ପଶ୍ଚିମବଙ୍ଗରେ କାମ କରୁନି ଲକ୍‌ଡାଉନ୍‌, ଖୋଲାଖୋଲି ହେଉଛି ନିୟମର ଉଲ୍ଲଂଘନ, ମମତା ସରକାରଙ୍କୁ ଜବାବ ମାଗିଲା କେନ୍ଦ୍ର

Published By : Prameya-News7 Bureau | April 11, 2020 IST

ନୂଆଦିଲ୍ଲୀ ୧୧।୦୪: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପଶ୍ଚିମବଙ୍ଗରେ ଲକ୍‌ଡାଉନ୍‌ ଠିକ୍ ଭାବେ ପାଳନ ନହେଉଥିବା ନେଇ ଆପତ୍ତି ପ୍ରକାଶ କରିଛନ୍ତି। ମନ୍ତ୍ରଣାଳୟ ପଶ୍ଚିମବଙ୍ଗରେ ଅନାବଶ୍ୟକ ସାମଗ୍ରୀର ଦୋକାନ ଖୋଲା ରହିବା ଏବଂ ଧାର୍ମିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଅଧିକାରୀଙ୍କ ପରିବର୍ତ୍ତେ ପଶ୍ଚିମବଙ୍ଗରେ ନେତା ରାସନ ବିତରଣ କରୁଛନ୍ତି। ଏହାକୁ ନେଇ ଗୃହ ମନ୍ତ୍ରଣାଳୟ ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଓ ଡିଜିପିଙ୍କୁ କଡା ଶବ୍ଦରେ ଚିଠି ଲେଖି ଜବାବ ମାଗିଛନ୍ତି।

ଚିଠିରେ ଗୃହ ମନ୍ତ୍ରଣାଳୟ କହିଛି ଯେ, ପଶ୍ଚିମବଙ୍ଗରେ ପନିପରିବା, ମାଛ ଓ ମାଂସ ବଜାର ଉପରେ କୌଣସି ପ୍ରକାରର ଅଙ୍କୁଶ ଲଗାଯାଇ ନାହିଁ, ତଥାପି ଏହି ସବୁ ସ୍ଥାନରେ ସାମାଜିକ ଦୂରତ୍ଵର ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ସୁରକ୍ଷା ଏଜେନ୍ସିଠୁ ମିଳୁଥିବା ରିପୋର୍ଟ ଅନୁଯାୟୀ ପଶ୍ଚିମବଙ୍ଗରେ ଲକ୍‌ଡାଉନ୍‌ର ପ୍ରଭାବ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା କୋହଳ ବଢିବାପରେ ଲାଗିଛି।

{"id":252570,"width":579,"height":435,"sizeSlug":"large"}

ଗୃହ ମନ୍ତ୍ରଣାଳୟ କହିଛି ଯେ, ଅନାବଶ୍ୟକ ସାମଗ୍ରୀର ଦୋକାନ ଖୋଲା ରଖିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ଫଳରେ ଲୋକେ ସାମାଜିକ ଦୂରତ୍ଵ ନିୟମକୁ ଖୋଲା ଖୋଲି ଉଲ୍ଲଂଘନ କରି ଭିଡ ଜମାଉଛନ୍ତି।

ଲକ୍‌ଡାଉନ୍‌ ମଧ୍ୟରେ ଗୋଟିଏ ଦିନ ପୂର୍ବେ ମୁର୍ସିଦାବାଦରେ ଏକ ମସଜିଦ୍‌ରେ ଜୁମେର ନମାଜ ପାଇଁ ବଡ ସଂଖ୍ୟାରେ ଲୋକ ଏକତ୍ର ହୋଇଥିଲେ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। ଗୃହ ମନ୍ତ୍ରଣାଳୟ ନିଜର ଚିଠିରେ ଲେଖିଛନ୍ତି ଯେ, ଏମିତି ସୂଚନା ରହିଛି  ପୋଲିସ୍ ଭିଡ ଜମିବାକୁ ଅନୁମତି ଦେଉଛି। ରାସନକୁ ସ୍ଥାନୀୟ ପ୍ରଶାସନ ବିତରଣ କରିବା ପରିବର୍ତ୍ତେ ନେତାଙ୍କ ଦ୍ଵାରା ଏହି କାମ କରାଯାଉଛି ଏଥିରେ କୋଭିଡ୍-୧୯ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି।

ଆଗକୁ ଏମିତି ନହେଉ

ଗୃହ ମନ୍ତ୍ରଣାଳୟ କହିଛନ୍ତି ଯେ, ଏହି ଧରଣର ଗତିବିଧି ବିପର୍ଯ୍ୟୟ ପ୍ରବନ୍ଧନ ୨୦୦୫ ଧାରା ଅନୁଯାୟୀ କେନ୍ଦ୍ର ସରକାର ଲାଗୁ ନିୟମକୁ ଉଲ୍ଲଂଘନ କରୁଛି ଏବଂ ଏହି ଧାରା ଅନୁଯାୟୀ ଏହା ଦଣ୍ଡନୀୟ। ତେଣୁ ଏହି ମାମଲାରେ କଠୋର ପଦକ୍ଷେପ ନିଆଯାଉ ଏବଂ ଏହି ବିଷୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ତତ୍କାଳ ରିପୋର୍ଟ ଦିଆଯାଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.