Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସେଞ୍ଚୁରି ଛୁଇଁଲାଣି ପରିବା ଦର, ରାଜଧାନୀ ହାଟରେ ବ୍ୟାଗ୍ ପୁରୁନି, କରୋନା ସଙ୍କଟରେ ଖାଉଟିଙ୍କ ବଢ଼ିଲା ଚିନ୍ତା

7/07/2020 at 5:03 PM

ଭୁବନେଶ୍ବର୭/୭: ରାଜଧାନୀରେ ୧୦୦ ପାର ହେଲା ସବୁଜ ପରିବା ଦର। ଛୁଇଁ କିଲୋ ପିଛା ୧୨୦  ଟଙ୍କା ରହିଥିବା ବେଳେ ତା ପଛକୁ ରହିଛି କ୍ୟାପ୍ସିକମ ଦର ୧୦୦ ଟଙ୍କା। ଯେଉଁ ପରିବାରେ ହାତ ମାରିବ, ତାହା ୫୦ କିମ୍ବା ୧୦୦ ହୋଇଥିବ। ତା ତଳକୁ ପରିବାର ନାହିଁ ବୋଲି ପରିବାର ଦୋକାନ ରୋକଠୋକ ମନା କରୁଛନ୍ତି। ସେପଟେ ବଜାରରେ ମାସ୍କ ଓ ସାମାଜିକ ଦୂରତା ରାଜଧାନୀ ବାସୀଙ୍କ ପାଇଁ ଏକ ବଡ଼ କାରଣ ହୋଇଛି। ପୂର୍ବରୁ ସରକାରର ଗୋଟିଏ କୋଠାରୁ  ଅନ୍ୟ କୋଠା କରୋନା ଡେଇଁ ଚାଲିଥିବା ବେଳେ ଏବେ ହାଟ ଚିନ୍ତା ବଢେଇଛି।

କ୍ୟାପ୍ସିକମ ୧୦୦ ଟଙ୍କା ଛୁଇଁଛି। ଛୁଇଁ କିଲୋ ୧୨୦ ଟଙ୍କ, କଲରା ୬୦, ବାଇଗଣ ୬୦,  ଟମାଟୋ ୫୦ କିନ୍ତୁ ଏବେ ଆପଣ ବୁଝି ସାରିଥିବେ ଆମେ କଣ କହିବାକୁ ଚାହୁଁଛୁ। ଅର୍ଥାତ ବଜାରରେ ପରିବା ଦର ଏବେ ଆକାଶ ଛୁଆଁ। ଦୁଇ ସପ୍ତାହ ପୂର୍ବରୁ ଯେଉଁ ପରିବା ଦର ୨୦ରୁ ୩୦ ଟଙ୍କା ବେଶୀରୁ ବେଶୀ ୪୦ ଟଙ୍କା ରହିଥିଲା। ମାତ୍ର ୧୫ ଦିନ ଭିତରେ ଦରରେ ଦୁଇଗୁଣ ହେଲାଣି। ପୂର୍ବରୁ ୫୦୦ ଟଙ୍କା ନେଇ ବଜାରକୁ ଗଲେ ପରିବା ବ୍ୟାଗ୍ ଭର୍ତ୍ତି ହେଉଥିଲା। ଆଉ ଏବେ ଅଧା ବ୍ୟାଗ୍ ବି ପୂରଣ ହେଉନାହିଁ। ଚିତ୍ର ଏତିକିରେ ବଦଳୁ ନାହିଁ। ଆଗକୁ ଦର ଆହୁରି ବଢି ପାରେ ବୋଲି ଆଶଙ୍କା କରୁଛନ୍ତି ବ୍ୟବସାୟୀ। ଆବଶ୍ୟାକ ଅନୁସାରେ ମାଲ୍ ଆସୁନଥିବା ବେଳେ ଲକଡାଉନ ଓ ସଟଡାଉନ ସହିତ ତୈଳ ଦର ବୃଦ୍ଧି ତା ସହିତ ଲୋକାଲ ମାଲ୍ ଉତ୍ପାଦନ ନଥିବା ପାଇଁ ଦର ଉଚ୍ଚା ହେଉଥିବା ବୋଲି କହୁଛନ୍ତି ବ୍ୟବସାୟୀ।

ରାଜଧାନୀର ସବୁଠୁ ବଡ଼ ପରିବା ମାର୍କଟେରେ ଏଭଳି ବର୍ଦ୍ଧିତ ଦର ଖାଉଟିଙ୍କ ଚିନ୍ତା ବଢେଇଛି। ହେଲେ ଏହା ଭିତରେ ଆଉ କିଛି ଏମିତି ଚିତ୍ର ରହିଛି ଯାହାକି ଆହୁରି ଚିନ୍ତା ମଧ୍ୟ ବଢେଇଛି। କିଛି ଦୋକାନୀ ମାସ୍କ ନ ପିନ୍ଧିଲେ ପରିବା ନାହିଁ ବୋଲି କହୁଥିବା ବେଳେ ସାମାଜିକ ଦୂରତା ନେଇ ସଚେତନ ମଧ୍ୟ କରାଉଛନ୍ତି। ଅର୍ଥାତ ଏକଥା କୁ ଯଦି ବିଚାର କରାଯାଏ ଆଉ ଟିକେ ସଚେତନତାର ଆବଶ୍ୟକତା ରହିଛି।

ସରକାରୀ କାର୍ଯ୍ୟାଳୟ ହେଉ କି କିମ୍ବା ହସ୍ପିଟାଲ। କରୋନା ଗୋଟିଏ ଛାତରୁ ଅନ୍ୟ ଛାତକୁ ଡେଇଁ ଚାଲିଥିବା ବେଳେ ଏବେ ପରିବା ବଜାରରେ ଏଭଳି ଚିନ୍ତା ବଢେଇଛି। ସେପଟେ ପରିବା ଆଗକୁ ପରିବା ଦର ବୃଦ୍ଧିର ଆଶା ଆଶଙ୍କା ରାଜଧାନୀବାସୀଙ୍କ ସମସ୍ୟାକୁ ଦୁଇଗୁଣିତ କରିଛି।

   Related Posts