Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପେଟ୍ରୋଲ ଏବଂ ଡିଜେଲ ଦାମ କମିବା ଯୋଗୁଁ କେନ୍ଦ୍ର ସରକାର ସହିବେ ୪୫ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ

4/11/2021 at 4:19 PM

ନୂଆଦିଲ୍ଲୀ ୦୪/୧୧ : ଡିଜେଲ ଏବଂ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ କମାଯିବା ପରେ ରାଜକୋଷ ଉପରେ ପ୍ରାୟ ୪୫ ହଜାର କୋଟି ଟଙ୍କାର ବୋଝ ପଡିବ । ଏହା ହେଲେ କେନ୍ଦ୍ର ସରକାରଙ୍କ ରାଜକୋଷ ଘାଟା ୦.୩ ପ୍ରତିଶତ ବୃଦ୍ଧି ପାଇବ । ବୁଧବାର କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଭ୍ୟାଟ୍‌ କମାଇବା​‌ ପରେ ଏଭଳି ଆକଳନ କରାଯାଇଛି । ଏକ ରିପୋର୍ଟ ଅନୁଯାୟୀ, ପେଟ୍ରୋଲ ଏବଂ ଡିଜେଲ ଦାମ କମାଇବା ଫଳରେ ଗୋଟିଏ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ରାଜକୋଷ ଉପରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ବୋଝ ପଡିବ । ଯାହାକି ଘରୋଇ ଉତ୍ପାଦର ୦.୪୫ ପ୍ରତିଶତ ହେବ ।

ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜକୋଷ ଉପରେ ୪୫ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ । ଏହା ହେଲେ ଅନ୍ୟାନ୍ୟ କ୍ଷେତ୍ରରୁ ଏହାର ଭରଣ କରିବାକୁ ପଡିବ । ବୁଧବାର ଦୀପାବଳି ପୂର୍ବ ସନ୍ଧ୍ୟାରେ କେନ୍ଦ୍ର ସରକାର ପେଟ୍ରୋଲ ଦର ୫ ଏବଂ ଡିଜେଲ ୧୦ ଟଙ୍କା ପ୍ରତି ଲିଟର ହ୍ରାସ କରିଥିଲେ । ଏହା ପରେ ବିଭିନ୍ନ ରାଜ୍ୟ ପକ୍ଷରୁ ମଧ୍ୟ ଭ୍ୟାଟ୍‌ କମାଯାଇଥିଲା ।

ତୈଳ ଦର ହ୍ରାସ ପାଇବାକୁ ନେଇ ସରକାରଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଲକଡାଉନ ସମୟରେ ମଧ୍ୟ ଚାଷୀମାନେ ଆର୍ଥିକ ଅଭିବୃଦ୍ଧି ଘଟାଇବାରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତେଣୁ ଆଗକୁ ରବି ଫସଲ ସମୟ ଆସୁଥିବାରୁ ତୈଳ ଦର ହ୍ରାସ ଚାଷୀଙ୍କ ପାଇଁ ବେଶ ସହାୟକ ହେବ । ବିଶ୍ବ ସ୍ତରରେ କ୍ରୁଡ୍‌ ଅଏଲ ଦର ବୃଦ୍ଧି ପାଇଛି । ସେଥିପାଇଁ ପେଟ୍ରୋଲ ଏବଂ ଡିଜେଲର ଘରୋଇ ମୂଲ୍ୟ ବୃଦ୍ଧି ପାଇଛି । ମୁଦ୍ରାସ୍ପୀତି ମଧ୍ୟ ବୃଦ୍ଧି ବଢିଛି । କିନ୍ତୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମାନେ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି ।

କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇବା ପ​‌ରେ ବିଭିନ୍ନ ରାଜ୍ୟ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଫଳରେ ଖାଉଟି ମାନଙ୍କୁ ସାମାନ୍ୟ ଆଶ୍ବସ୍ତୀ ମିଳିଛି । ମଧ୍ୟ ପ୍ରଦେଶ, ହରିୟାଣା, ଓଡିଶା, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ସିକ୍କିମ, ମଣିପୁର ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଉପରେ ଭ୍ୟାଟ୍‌ ହ୍ରାସ କରିଛନ୍ତି ।

   Related Posts