Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ରାତ୍ରକାଳୀନ କର୍ଫ୍ୟୁ ଲଗାଇବାକୁ ରାଜ୍ୟଙ୍କୁ ମିଳିଲା ଅଧିକାର, ଦେଖନ୍ତୁ ଗାଇଡ୍‌ଲାଇନ୍‌ କହୁଛି କ’ଣ…

25/11/2020 at 6:47 PM

ନୂଆଦିଲ୍ଲୀ ୨୫।୧୧: ଦେଶର  ବିଭିନ୍ନ ରାଜ୍ୟରେ ପୁଣି ଥରେ କରୋନାର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର କରୋନା ଭାଇରସ୍ ମହାମାରୀକୁ ନେଇ ଡିସେମ୍ବର ମାସ ପାଇଁ ମାର୍ଗଦର୍ଶିକା  ଜାରି କରିଛନ୍ତି। ପୂର୍ବପରି କଣ୍ଟେନମେଣ୍ଟ ଜୋନରେ କଟକଣା ଜାରି  ରହିବ। ଯେଉଁ ଅଞ୍ଚଳରେ କଟକଣା ଜାରି  ରହିଛି ସେଠାରେ କଡାକଡି ନିୟମ ପାଳନ କରାଯିବ। ଏହି କଟକଣା ଡିସେମ୍ବର ୩୧ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ରେ ଲାଗୁ ରହିବ। କଣ୍ଟେନମେଣ୍ଟ ବାହାରେ ସମସ୍ତ କାର୍ଯ୍ୟ ଜାରି ରହିବ।

ନୂତନ ଗାଇଡ୍‌ଲାଇନ୍‌ ଅନୁଯାୟୀ, ରାଜ୍ୟସରକାରଙ୍କୁ ରାତ୍ରକାଳୀନ କର୍ଫ୍ୟୁ ସହିତ ସ୍ଥାନୀୟ କଟକଣା ଲଗାଇବାର ଅଧିକାର ଦିଆଯାଇଛି। ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରହିବ। କୋଭିଡ୍ ସ୍ଥିତି ଦେଖି ରାଜ୍ୟ ସରକାର ରାତ୍ରକାଳୀନ କର୍ଫ୍ୟୁ ଜାରି କରି ପାରିବେ। କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ଲକ୍‌ଡାଉନ୍ ଲାଗୁ କରି ପାରିବେ ନାହିଁ। ୧୪ ଦିନ ଭିତରେ କଣ୍ଟାକ୍ଟ ଟ୍ରେସିଂ ସାରିବାକୁ ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଥିବା ଗାଇଡ୍ଲାଇନ୍‌ରେ କୁହାଯାଇଛି। ଗୃହ ମନ୍ତ୍ରଣାଳୟ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳକୁ କଠୋରତାର ସହ ନିୟମ ପାଳିବା, ବିଭିନ୍ନ ଗତିବିଧି ଉପରେ ଏସଓପି ଓ ଭିଡ ନିୟନ୍ତ୍ରଣ ପାଇଁ ବାଧ୍ୟତାମୂଳକ ଉପାୟ ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁଯାୟୀ, କଣ୍ଟେନମେଣ୍ଟ ଜୋନ୍‌ରେ କେବଳ ଆବଶ୍ୟକ ତଥା ଜରୁରୀକାଳୀନ ଗତିବିଧିକୁ ଅନୁମତି ଦିଆଯିବ। ଏହି ଜୋନ୍‌ରେ ନିୟମ ପାଳନ କରିବାର ଦାୟିତ୍ଵ ଜିଲ୍ଲା ପ୍ରଶାସନ ଉପରେ ରହିବ। କଣ୍ଟେନମେଣ୍ଟ ଜୋନ୍ ତାଲିକା ଜିଲ୍ଲାପାଳ ଓ ସମ୍ବନ୍ଧିତ ରାଜ୍ୟର ଓ୍ଵେବସାଇଟ୍‌ରେ ପ୍ରକାଶିତ ହେବ। କଣ୍ଟେନମେଣ୍ଟ ଜୋନ୍ ପାଇଁ ହୋଇଥିବା ନିୟମ ପାଳନ ସୁନିଶ୍ଚିତ କରିବାର ଦାୟିତ୍ଵ ସ୍ଥାନୀୟ ପୁଲିସ, ନିଗମ ଓ ଜିଲ୍ଲା ପ୍ରଶାସନ ଉପରେ ରହିବ। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାର ଏହି ବିଷୟରେ ଅଫିସରଙ୍କୁ ଦାୟିତ୍ଵ ନ୍ୟସ୍ତ କରିବେ।

ନୂତନ ଗାଇଡ୍ଲାଇନ୍‌ରେ ମଧ୍ୟ ସିନେମା ହଲ, ଥିଏଟର, ସ୍ଵିମିଂ ପୁଲ୍ ଆଦିକୁ ନେଇ କଟକଣା ଜାରି ରହିଛି। ସିନେମା ହଲ ୫୦ ପ୍ରତିଶତ ଦର୍ଶକ କ୍ଷମତା ସହିତ ଚାଲିବ। ସ୍ଵିମିଂ ପୁଲ୍ର ବ୍ୟବହାର କେବଳ କ୍ରୀଡାବିତ୍ତଙ୍କ ପାଇଁ ଉଦ୍ଦିଷ୍ଟ ରହିବ। କୌଣସି ପ୍ରକାରର କାର୍ଯ୍ୟକ୍ରମ ସେ ଧାର୍ମିକ ହେଉ କି, ସାମାଜିକ, କି ମନୋରଞ୍ଜନ କିମ୍ବା ଶୈକ୍ଷେଣିକ ସବୁ ଥିରେ ୨୦୦ରୁ ଅଧିକ ଲୋକ ସାମିଲ ହୋଇ ପାରିବେ ନାହିଁ। ଯଦି ରାଜ୍ୟ ଚାହିଁବେ ତେବେ ଏହି ସଂଖ୍ୟାକୁ ୧୦୦ କିମ୍ବା ସେଥିରୁ କମ ମଧ୍ୟ କରି ପାରିବେ।

   Related Posts