ମମତାଙ୍କୁ ରୋମ୍ ଯିବାକୁ ଅନୁମତି ଦେଲାନି କେନ୍ଦ୍ର: ମୋଦିଙ୍କୁ ଟାର୍ଗେଟ୍ କରି ଦିଦି କହିଲେ, 'ପ୍ରଧାନମନ୍ତ୍ରୀ ଇର୍ଷା କରୁଛନ୍ତି'

Published By : Prameya-News7 Bureau | September 25, 2021 IST

ନୂଆଦିଲ୍ଲୀ ୨୫/୦୯ : ଇଟାଲୀ ରାଜଧାନୀ ରୋମରେ ହେବାକୁଥିବା ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ ହୋଇପାରିବେ ନାହିଁ। କାରଣ କେନ୍ଦ୍ର ସରକାର ତାଙ୍କୁ ଅନୁମତି ଦେଇନାହାନ୍ତି। ଏନେଇ ମମତା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ରୋମରେ ବିଶ୍ୱ ଶାନ୍ତି ଉପରେ ଏକ ସଭା ଥିଲା ଯେଉଁଥିପାଇଁ ତାଙ୍କୁ ଆମନ୍ତ୍ରିତ କରାଯାଇଥିଲା। ଜର୍ମାନ ଚାନ୍ସେଲର, ଫ୍ରାନ୍ସ ପୋପ ମଧ୍ୟ ସାମିଲ ହେବେ। ଇଟାଲୀ ତାଙ୍କୁ ସାମିଲ ହେବା ପାଇଁ ବିଶେଷ ଅନୁମତି ଦେଇଥିଲା। କିନ୍ତୁ କେନ୍ଦ୍ର ଅନୁମତି ଦେବାକୁ ଅସ୍ବୀକାର କରି କହିଛି ଯେ ଏହା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଠିକେ ନୁହେଁ।

ମମତା କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି, "ଆପଣ ମୋତେ ରୋକି ପାରିବେ ନାହିଁ। ମୁଁ ବିଦେଶ ଯିବାକୁ ଉତ୍ସୁକ ନୁହେଁ। କିନ୍ତୁ ଏହା ରାଷ୍ଟ୍ରର ସମ୍ମାନ ପାଇଁ ଥିଲା। ଆପଣ (ପ୍ରଧାନମନ୍ତ୍ରୀ ମୋଦି) ହିନ୍ଦୁ ସମ୍ପର୍କରେ କହୁଛନ୍ତି, ମୁଁ ବି ଜଣେ ହିନ୍ଦୁ ମହିଳା। ଆପଣ ମୋତେ ଅନୁମତି କାହିଁକି ଦେଲେନି ? ଆପଣ ଇର୍ଷା କରୁଛନ୍ତି।"

wp:embed {"url":"https://twitter.com/ANI/status/1441733060542623744?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1441733060542623744%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fwww.abplive.com%2Fnews%2Findia%2Fcentral-govt-denied-permission-for-mamata-banerjee-rome-trip-know-what-she-said-1973394","type":"rich","providerNameSlug":"twitter","responsive":true}
https://twitter.com/ANI/status/1441733060542623744?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1441733060542623744%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.abplive.com%2Fnews%2Findia%2Fcentral-govt-denied-permission-for-mamata-banerjee-rome-trip-know-what-she-said-1973394
/wp:embed

ଆଗକୁ ସେ କହିଛନ୍ତି, "ଆମକୁ ଆମ ସ୍ୱାଧୀନତା ରକ୍ଷା କରିବାକୁ ପଡିବ। ଭାରତରେ 'ତାଲିବାନୀ' ବିଜେପି ଚାଲି ପାରିବନି...ବିଜେପିକୁ ହରାଇବାକୁ ଟିଏମସି ଯଥେଷ୍ଟ। 'ଖେଲା' ଭବାନୀପୁରରୁ ଆରମ୍ଭ ହେବ ଓ ଦେଶ ସାରାରେ ଆମର ବିଜୟା ପରେ ଶେଷ ହେବ।"

ଏହା ପୂର୍ବରୁ ତୃଣମୂଳ କଂଗ୍ରେସ ନେତା ଦେବାଂଶୁ ଭଟ୍ଟାଚାର୍ଯ୍ୟ ଦେବ ଟ୍ୱିଟ କରି କହିଛନ୍ତି, "କେନ୍ଦ୍ର ସରକାର ଦିଦିଙ୍କୁ ରୋମ ଯାତ୍ରା ପାଇଁ ଅନୁମତି ଦେଲେନି। ଆଗରୁ ମଧ୍ୟ ଚୀନ ଯାତ୍ରା ଅନୁମତି ବାତିଲ କରିସାରିଛନ୍ତି। ଆମେ ଅନ୍ତରାଷ୍ଟ୍ରୀୟ ସମ୍ବନ୍ଧ ଓ ଦେଶର ହିତକୁ ଦୃଷ୍ଟିରେ ରଖି ସେହି ନିଷ୍ପତ୍ତିକୁ ସ୍ୱୀକାର କରିଥିଲୁ। କିନ୍ତୁ ଏବେ ଇଟାଲୀ ପାଇଁ ଅନୁମତି କାହିଁକି ନୁହେଁ ମୋଦି ଜୀ ? ବଙ୍ଗଳା ସହ ଆପଣଙ୍କର ସମସ୍ୟା କଣ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.