ଲାଟୁନ ପୋଲିସ ଫୋର୍ସ, ୨୫୧ ପୋଲିସ ଅଫିସର ନିୟୋଜିତ ଅଛନ୍ତି ।

   Related Posts