ଏହି କମ୍ପାନୀର ଅଂଶଧନ ବିକିବାକୁ ଯାଉଛନ୍ତି ସରକାର, ଡାକିଛନ୍ତି ଗ୍ଲୋବାଲ ଟେଣ୍ଡର

Published By : Prameya-News7 Bureau | December 22, 2020 IST

ନୂଆଦିଲ୍ଲୀ ୨୨।୧୨: ଆର୍ଥିକ ବର୍ଷର ୨୦୨୦-୨୧ରେ ନିବେଶ ଲକ୍ଷ ପୂରଣ କରିବାକୁ କେନ୍ଦ୍ର ସରକାର ଏବେ ଆଉ ଏକ ସରକାରୀ କମ୍ପାନୀରେ ଅଂଶଧନ ବିକିବାକୁ ଯାଉଛନ୍ତି । ଅର୍ଥ ମନ୍ତ୍ରଣାଳୟ ସାର୍ବଜନୀନ କ୍ଷେତ୍ରର ସପିଂ କର୍ପୋରେସନ ଅଫ୍ ଇଣ୍ଡିଆ (ଏସସିଆଇ)ରେ ୬୩.୭୫ ପ୍ରତିଶତ ଅଂଶଧନ ବିକିବାକୁ ପ୍ରସ୍ତୁତି କରୁଛନ୍ତି । ଏଥିପାଇଁ ସରକାର ଘରୋଇ କମ୍ପାନୀ ଏବଂ ନିବେଶକଙ୍କଠାରୁ ଟେଣ୍ଡର ମଗାଇଛନ୍ତି । ଏସସିଆଇରେ ସରକାରଙ୍କ ଅଂଶଧନ କ୍ରୟ କରିବାକୁ କମ୍ପାନୀଗୁଡିକ ୧୩ ଫେବୃଆରୀ ପର୍ଯ୍ୟନ୍ତ ଇଚ୍ଛାପତ୍ର ଅଥବା ଏକ୍ସପ୍ରେସନ ଅଫ୍ ଇଣ୍ଟରେଷ୍ଟ ଜମା କରିପାରିବେ । ସରକାର ୨୦୨୦ ପ୍ରାରମ୍ଭରେ କମ୍ପାନୀରେ ନିଜ ଅଂଶଧନ ବିକ୍ରି କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ମାତ୍ର ମହାମାରୀ ଯୋଗୁଁ ଏହା ବିଳମ୍ବ ହୋଇଛି ।

ଗ୍ରୀନ୍ ମାର୍କରେ ବ୍ୟବସାୟ କରୁଥିବା ସେୟାର ଇନଭେଷ୍ଟମେଣ୍ଟ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ (ଦୀପମ୍) ବିନିଯୋଗ ପ୍ରକ୍ରିୟା ଚଳିତ ଆର୍ଥିକ ବର୍ଷରେ ସମ୍ପୂର୍ଣ୍ଣ କରିବାକୁ ନେଇ କାର୍ଯ୍ୟ କରୁଛି । ଏଥିଯୋଗୁଁ ଯେଉଁଠି ଗୋଟିଏ ପଟେ ନିବେଶକଙ୍କ ଆଗ୍ରହ ଥିବାବେଳେ ଅନ୍ୟପଟେ ଚୁକ୍ତିର ଆକାର ବଡ ନୁହେଁ । ସିପିଂ କର୍ପୋରେସନର ସେୟାର ସୋମବାର ଦିନ ୮୨.୬୫ରେ ବନ୍ଦ ହୋଇଥିଲା । ମଙ୍ଗଳବାର ଏହା ଗ୍ରୀନ୍ ମାର୍କରେ କାରବାର କରୁଛି । ବର୍ତ୍ତମାନ ସିପିଂ କର୍ପୋରେସନ୍ ବଜାର ପୁଞ୍ଜିକରଣ ୩୯.୭୬ ଅରବ ଟଙ୍କା ରହିଛି ।

ସରକାରଙ୍କ ସିପିଂ କର୍ପୋରେସନରେ ଅଂଶଧନ ମୂଲ୍ୟ ପ୍ରାୟ ୨,୫୦୦କୋଟି ଟଙ୍କା । ମନ୍ତ୍ରୀମଣ୍ଡଳର ଅର୍ଥନୈତିକ ବ୍ୟାପାର କମିଟି (ସିସିଇଏ) ଗତବର୍ଷ ନଭେମ୍ବରରେ ସିପିଂ କର୍ପୋରେସନରେ ବିନିଯୋଗକୁ ନୀତିଗତ ମଞ୍ଜୁରୀ ଦେଇଦେଇଥିଲା । ତେବେ କୋଭିଡ୍-୧୯ ମହାମାରୀ କାରଣରୁ ଏହି ଯୋଜନାର କାର୍ଯ୍ୟକାରୀ ହେବାରେ ବିଳମ୍ବ ହୋଇଥିଲା ।

୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍ ରେ ବିନିଯୋଗ ମାଧ୍ୟମରେ ୨.୧ ଲକ୍ଷ କୋଟି ଟଙ୍କା ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇଛି । ସରକାର ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ କେନ୍ଦ୍ରୀୟ ସରକାରୀ କ୍ଷେତ୍ରର ସଂଖ୍ୟାଲଘୁ ଅଂଶଧନ ବିକ୍ରି କରି ୧୧,୦୦୬ କୋଟି ଟଙ୍କା ସଂଗ୍ରହ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.