Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟର ୧୨ଟି ବୁଥରେ ହେବ ସାନି ମତଦାନ: ସିଇଓ

27/04/2019 at 9:55 PM

ଭୁବନେଶ୍ବର ୨୭।୪:   ଗତ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ପରିଚାଳନାଗତ ତ୍ରୃଟି ଯୋଗୁଁ ୧୨ଟି ବୁଥରେ ସାନି ମତଦାନ ପାଇଁ ସୁପାରିଶ କରାଯାଇଛି । କିଛି ଜାଗାରେ କଣ୍ଟ୍ରୋଲ ୟୁନିଟ୍, ବାଲଟ ୟୁନିଟ୍ ଓ ଭିଭିପ୍ୟାଟର ଗୋଟିଏ ୟୁନିଟ୍ ଖରାପ ଥିଲା । ଏଭଳି କ୍ଷେତ୍ରରେ ୩ଟି ଯାକ ୟୁନିଟ୍ ବଦଳିବା କଥା, କିନ୍ତୁ ତାହା କରାଯାଇନଥିବାରୁ ସାନି ନିର୍ବାଚନ କରାଯିବ । ତେବେ ଅନ୍ୟ ୨ଟି ବୁଥ ସମ୍ପର୍କରେ ଅନୁଧ୍ୟାନ ଚାଲିଛି । ସେଠାରେ ବି ସାନିମତଦାନ ହୋଇପାରେ ।ଆସନ୍ତା ୨୯ ତାରିଖ ପରେ ଏହି ସବୁ ବୁଥ ପାଇଁ ପୁନଃର୍ମତଦାନ ହେବ।   

ଏଥିରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ଶହିଦ ନଗର ସ୍ଥିତ ୧୨୭ ନମ୍ବର  ବୁଥରେ ସାନି ଭୋଟ କରିବା ପାଇଁ ଅନୁଧ୍ୟାନ କରାଯାଉଛି।। ତେବେ ଆଠଗଡର ୪ଟି, ବ୍ରହ୍ମଗିରିର ୨ଟି ଓ ବଡମ୍ବା, ଦେଓଗଡ, ସତ୍ୟବାଦୀ, ତାଳଚେର ବୁଥରୁ କିଛି ସ୍ଥାନରେ ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବାକୁ ଥିବା ବେଳେ ଆଉ କିଛି ସ୍ଥାନରେ ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ ।

 ତେବେ ଅନ୍ୟ ୨ଟି ବୁଥ ସମ୍ପର୍କରେ ଅନୁଧ୍ୟାନପରେ ନିଷ୍ପତ୍ତି ନିଆଯିବ।   ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୧୯୬ ଝଜିଆ ୟୁଜିଏମ୍‌ଇ ସ୍କୁଲ୍‌, ଦେବଗଡ଼ ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୧୮୩ ସିଆରିଆ ପ୍ରାଇମେରି ସ୍କୁଲ୍‌, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୨୨୨ କମାଶାସନ୨ ଏବଂ ବୁଥ୍‌ ନମ୍ବର ୬୨ ଗାଦିବ୍ରହ୍ମ ପ୍ରାଇମେରି ସ୍କୁଲ୍‌, ବାଘମୁଣ୍ଡା, ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୭୮ବାହାଦଲପୁର ନୋଡାଲ୍‌ ୟୁପି ସ୍କୁଲ୍‌, ବୀରକେଶରପୁର, ତାଳଚେର ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୮୫ ଜନ୍ଦାବାହଲ, ଆଠଗଡ଼ ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୯୦ ଖୁଣ୍ଟକଟା ପ୍ରାଇମେରି ସ୍କୁଲ୍‌, ବୁଥ୍‌ ନମ୍ବର ୧୦୦ ସାଥିଲୋ ବାସୁଦେବପୁର ୟୁଜିଏମ୍‌ଇ ସ୍କୁଲ୍‌, ବୁଥ୍‌ ନମ୍ବର ୧୩୭ ଓ ୧୩୮ ରାଜନଗର ୟୁଜିଏମ୍‌ୟୁ ସ୍କୁଲ୍‌,  ଭୁବନେଶ୍ବର ମଧ୍ୟ ବିଧାନ ସଭାର ବୁଥ୍‌ ନମ୍ବର ୧୨୭ ସହିଦ ନଗର ହାଇସ୍କୁଲ୍‌ ଏବଂ ଘସିପୁରା ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୧୨୭ ଭୁଲନୂଆଗାଁ।ସେପଟେ ବ୍ରହ୍ମଗିରିର ୬୨ ନମ୍ବର ବୁଥ୍‌ର କଣ୍ଟ୍ରୋଲ ୟୁନିଟ୍ ହଜିବା ଖବରକୁ  ସ୍ବୀକାର  କଲେ ମୁଖ୍ୟ ନିର୍ବାଚନ ଅଧିକାରୀ।

ବିଭିନ୍ନ୍ ସ୍ଥାନରେ  ଥିବା ଷ୍ଟ୍ରଙ୍ଗରୁମ  ବିଏସଏଫ ଯବାନଙ୍କ ସୁରକ୍ଷା ବଳୟରେ ରହିବ।   ଷ୍ଟ୍ରଙ୍ଗ ରୁମ ନିକଟରେ ରାଜ୍ୟ ପୋଲିସ ନିୟୋଜିତ ହେବେ ନାହିଁ। କେନ୍ଦୁଝର  ଓଏସଏମଇ କ୍ୟାମ୍ପସ ଷ୍ଟ୍ରଙ୍ଗ  ରୁମ  ନିକଟ​ରୁ  ଜ​‌ଣେ ସଫଟଓୟାର  ଇଂଜିନିୟରିଙ୍ଗ  ଅଟକ  ରଖିବା ଘଟଣାରେ   ମତ ରଖିଛନ୍ତି  ମୁଖ୍ୟ ନିର୍ବାଚନ ଅଧିକାରୀ। ଷ୍ଟ୍ରଙ୍ଗ ରୁମ ପାଖରେ କୌଣସି ଗେଷ୍ଟ ହାଉସରେ ଲୋକଙ୍କୁ ରଖାଯିବନି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି  

   Related Posts