Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଜୁନ୍ ୮ରୁ ନନ୍‌କଣ୍ଟେନମେଣ୍ଟ ଜୋନ୍‌ରେ ଖୋଲିବ ଏସବୁ : ମନ୍ଦିରରେ ମୂର୍ତ୍ତିକୁ ଛୁଇଁବା ନିଷେଧ, ହୋଟେଲରେ ଏସିର ତାପମାତ୍ରା ରହିବ ୨୪-୩୦ଡିଗ୍ରୀ

5/06/2020 at 12:16 PM

ନୂଆଦିଲ୍ଲୀ ୫।୬: କେନ୍ଦ୍ର ସରକାର କଣ୍ଟେନମେଣ୍ଟ ଜୋନ୍ ବାହାରେ ଜୁନ୍ ୮ ତାରିଖରୁ ହୋଟେଲ, ରେଷ୍ଟୁରାଣ୍ଟ, ମଲ୍, ଧାର୍ମିକ ସ୍ଥାନ ଇତ୍ୟାଦି ଖୋଲିବାକୁ ଅନୁମତି ଦେଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିୟର (SOP) ଜାରି କରିଛନ୍ତି ।

ମନ୍ତ୍ରଣାଳୟ ଅନୁଯାୟୀ କାର୍ଯ୍ୟାଳୟ, ଧାର୍ମିକ ସ୍ଥାନ, ହୋଟେଲ ଏବଂ ହସ୍ପିଟାଲିଟି ସେବା, ରେଷ୍ଟୁରାଣ୍ଟ ଏବଂ ସାମଗ୍ରୀ ପରିବହନ ପାଇଁ ୫ଟି ପୃଥକ ପୃଥକ SOP ଜାରି କରିଛି । ଏଥିରେ ସାଧାରଣତଃ ୬ ଫୁଟ ଦୂରତା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ପ୍ରବେଶ ପଥରେ ସାନିଟାଇଜର ଏବଂ ଥର୍ମାଲ ସ୍କ୍ରିନିଂ, ଆରୋଗ୍ୟ ସେତୁ ଆପ୍ ଅନ୍ତର୍ଭୁକ୍ତ ରହିଛି ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ କରିବାକୁ କାର୍ଯ୍ୟାଳୟକୁ କୁହାଯାଇଛି । ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ କେବଳ ୧୪ ଦିନିଆ କ୍ବାରେଣ୍ଟାଇନ୍ ରେ ପଠାଇବାର ବ୍ୟବସ୍ଥା କରାଯାଇଛି । ଲୋ ରିସ୍କ କଣ୍ଟାକ୍ଟସଙ୍କୁ କାର୍ଯ୍ୟାଳୟରେ କାମ କରିବାକୁ ଅନୁମତି ଦିଆଯିବ କିନ୍ତୁ ତାଙ୍କ ସ୍ବାସ୍ଥ୍ୟ ଉପରେ ୧୪ ଦିନ ନଜର ରଖାଯିବ । ଧାର୍ମିକ ସ୍ଥାନଗୁଡିକର ପ୍ରବେଶ ପଥରେ ସାନିଟାଇଜିଂ ବ୍ୟବସ୍ଥାକୁ ମଧ୍ୟ କରିବାକୁ ପଡିବ । ଆହୁରି ମଧ୍ୟ ସାମାଜିକ ଦୂରତା ବଜାୟ ରଖିବାକୁ ପଡିବ । ଜୋତାକୁ ଅଲଗା ରଖିବା ପାଇଁ ବ୍ୟବସ୍ଥା କରିବାକୁ ପଡିବ । ସେଗୁଡିକୁ ଗୋଟିଏ ସ୍ଥାନରେ ରଖାଯିବ ନାହିଁ । ମୂର୍ତ୍ତି ଛୁଇଁବା ନିଷେଧ ହେବ।

ଦାନ କରିବା ସମୟରେ ସାମାଜିକ ଦୂରତାକୁ ମଧ୍ୟ ଅନୁପାଳନ କରିବାକୁ ପଡିବ । ରେଷ୍ଟୁରାଣ୍ଟରେ ଗ୍ରାହକମାନେ ଏକ ସମୟରେ କେବଳ ୫୦ ପ୍ରତିଶତ ସିଟରେ ବସି ଖାଇପାରିବେ । ସିଟ୍ ଗୁଡିକ ମଧ୍ୟରେ ଦୂରତା ରଖିବାକୁ ପଡିବ । ପ୍ରବେଶ ଏବଂ ପ୍ରସ୍ଥାନ ଦ୍ବାରଗୁଡିକ ଅଲଗା କରିବାକୁ କୁହାଯାଇଛି । ଏସିର ତାପମାତ୍ରା CPW ମାନଙ୍କ ଅନୁସାରେ ୨୪-୩୦ ଡିଗ୍ରୀ ହେବା ଆବଶ୍ୟକ । ପ୍ରତ୍ୟେକ ଥର ସିଟ୍ ଖାଲି ହେଲେ ଏହାକୁ ପରିଷ୍କାର କରିବାକୁ ପଡିବ । କପଡା ଟାୱେଲ ବଦଳରେ କାଗଜ ନାପକିନ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

ମଲ୍, ହୋଟେଲ ଏବଂ ଅନ୍ୟାନ୍ୟ ହସ୍ପିଟାଲିଟି ସେବା ପାଇଁ ମଧ୍ୟ ସମାନ ବ୍ୟବସ୍ଥା କରାଯାଇଛି । ସପିଂ କରିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ଭିଡକୁ ନିୟନ୍ତ୍ରଣ କରିବା ସପିଂ ମଲ୍ ର ଦାୟିତ୍ବ ହେବ । କେବଳ ସୁସ୍ଥ ଲୋକମାନେ ହୋଟେଲ, ମଲ୍ ଇତ୍ୟାଦିରେ ପ୍ରବେଶ ଅନୁମତି ପାଇବେ । ଭିନ୍ନ ଭିନ୍ନ ଫାଟକ ଦେଇ ପ୍ରବେଶ ହେବ । ହୋଟେଲରେ ଭୋଜନ ପାଇଁ ରୁମ୍ ସର୍ଭିସ୍ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ବୁଫେଟ୍ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ସ୍ଥାନରେ କରୋନା ସଂକ୍ରମଣକୁ ଏଡାଇବା ପାଇଁ ଆବଶ୍ୟକ ଅଡିଓ-ଭିଜୁଆଲ୍ ସଚେତନତା ବାର୍ତ୍ତା ବିତରଣ କରିବାକୁ ମଧ୍ୟ ବ୍ୟବସ୍ଥା କରିବାକୁ ପଡିବ ।

   Related Posts