କରୋନା ଭାଇରସ୍ ସଙ୍କଟର ମୁକାବିଲା ପାଇଁ ରାଜ୍ୟ ପାଇଁ 17,287 କୋଟି ଟଙ୍କା ଜାରି କଲେ କେନ୍ଦ୍ର ସରକାର

Published By : Prameya-News7 Bureau | April 03, 2020 IST

ନୂଆଦିଲ୍ଲୀ ୦୪।୦୩: କୋଭିଡ୍ 19ର ମୁକାବିଲା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଶୁକ୍ରବାର ରାଜ୍ୟପାଇଁ 17,287 କୋଟି ଟଙ୍କା ଜାରି କରିଛି। ଏହି ଅର୍ଥ ରାଜ୍ୟଗୁଡିକୁ ସେମାନଙ୍କର ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଜାରି କରାଯାଇଛି।

ଏହି ରାଶିରୁ 11, 092 କୋଟି ଟଙ୍କା ସମସ୍ତ ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ନିଧିକୁ ଦିଆଯାଇଛି। ବାକି 6, 195 କୋଟି ଟଙ୍କା ଦେଶର 14ଟି ରାଜ୍ୟ ଆନ୍ଧ୍ର ପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, କେରଳ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକ୍କିମ, ତାମିଲନାଡୁ, ତ୍ରିପୁରା, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟକୁ 15ମ ଅର୍ଥ ଆୟୋଗଙ୍କ ସୁପାରିଶ ଆଧାରରେ ରାଜସ୍ଵ ଘାଟା ଅନୁଦାନ ଭାବେ ଜାରି କରାଯାଇଛି।

ମନ୍ତ୍ରଣାଳୟ କହିଛି ଯେ, SDRMF ଭାବେ ସମସ୍ତ ରାଜ୍ୟକୁ ପ୍ରଥମ କିସ୍ତି ଭାବେ 11,092 କୋଟି ଟଙ୍କା ଦିଆଯାଉଛି। ଯାହା ଫଳରେ ଭାଇରସର ପ୍ରକୋପକୁ ପ୍ରଭାବଶାଳୀ ଭାବେ ମୁକାବିଲା କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.