Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ପିଆଜ ଦରବୃଦ୍ଧି ଉପରେ ଅଂକୁଶ ଲଗାଇବାକୁ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

24/09/2019 at 11:08 PM

ନୂଆଦିଲ୍ଲୀ- ପିଆଜର ଦରବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ପାଇଁ ଆଜି କେନ୍ଦ୍ର ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ବର୍ଦ୍ଧିତ ପିଆଜ ଦର ଉପରେ ଚିନ୍ତା ବ୍ୟକ୍ତ କରି କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଦରବୃଦ୍ଧି ଚାପ ହ୍ରାସ କରିବା ଲାଗି କେନ୍ଦ୍ର ସରକାରଙ୍କ ନିକଟରେ ଗଚ୍ଛିତ ଥିବା ୩୫ ହଜାର ଟନ ପିଆଜକୁ ସିଧାସଳଖ ଖୁଚୁରା ବିକ୍ରୟ ପାଇଁ ଉପଯୋଗ କରିବା ନିମନ୍ତେ ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଛି । ଏ ସଂକ୍ରାନ୍ତରେ ରାଜ୍ୟଗୁଡ଼ିକୁ ଯୋଗାଯୋଗ କରାଯାଇ କେନ୍ଦ୍ରୀୟ ଷ୍ଟକରୁ ସେମାନଙ୍କ ଆବଶ୍ୟକତା ସମ୍ପର୍କରେ ସୂଚିତ କରିବା ଲାଗି କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ହରିୟାଣା, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ତ୍ରିପୁରା ଓ ଓଡ଼ିଶା ଏହି ଷ୍ଟକରୁ ପିଆଜ ନେବାକୁ ଦାବି କରିଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଷ୍ଟକ ରଖିଥିବା ନାଫେଡକୁ ଦିଲ୍ଲୀରେ କିଲୋପ୍ରତି ୨୪ଟଙ୍କା ଦରରେ ପିଆଜ ବିକ୍ରି କରିବା ଲାଗି କୁହାଯାଇଛି । ସଫଲ, ମଦର ଡାଏରୀ, ଏନସିସିଏଫ ଏବଂ ନିଜସ୍ୱ ଖୁଚୁରା ବିକ୍ରୟ କେନ୍ଦ୍ର ଜରିଆରେ ନାଫେଡ ଏହି ପିଆଜ ବିକ୍ରି କରିବ । କେନ୍ଦ୍ର ଷ୍ଟକରୁ ପିଆଜ ନେଇ ଏହି ଦରରେ ଖୁଚୁରା ଭାବେ ବିକ୍ରି କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ସରକାରଙ୍କୁ କୁହାଯାଇଛି ।

କର୍ଣ୍ଣାଟକରେ ଉତ୍ପାଦିତ ହେଉଥିବା ଖରିଫ ଫସଲର ପିଆଜ ବଜାରକୁ ଆସିବା ଆରମ୍ଭ ହୋଇଗଲାଣି । ଏହା ପିଆଜ ଯୋଗାଣ ପାଇଁ ମହାରାଷ୍ଟ୍ର ଉପରେ ରହିଥିବା ଚାପକୁ ହ୍ରାସ କରିବ । ଫଳରେ ଦରବୃଦ୍ଧି ମଧ୍ୟ ନିୟନ୍ତ୍ରିତ ହେବ ।

ବର୍ତ୍ତମାନର ଚାହିଦା ପୂରଣ ଲାଗି ମହାରାଷ୍ଟ୍ରରେ ଯଥେଷ୍ଟ ପରିମାଣରେ ପିଆଜ ମହଜୁଦ ହୋଇ ରହିଛି । ତେବେ ଦରବୃଦ୍ଧି ଲାଗି ପିଆଜ ଯୋଗାଣ ଅଙ୍କୁଶ ଲଗାଯାଉଥିବା ଜଣାପଡ଼ୁଛି । ଚାହିଦା ମୁତାବକ ପିଆଜ ଯୋଗାଣ ଲାଗି କେନ୍ଦ୍ର ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ବଜାରରେ ପିଆଜ ଅଭାବ ପୂରଣ କରିବା ଲାଗି କେନ୍ଦ୍ରୀୟ ଷ୍ଟକରୁ ପିଆଜ ଯୋଗାଣ ଲାଗି ପ୍ରୟାସ କରାଯାଉଛି । ବ୍ୟବସାୟୀଙ୍କ ସନ୍ଦିଗ୍ଧ କାରବାର ଯୋଗୁ ପିଆଜ ଯୋଗାଣ ଦର ବୃଦ୍ଧି ଘଟୁଥିଲେ ପିଆଜ ମହଜୁଦର ସୀମା ନିର୍ଦ୍ଧାରଣ କରିବା ଲାଗି ସରକାର ଚିନ୍ତା କରୁଛନ୍ତି ।

ଅଭାବ ସ୍ଥିତିରେ ପିଆଜି ଆମଦାନୀ କରିବା ଲାଗି ଟେଣ୍ଡର ଜାରି କରିବାକୁ ଏମଏମଟିସିକୁ ନିର୍ଦ୍ଦେଶ ଦିଆଯାଇଛି ।

ଆସନ୍ତା ପାର୍ବଣ ଋତୁକୁ ଆଖି ଆଗରେ ରଖି ଚାହିଦା ମେଂଟାଇବା ଲାଗି ଯଥେଷ୍ଟ ପରିମାଣର ପିଆଜ ଯୋଗାଣ ସୁନିଶ୍ଚିତ କରିବା ଲାଗି ନାଫେଡକୁ ନିର୍ଦ୍ଦେଶ ଦିଆଯାଇଛି ।

ସର୍ବନିମ୍ନ ରପ୍ତାନି ଦର ଠାରୁ କମ ଦରରେ ବାଂଲାଦେଶ ଓ ଶ୍ରୀଲଙ୍କାକୁ ହେଉଥିବା ପିଆଜ ରପ୍ତାନିକୁ ତୁରନ୍ତ ବନ୍ଦ କରାଯିବ । ସରକାରଙ୍କ ନିର୍ଦ୍ଦେଶ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

   Related Posts