କରୋନା ସଙ୍କଟ: ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କକୁ ଆର୍ଥିକ ସହାୟତା ପାଇଁ କେନ୍ଦ୍ର ଦେଲେ ୬୭୦ କୋଟି ଟଙ୍କା

Published By : Prameya-News7 Bureau | November 02, 2020 IST

ନୂଆଦିଲ୍ଲୀ ୦୨।୧୧: କରୋନା ମହାମାରୀ ସଙ୍କଟ ସମୟରେ ଆର୍ଥିକ ସ୍ଥିତି ସୁଦୃଢ କରିବା ଲାଗି ଏବଂ କୃଷି ବିତ୍ତୀୟ କ୍ଷେତ୍ରରେ ସେମାନଙ୍କ ମହତ୍ଵକୁ ଗୁରୁତ୍ଵ ଦେଇ କେନ୍ଦ୍ର ସରକାର ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡିକୁ ୬୭୦ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ଏହି ଟଙ୍କା ବିନିଯୋଗ କରି ଆରଆରବି ନିଜର ସ୍ଥିତି ମଜବୁତ କରିବ ବୋଲି କେନ୍ଦ୍ର ଆଶା ରଖିଛି।

ସୂତ୍ର ଅନୁଯାୟୀ ୪୩ ଆରଆରବି ମଧ୍ୟରୁ ବିଶେଷ କରି ଉତ୍ତର-ପୂର୍ବ ଏବଂ ପୂର୍ବାଞ୍ଚଳରୁ ପ୍ରାୟ ଏକ ତୃତୀୟାଂଶ ବ୍ୟାଙ୍କ ଘାଟାରେ ଅଛନ୍ତି। ତେଣୁ ୯ ପ୍ରତିଶତ ବିନିୟାମକ ପୁଞ୍ଜିର ଆବଶ୍ୟକତାକୁ ପୂରା କରିବା ପାଇଁ ଏହି ଟଙ୍କା କେନ୍ଦ୍ର ପକ୍ଷରୁ ଯୋଗାଇ ଦିଆଯାଇଛି।

ଆରଆରବିର ପୁନଃପୁଞ୍ଜୀକରଣ ଯୋଜନା ଅନୁଯାୟୀ, ଏହି ବ୍ୟାଙ୍କଗୁଡିକୁ କେନ୍ଦ୍ର, ସମ୍ବନ୍ଧିତ ରାଜ୍ୟ ସରକାର ଏବଂ ପ୍ରାୟୋଜକ ବ୍ୟାଙ୍କ ଦ୍ଵାରା କ୍ରମଶଃ ୫୦-୧୫-୩୫ ପ୍ରତିଶତ ଅନୁମପାରେ ପୁଞ୍ଜି ସହାୟତା ପ୍ରଦାନ କରାଯାଇଥାଏ।

ସୂତ୍ର ଅନୁଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଦ୍ଵାରା ନିର୍ଦ୍ଧାରିତ ନିୟାମକ ମାନଦଣ୍ଡ ଅନୁଯାୟୀ ଆର୍ଥିକ ଭାବେ ଦୁର୍ବଳ ଏହି କ୍ଷେତ୍ରୀୟ ବ୍ୟାଙ୍କଗୁଡିକର ସିଆରଏଆର ବୃଦ୍ଧି ଘଟି ୯ ପ୍ରତିଶତରେ ପହଞ୍ଚିଛି।  ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ(ନାବାର୍ଡ)ର ତଥ୍ୟ ଅନୁଯାୟୀ, ଏକ ସମୂହ ଭାବେ ଆରଆରବି ୨୦୨୦ ମାର୍ଚ୍ଚ ୩୧ ସମାପ୍ତ ଆର୍ଥିକ ବର୍ଷରେ ୨୨୦୬  କୋଟି ଟଙ୍କା  କ୍ଷତି ସହିଥିବା ବେଳେ ୨୦୧୯ ଆର୍ଥିକ ବର୍ଷରେ ଏହି ଘାଟା ୬୫୨ କୋଟି ଟଙ୍କା  ହୋଇଛି।

ତଥ୍ୟ ଅନୁଯାୟୀ ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଆରଆରବିର ଗ୍ରସ ନନ ପରଫର୍ମିଙ୍ଗ ଆସେଟ୍‌ ହ୍ରାସ ପାଇ ୧୦.୪ ପ୍ରତିଶତରେ ରହିଛି ଯାହା ୨୦୧୯ ମାର୍ଚ୍ଚ ୩୧ରେ ୧୦.୮ ପ୍ରତିଶତ ଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ଆରଆରବିର ଜମା ଏବଂ ଅଗ୍ରୀମ କ୍ରମଶଃ ୧୦.୨ ପ୍ରତିଶତ ଏବଂ ୯.୫ ପ୍ରତିଶତ ବୃଦ୍ଧି ଘଟିଛି। ଆର୍ଥିକବର୍ଷ ୨୦୧୯ରେ ୨.୮୦ ଲକ୍ଷ କୋଟି ଟଙ୍କା ତୂଳନାରେ ବକେୟା ଋଣ ୨.୯୮ ଲକ୍ଷ କୋଟି ଟଙ୍କା ଥିଲା।

୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଆରଆରବି ସକଳ ଋଣର ୯୦.୬ ପ୍ରତିଶତ କିମ୍ବା ୨.୭୦ ଲକ୍ଷ କୋଟି ଟଙ୍କାର ପ୍ରାଥମିକତାରେ ଥିବା ବେଳେ ସେଥିରୁ କୃଷି ଏବଂ ଏମଏସଏମଇ ସେକ୍ଟରରେ ମୋଟ୍ ଋଣର ପରିମାଣ କ୍ରମଶତଃ ୭୦ ପ୍ରତିଶତ ଏବଂ ୧୨ ପ୍ରତିଶତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.