Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେରଳରେ ବନ୍ୟା ପରେ ଏବେ ମହାମାରୀର ଭୟ

20/08/2018 at 11:12 PM

କେରଳ ୨୧/୮ : କେରଳରେ ଅଦ୍ଭୁତପୂର୍ବ ବନ୍ୟାକୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ବର୍ଷା କମିଥିବାରୁ ରାଜ୍ୟରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ଟଳିନାହିଁ । ଲଗାଣ ବର୍ଷା, ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୪୦୦ ଟପିଲାଣି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ପ୍ରଳୟଙ୍କରୀ ବନ୍ୟା ପରେ ଏବେ କେରଳରେ ଖାଦ୍ୟ, ପାନୀୟ, ବସ୍ତ୍ର ପାଇଁ ହାହାକାର ଦେଖାଦେଇଛି । ପାଣି ମୁନ୍ଦେ ପାଇଁ ଲୋକେ ଡହଳବିକଳ ହେଉଛନ୍ତି । ଜଳାର୍ଣ୍ଣବ ସ୍ଥାନଗୁଡିକରେ ଖାଦ୍ୟାଭାବ ପରିସ୍ଥିତିକୁ ଅଧିକ ଜଟିଳ କରିଛି । ବନ୍ୟା ପରେ ଏବେ ମହାମାରୀର ଭୟ ସମସ୍ତଙ୍କୁ ଘାରିଛି। ଏଯାଏ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କାର୍ଯ୍ୟ ୯୦ ପ୍ରତିଶତ ସରିଛି । ୧୦ ଲକ୍ଷ ଲୋକ ଏବେବି ବିଭିନ୍ନ ରିଲିଫ ଶିବିରରେ ରହିଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ। ବନ୍ୟା ବିପନ୍ନଙ୍କ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରରୁ କୋଚି ବନ୍ଦରର ପହଞ୍ଚୁଛି ରିଲିଫ ସାମଗ୍ରୀ । ରାଜ୍ୟରେ ପୁନରୁଦ୍ଧାର କାମ ଏବେ ସବୁଠୁ ବଡ ଆହ୍ବାନ ପାଲଟିଛି।

   Related Posts