Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ରାଜ୍ୟ ପରିଚାଳିତ ହସ୍ପିଟାଲ୍‌ରେ ସ୍ଥାପନ ହେବ ଅକ୍ସିଜେନ୍‌ ଉତ୍ପାଦନ ପ୍ଲାଣ୍ଟ୍‌, ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି

23/04/2021 at 10:59 PM

ନୂଆଦିଲ୍ଲୀ, ୨୩/୦୪: ଦେଶରେ ହୁହୁ ହୋଇ କାୟା ମେଲାଇ ଚାଲିଛି କରୋନା ଭାଇରସ୍‌ । ଏହା ଏପରି ପରିସ୍ଥିତିରେ ପହଞ୍ଚିଲାଣି ଯେ, ଆକ୍ରାନ୍ତ ହସ୍ପିଟାଲ୍‌ ପରିବର୍ତ୍ତେ ରୋଡ୍‌ ଉପରେ ଶୋଇଲେଣି । କାରଣ ହସ୍ପିଟାଲ୍‌ରେ ଏବେ ଜାଗା ନାହିଁ କି ବେଡ୍‌ ନାହିଁ । ଦୁଇ-ତିନି ଦିନ ହେବ ଆଉ ଏକ ସମସ୍ୟା ବଭିନ୍ନ ରାଜ୍ୟର ସରକାରଙ୍କୁ ଚିନ୍ତାର ପାକାଇଛି । ବିଶେଷ କରି ଦିଲ୍ଲୀରେ ଅକ୍ସିଜେନ୍‌ ଅଭାବ ସମସ୍ତଙ୍କର ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ତୁରନ୍ତ ଡିଆର୍‌ଡିଓ-ଟାଟା ସନ୍ସ ଅକ୍ସିଜେନ୍‌ ଉତ୍ପାଦନ ପ୍ଲାଣ୍ଟ୍ ବସାଇବା ଯୋଜନା କରିଛନ୍ତି । ବିଭିନ୍ନ ରାଜ୍ୟ ପରିଚାଳନା କରୁଥିବା ହସ୍ପିଟାଲ୍‌ ଯଥା- ଏମ୍ସ, ଏନ୍‌ଆଇସି ଝାଜାର, ସାଫଡାରଜଙ୍ଗ୍‌, ରାମ ମନୋହର ଲୋହିଆ ହସ୍ପିଟାଲ୍‌ ସହିତ ଅନ୍ୟ କିଛି ହସ୍ପିଟାଲ୍‌ରେ ଏହାକୁ ସ୍ଥାପନ କରାଯିବ । ଏହାର ଉତ୍ପାଦନ କ୍ଷମତା ପ୍ରତି ମିନିଟ୍‌ରେ ୧ ହଜାର ଲିଟର୍‌ ହେବ ବୋଲି ଜଣାପଡ଼ିଛି ।

ତେବେ ଏହି ନିଷ୍ପତ୍ତି ଏକ ଉଚ୍ଚସ୍ତରୀୟ ବୈଠକରେ ନିଆଯାଇଥିବା ଜଣାପଡ଼ିଛି ।  ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ସଭାପତିତ୍ୱ କରିଥିଲେ । ଏଥିରେ ସେ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ ବା ଏମ୍ସ ଏବଂ ଦେଶର ବିଭିନ୍ନ ସରକାରୀ ହସ୍ପିଟାଲ୍‌ରେ ଏହି ସିଷ୍ଟମ ସ୍ଥାପନ କଲେ ଆଉ ଅକ୍ସିଜେନ୍‌ର ଅଭାବ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ଆଶା କରିଛନ୍ତି ।   

   Related Posts