ପିପିଲି ଉପନିର୍ବାଚନ ନେଇ CEOଙ୍କ ପ୍ରେସମିଟ୍ : ୨୦୧ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ, ୧୨ଟି ବୁଥ୍‌ରେ ଭିଡିଓ କାଷ୍ଟିଂ ବ୍ୟବସ୍ଥା

Published By : Prameya-News7 Bureau | September 28, 2021 IST

ଭୁବନେଶ୍ବର ୨୮।୯: ପିପିଲି ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ପିପିଲି ନିର୍ବାଚନମଣ୍ଡଳୀରେ ୨୦୧ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ୧୨ଟି ବୁଥ୍ ରେ ଭିଡିଓ କାଷ୍ଟିଂ ବ୍ୟବସ୍ଥା ରହିବ । ଏହି ବୁଥ୍ ଗୁଡିକରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ରହିବ ।

ନିର୍ବାଚନ କାମ ପାଇଁ ୪୦୩ ଗାଡି ଭଡାରେ ନିଆଯାଇଛି । ନିର୍ବାଚନ କାମରେ ନିୟୋଜିତ କର୍ମଚାରୀ ଡବଲ୍ ଡୋଜ୍ ଟିକା ନେଇଥିବା ଜରୁରୀ । ଡବଲ୍ ଡୋଜ୍ ନେଇନଥିବା କର୍ମଚାରୀ କ୍ୟାମ୍ପ୍ ରୁ ଟିକା ନେଇପାରିବେ । କୋଭିଡ୍ ସାର୍ଟିଫିକେଟ୍ ଥିଲେ ସେମାନଙ୍କୁ ଅନୁମତି ମିଳିବ ।

ବୈଷୟିକ ତ୍ରୁଟି ପାଇଁ ୮ଜଣ ଇଞ୍ଜିନିୟର ରହିବେ । ଭିନ୍ନକ୍ଷମ ଭୋଟରମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ । ଭିନ୍ନକ୍ଷମଙ୍କୁ ଗାଡିରେ ବୁଥ୍ ପର୍ଯ୍ୟନ୍ତ ଆଣିବା ପାଇଁ ବ୍ୟବସ୍ଥା କରାଯିବ । କୋଭିଡ୍ ଆକ୍ରାନ୍ତ ଘରେ ରହି ଭୋଟ୍ ଦେଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.