ଆଇସିସି ବିଶ୍ବକପ୍ ୨୦୧୯, ଟିମ ଇଣ୍ଡିଆର ପ୍ରଥମ ସେଞ୍ଚ୍ୟୁରିକୁ ନେଇ ଚାଲିଛି ଅଙ୍କ କଷା, ଜାଣନ୍ତୁ ଦେଶ ପାଇଁ କିଏ ହାସଲ କରିଥିଲେ ପ୍ରଥମ ଶତକ

Published By : Prameya-News7 Bureau | May 26, 2019 IST

ନୂଆଦିଲ୍ଲୀ ୨୬।୫: ନିର୍ବାଚନ ପରେ ଏବେ ସମସ୍ତଙ୍କୁ ଘାରିଛି କ୍ରିକେଟ ଚିନ୍ତା। ମେ ୩୦ରୁ ଆରମ୍ଭ ହେବ ଆଇସିସି ବିଶ୍ବକପ୍ କ୍ରିକେଟ। ତେବେ ଟିମ୍ ଇଣ୍ଡିଆର କେଉଁ ଖେଳାଳି ବିଶ୍ବକପ୍ ରେ ଦେଶ ପାଇଁ ପ୍ରଥମେ ସେଞ୍ଚ୍ୟୁରି କରିବେ ତାକୁ ନେଇ ଆରମ୍ଭ ହୋଇଗଲାଣି  ଅଙ୍କକଷା।  ବାସ୍ତବିକ୍ ଆଇସିସି ବିଶ୍ବକପ୍ ରେ  ପ୍ରଥମ ସେଞ୍ଚୁରୀ ସବୁଠୁ ବଡକଥା । କାରଣ ପ୍ରତି ଟିମର ଖେଳାଳି ଚାପରେ ଥାନ୍ତି। ଏଭଳି ପରିସ୍ଥିତିରେ ଯେଉଁ ଖେଳାଳି ପ୍ରଥମେ ଶତକ କରନ୍ତି ତାହା କେବଳ ସେହି ଟିମ୍ ନୁହେଁ ସମ୍ପୃକ୍ତ ଖେଳାଳିଙ୍କ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଦ୍ବାଦଶ ବିଶ୍ବକପ୍ ପାଇଁ ଏବେ ମଞ୍ଚ ପ୍ରସ୍ତୁତ ହେଉଛି।  କ୍ରିକେଟ ଫ୍ୟାନମାନଙ୍କ ନଜର ସେମାନଙ୍କ ଟିମର ଷ୍ଟାର ବ୍ୟାଟସମ୍ୟାନଙ୍କ ଉପରେ। ତେବେ କ୍ରିକେଟ ବିଶ୍ବ କପରେ ଭାରତ ପାଇଁ ପ୍ରଥମ ଶତକ ହାସଲ  କରିଥିବା ଖେଳାଳି ଥିଲେ କପିଲ ଦେବ।

{"id":116254}

ଏପର୍ଯ୍ୟନ୍ତ ଅନୁଷ୍ଠିତ ଆଇସିସି ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟେର ଭାରତୀୟ ଖେଳାଳିମାନେ ମୋଟ ୨୫ଟି ଶତକ ହାସଲ କରିଛନ୍ତି । ତେବେ ବିଶ୍ବ କପ ରେ ଟିମ ଇଣ୍ଡିଆର ଶତକୀୟ ଇନିଂସ ଆରମ୍ଭ ହୋଇଥିଲା ୧୯୮୩ ତୃତୀୟ ବିଶ୍ବକପ୍ ରେ । ଭାରତୀୟ ଅଲରାଉଣ୍ଡର କପିଲ ଦେବ ବିଶ୍ବ କପରେ ଦେଶର ଶତକ ଇଛା ପ୍ରଥମେ ପୁରଣ କରିଥିଲେ। ତା ପୂର୍ବ ବିଶ୍ବ କପ୍ ମାନଙ୍କରେ ଭାରତୀୟ ଖେଳାଳିଙ୍କ ପାଇଁ ଏହା ଏକ ସ୍ବପ୍ନ ଥିଲା। କପିଲ ଖାତା ଖୋଲିବା ପରେ ସଚ୍ଚିନ ଓ ସେହେଓ୍ବାଗ ଲଗାତାର ଦୁଇଟି ବିଶ୍ବକପ୍ ରେ   ଭାରତ ପାଇଁ ପ୍ରଥମେ ଶତକ ହାସଲ କରିଥିଲେ। ଏଠାରେ ଆସନ୍ତୁ ନଜର ପକାଇବା ଗତ ୧୧ଟି  ବିଶ୍ବକପରେ ଭାରତ ପାଇଁ କେଉଁ ଖେଳାଳି ମାରିଥଲେ ପ୍ରଥମେ ସେଞ୍ଚୁରୀ ।

{"id":116255}

୧୯୭୫ରେ ଖେଳାଯାଥିଲା ପ୍ରଥମ ଆଇସିସି ବିଶ୍ବକପ୍। ଏଥିରେ ଭାରତର କୌଣସି ଖେଳାଳିଙ୍କୁ ଶତକ ହାସଲ କରିବାର ସୌଭାଗ୍ୟ ଜୁଟି ନଥିଲା। ପରେ ୧୯୭୯ ବିଶ୍ବକପରେ ମଧ୍ୟ ଭାରତୀୟ ଖେଳାଳିମାନେ ଶତକ ପର୍ଯ୍ୟନ୍ତ ଯାଇ ପାରିନଥିଲେ। ତେବେ ୧୯୮୩ ତୃତୀୟ ବିଶ୍ବକପରେ ଭାରତର ଶତକ ଖାତା ଖୋଲିଥିଲେ ମହାନ ଅଲରାଣ୍ଡର କପିଲ ଦେବ।  ୪ ବର୍ଷ ପରେ ଅର୍ଥାତ ୧୯୮୭ ରେ ଖେଳାଯାଇଥିବା ବିଶ୍ବକପରେ ସୁନୀଲ ଗାଭାସ୍କାର ଦ୍ବୀତିୟ ଶତକ କରିଥିଲେ। ୧୯୯୨ ବିଶ୍ବକପରେ ଭାରତ ଭାଗ୍ୟରେ ଶତକ ମୌକା ଜୁଟି ନଥିଲା। ତେବେ ୧୯୯୬ ଷଷ୍ଠ ବିଶ୍ବକପରେ ସଚ୍ଚିନ ତେନ୍ଦୁଲକର ପୁଣି ଭାରତ ପାଇଁ ଆରମ୍ଭ କରିଥିଲେ ଶତକୀୟ ଇନିଂସ।

{"id":116256}

୧୯୯୯ରେ ରାହୁଲ ଦ୍ରାବିଡ, ୨୦୦୩ରେ ପୁଣି ସଚ୍ଚିନ ତେନ୍ଦୁଲକର ଶତକ କରିଥିବା ବେଳେ ୨୦୦୭ ଓ ୨୦୧୧ ବିଶ୍ବକପ୍ ରେ ଭାରତର ପ୍ରଥମ ଶତକ ହାସଲ କରିଥିଲେ ବୀରେନ୍ଦ୍ର ସେହେଓ୍ବାଗ। ୨୦୧୫ରେ ବୀରାଟ କୋହଲୀ ଦେଶ ପାଇଁ ଶତକ ହାସଲ କରିଥିବା ବେଳେ ଏବେ ୨୦୧୯ ଉପରେ ରହିଛି ସମସ୍ତଙ୍କ ନଜର।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.