Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

୧୮ ମାସ ଓ ୪୫ ଇନିଂସ…ଠପ୍ ପଡିଛି ‘ଶତକ ମେସିନ’, କ’ଣ ହେଲା ବିରାଟଙ୍କ ବ୍ୟାଟ୍‌କୁ ?

21/06/2021 at 5:26 PM

ସାଉଥମ୍ପଟନ ୨୧।୦୬: ଆଇସିସି ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ୍ ମୁକାବିଲା ଉପରେ ଲାଗି ଯାଇଛି ବର୍ଷା ନଜର। ଦୀର୍ଘ ସମୟ ଧରି ଏହି ବହୁ ପ୍ରତୀକ୍ଷିତ ମୁକାବିଲାକୁ କ୍ରିକେଟ୍ ପ୍ରଶଂସକ ଚାହିଁ ରହିଥିଲେ। ହେଲେ ବର୍ଷା ଏବେ ବଇରି ସାଜିଛି। ଭାରତୀୟ ଦଳ ପ୍ରଥମ ଇନିଂସରେ ୨୧୭ ରନ କରି ଅଲଆଉଟ୍ ହୋଇଛି। ଅଧିନାୟକ ବିରାଟ କୋହଲି(୪୪) ଓ ଆଜିଙ୍କ୍ୟ ରାହାଣେ(୪୯) କରିଛନ୍ତି। କୋହଲି ତୃତୀୟ ଦିନର ସ୍କୋରରେ ଗୋଟିଏ ହେଲେ ରନ ଯୋଡି ପାରିନଥିଲେ। ସେ କାଇଲ ଜେମିସନଙ୍କ ବଲ୍‌ରେ ଏଲବିଡବ୍ଲ୍ୟୁ ହୋଇଥିଲେ। ଏଥିସହ ପୁଣି ଥରେ ତାଙ୍କ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡିଛି।

ଦ୍ଵିତୀୟ ଦିନରେ ବିରାଟ କୋହଲି ଭଲ  ବ୍ୟାଟିଂ କରି କିଓ୍ଵି ବୋଲରଙ୍କୁ ଓ୍ଵିକେଟ୍‌ରୁ ଦୂରରେ ରଖିଥିଲେ। ମାତ୍ର ତୃତୀୟ ଦିନରେ ସେମିତି ହୋଇନଥିଲା ଏବଂ କୋହଲି ୪୪ ରନ କରି ପାଭିଲିୟନ ଫେରିଥିଲେ। ଦୀର୍ଘ ସମୟ ହୋଇଗଲା କୋହଲିଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିନାହିଁ। ଶେଷ ଥର ୨୦୧୯ ନଭେମ୍ବରରେ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ ସେ ଶତକ ଅର୍ଜନ କରିଥିଲେ। କୋଲକାତାରେ ଖେଳାଯାଇଥିବା ଉକ୍ତ ଟେଷ୍ଟରେ ସେ ୧୩୬ ରନର ଇନିଂସ ଖେଳିଥିଲେ। ଏହା ପରଠୁ କୋହଲିଙ୍କ ବ୍ୟାଟରୁ ଶତକ ସୁଖି ଯାଇଛି।

ଜୁନ ୨୦ରେ ଟେଷ୍ଟରେ କରିଥିଲେ ପଦାର୍ପଣ

ପ୍ରଶଂସକଙ୍କୁ କୋହଲିଙ୍କଠୁ ବହୁତ ଆଶା ଥିଲା। କାରଣ ୨୦୧୧ ଜୁନ ୨୦ରେ କୋହଲି ଟେଷ୍ଟରେ ପଦାର୍ପଣ କରିଥିଲେ। ସବିନା ପାର୍କରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିଲେ। ଉକ୍ତ ମ୍ୟାଚ୍‌ରେ ସେ ୪ ଓ ୧୫ ରନ କରିଥିଲେ। ଆଶା କରାଯାଉଥିଲା ଦଶ ବର୍ଷ ପୂରଣ ଦିନରେ କୋହଲିଙ୍କ ବ୍ୟାଟ୍ ଗର୍ଜିବ।

୪୫ ଇନିଂସ ହେଲା ଶତକ ନାହିଁ

ରେକର୍ଡ ଉପରେ ନଜର ପକାଇଲେ କୋହଲି ୨୦୧୯ ନଭେମ୍ବର ପରଠୁ ଟେଷ୍ଟ, ଦିନିକିଆ ଓ ଟି-୨୦ରେ ମୋଟ୍  ୪୯ଟି ଇନିଂସ ଖେଳି ସାରିଛନ୍ତି। ଏଥିରେ ୧୭ଟି ଅର୍ଦ୍ଧଶତକ ଜରିଆରେ ୧୬୯୦ ରନ କରିଛନ୍ତି। କିନ୍ତୁ ଗୋଟିଏ ହେଲେ ଶତକ ହାସଲ କରି ପାରି ନାହାନ୍ତି। ସବୁଠୁ ବଡ କଥା କୋହଲି ଏହି ସମୟର ଫର୍ମ ହରାଇ ନାହାନ୍ତି। ଅନେକ ଭଲ ଇନିଂସ ଖେଳିଛନ୍ତି କିନ୍ତୁ ଏହାକୁ ଶତକରେ ରୂପାନ୍ତରିତ କରି ପାରି ନାହାନ୍ତି। 

ଗତ ଚାରି ବର୍ଷରେ ଏମିତି ଥିଲା ପ୍ରଦର୍ଶନ

କୋହଲି ୨୦୧୯ରେ ସାତ ଶତକ ଓ ୧୪ ଅର୍ଦ୍ଧଶତକ, ୨୦୧୮ରେ ୧୧ ଶତକ ଓ ୯ ଅର୍ଦ୍ଧଶତକ ଏବଂ ୨୦୨୦ରେ ୧୧ ଶତକ ଓ ୧୦ ଅର୍ଦ୍ଧଶତକ ସାମିଲ। କିନ୍ତୁ ୨୦୨୦ରେ କୋହଲି ଦିନିକିଆରେ ପାଞ୍ଚ ଅର୍ଦ୍ଧଶତକ ଓ ଟେଷ୍ଟ-ଟି-୨୦ରେ ଗୋଟିଏ ଲେଖାଏଁ ଅର୍ଦ୍ଧଶତକ ହାସଲ କରିଥିଲେ।

ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ କୋହଲି ଦିନିକିଆରେ ୪୩ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଟେଷ୍ଟରେ ୨୭ ଶତକ ଅର୍ଜନ କରିଛନ୍ତି। କୋହଲି ନିଜର ପ୍ରଥମ ଶତକ ୨୦୦୯ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ଇଡେନ ଗାର୍ଡେନ୍ ପଡିଆରେ ହାସଲ କରିଥିଲେ।

   Related Posts