Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଜୁଲାଇ ୩୧ ଯାଏ ଅନଲକ୍ ୨.୦: ସ୍କୁଲ-କଲେଜ ବନ୍ଦ, କଣ୍ଟେନମେଣ୍ଟ ଜୋନରେ କଟକଣା ଜାରି

29/06/2020 at 9:55 PM

ନୂଆଦିଲ୍ଲୀ ୨୯।୦୬: ଦେଶରେ ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ କେନ୍ଦ୍ର ସରକାର ଅନଲକ୍‌ ୨ ଘୋଷଣା କରିଛନ୍ତି। ଜୁଲାଇ ୩୧ ପର୍ଯ୍ୟନ୍ତ ଦେଶରେ ଅନଲକ୍‌-୨ ଜାରି ରହିବ। ଏହାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡ୍‌ ଲାଇନ୍ ଜାରି କରିଛନ୍ତି। କଣ୍ଟେନମେଣ୍ଟ ଜୋନ୍‌ରେ କଟକଣା ପୂର୍ବବତ୍ତ ଜାରି ରହିବ। କଣ୍ଟେନମେଣ୍ଟ ଜୋନ୍ ବାହାରେ ସବୁ ଗତିବିଧି ପାଇଁ ମଞ୍ଜୁରୀ ଦିଆଯାଇଛି। ଅନଲକ ୨ରେ ସ୍କୁଲ, କଲେଜ ଓ  ବିଶ୍ଵ ବିଦ୍ୟାଳୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଅନଲକ୍‌ର ଦ୍ଵିତୀୟ ପର୍ଯ୍ୟାୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ନିୟମ ପାଳନ ଜରୁରୀ

ସକରାରଙ୍କ ଦ୍ରାରା ଜାରି ମାର୍ଗଦର୍ଶିକା ଅନୁଯାୟୀ ଜୁଲାଇ ୩୧ ପର୍ଯ୍ୟନ୍ତ ପୂର୍ବପରି ସ୍କୁଲ, କଲେଜ୍, ଶିକ୍ଷାନୁଷ୍ଠାନ, ବନ୍ଦ ରହିବ। ସବୁ ପ୍ରକାରର ଅନ୍ତରାଷ୍ଟ୍ରୀୟ ଉଡାଣ, ମେଟ୍ରୋ ସେବା, ସିନେମା ହଲ, ଜିମ୍, ସୁଇମିଂ ପୁଲ, ମନୋରଞ୍ଜନ ପାର୍କ, ଥିଏଟର, ବାର, ଅଡିଟରିୟମ, ସର୍ବସାଧାରଣ ସଭା ସ୍ଥଳ ପରି ଜାଗା ବନ୍ଦ ରହିବ। ସବୁ ପ୍ରକାରର ସାମାଜିକ, ରାଜନୈତିକ, ଖେଳ, ମନୋରଞ୍ଜନ, ଏକାଡେମୀ, ସାଂସ୍କୃତିକ, ଧାର୍ମିକ ଆୟୋଜନ ସବୁ ବନ୍ଦ ରହିବ।

   Related Posts